Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

କାମ ଦେଲାନି ଭାରତ ବିରୋଧୀ ବୈଠକ, ଗୁରୁତର ଅଭିଯୋଗ ଆଣିଲେ ଜେଲେନସ୍କି

Banajyotshna Ray
Browse all articles by Banajyotshna Ray
·10 months ago·2 min read
କାମ ଦେଲାନି ଭାରତ ବିରୋଧୀ ବୈଠକ, ଗୁରୁତର ଅଭିଯୋଗ ଆଣିଲେ ଜେଲେନସ୍କି

Key Points

ଟ୍ରମ୍ପଙ୍କ ସହ ବୈଠକ ପରେ ଗୁରୁତର ଅଭିଯୋଗ ଆଣିଲେ ଜେଲେନସ୍କି
ହେଲେ ମେଲାନିଆଙ୍କୁ ଧନ୍ୟବାଦ ଜଣାଇଲେ ଜେଲେନସ୍କି
ରୁଷ ୟୁକ୍ରେନ ଯୁଦ୍ଧ ସମାପ୍ତ ନା ଆଗକୁ ବଡ଼ ଯୁଦ୍ଧର ଆହ୍ୱାନ
କାମ ଦେଲାନି ଭାରତ ବିରୋଧୀ ବୈଠକ


କାମ ଦେଲେନି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମାନସ ମନ୍ଥନ। ବିଗିଡ଼ିଗଲା ଜେଲେନସ୍କିଙ୍କ ମୁଣ୍ଡ। କହିଲେ ସ୍ୱାମୀ ଗୋଟେ ପଟେ ମିଛ କହୁଛନ୍ତି ହେଲେ ସ୍ତ୍ରୀ ସବୁ ସତ ଜାଣିଛନ୍ତି । ମେଲାନିଆଙ୍କୁ ଧନ୍ୟବାଦ ଜଣାଇଲେ ଜେଲେନସ୍କି। ଆଣିଲେ ବଡ଼ ଅଭିଯୋଗ। ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଦିନ ଏକ ବୈଠକ କରିଥିଲେ। ବୈଠକ ପରେ ଟ୍ରମ୍ପ କହିଥିଲେ ଯେ ଏହା ସକାରାତ୍ମକ ଥିଲା। ଏହି ବୈଠକ ପରେ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଏକ ଶାନ୍ତି ଚୁକ୍ତି ଆଶା କରାଯାଉଛି। ଟ୍ରମ୍ପ ନିଜର ଚାଲ ଚଲାଇବା ଆରମ୍ଭ କରିଛନ୍ତି। ରୁଷ ଏବଂ ୟୁକ୍ରେନକୁ ମିଶାଇ ଭାରତ ବିରୋଧରେ ଷଡ଼ଯନ୍ତ୍ର କରିବାକୁ ଟ୍ରମ୍ପଙ୍କ ଚାଲ। କିନ୍ତୁ କାମ ଦେଲାନି ଟ୍ରମ୍ପଙ୍କ ପ୍ଲାନ।


ବୈଠକ ପରେ ଜେଲେନସ୍କି ରୁଷିଆ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣି କହିଛନ୍ତି ଯେ, ୨୦ ହଜାରରୁ ଅଧିକ ପିଲାଙ୍କୁ ଅପହରଣ କରିଛନ୍ତି । ଜେଲେନସ୍କି ଏହା ମଧ୍ୟ କହିଛନ୍ତି ଯେ, ‘ଏହି ପ୍ରସଙ୍ଗ ଯୁଦ୍ଧର ମାନବୀୟ ଯନ୍ତ୍ରଣାର ଏକ ଦୁଃଖଦ ଘଟଣା, ଆମର ପିଲାମାନେ, ଭଙ୍ଗା ପରିବାର ଏବଂ ବିଚ୍ଛେଦର ଯନ୍ତ୍ରଣାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଅତି କମରେ ୨୦,୦୦୦ ପିଲା ନିଖୋଜ ହୋଇଯାଇଛନ୍ତି। କିନ୍ତୁ ଏହା ଭିତରେ ଜେଲେନସ୍କି ମେଲାନିଆଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ମେଲାନିଆ ଏହି ଯନ୍ତ୍ରଣାଦାୟକ ପ୍ରସଙ୍ଗ ପ୍ରତି ଧ୍ୟାନ ଦେଇଛନ୍ତି । ‘ୟୁକ୍ରେନୀୟ ପିଲାମାନଙ୍କୁ ଅପହରଣ ମାମଲାରେ ଧ୍ୟାନ ଦେବା ପାଇଁ ମୁଁ ମେଲାନିଆ ଟ୍ରମ୍ପଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। ଏହା ଯୁଦ୍ଧର ସବୁଠାରୁ ଯନ୍ତ୍ରଣାଦାୟକ ଏବଂ କଷ୍ଟକର ପ୍ରସଙ୍ଗ ମଧ୍ୟରୁ ଗୋଟିଏ। ଆମେ ତାଙ୍କର କରୁଣା ଏବଂ ପୁଟିନଙ୍କ ନିକଟକୁ ଏ ପ୍ରସଙ୍ଗରେ ଲେଖିଥିବା ଚିଠିକୁ ନେଇ ପ୍ରଶଂସା କରୁଛୁ।’

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଜେଲେନସ୍କି ରୁଷିଆ ଉପରେ ପିଲାମାନଙ୍କୁ ଅପହରଣ କରିବାର ଅଭିଯୋଗ ଲଗାଇଛନ୍ତି। ମୁଁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ୟୁକ୍ରେନର ପ୍ରଥମ ମହିଳା ଓଲେନା ଜେଲେନସ୍କାଙ୍କ ମେଲାନିଆଙ୍କୁ କୃତଜ୍ଞତା ପତ୍ର ପଠାଇବାକୁ ଅନୁରୋଧ କରିଥିଲି। ତାଙ୍କ ସ୍ବର ଗୁରୁତ୍ୱପୂର୍ଣ୍ଣ, ଏବଂ ତାଙ୍କ ଯତ୍ନ ଏହି ପ୍ରସଙ୍ଗକୁ ଶକ୍ତି ପ୍ରଦାନ କରେ ବୋଲି କହିଥିଲେ ଜେଲେନସ୍କି। ଜେଲେନସ୍କି ଏହା ମଧ୍ୟ କହିଛନ୍ତି ଯେ ନିଖୋଜ ପିଲାମାନଙ୍କୁ ଫେରାଇ ଆଣିବା ପାଇଁ ୟୁକ୍ରେନ କଠିନ ପରିଶ୍ରମ କରୁଛି। ଏହା ଉପରେ କାମ ଆରମ୍ଭ ହୋଇସାରିଛି। ଜେଲେନସ୍କି ୟୁକ୍ରେନକୁ ସାହାଯ୍ୟ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆଉ ଯଥାଶୀଘ୍ର ପିଲାମାନଙ୍କୁ ଫେରାଇଦିଅନ୍ତୁ ବୋଲି ମଧ୍ୟ କହିଥିଲେ। ତେବେ ଏଥିରୁ ସ୍ପଷ୍ଟ ବାରି ହୋଇପଡ଼ୁଛି ଯେ, ଜେଲେନସ୍କି ଏହି ବୈଠକରେ ବୋଧେ ଖୁସି ନଥିଲେ। ତେବେ ଆଗକୁ ପରିସ୍ଥିତି କେଉଁ ମୋଡ଼ ନେଉଛି ତାହା ଉପରେ ସମସ୍ତଙ୍କ ନଜର।


Sponsored
Anti-India meeting did not work, Zelensky made serious allegations || Argus News | Argus News