Videos
|
International

ଅନୁରା କୁମାରା ଦିଶାନାୟକେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି  

Manini Pattanayak
Browse all articles by Manini Pattanayak
·1 year ago
ଅନୁରା କୁମାରା ଦିଶାନାୟକେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି  

ନୂଆଦିଲ୍ଲୀ:  ଶ୍ରୀଲଙ୍କାକୁ ମିଳିଛି ନୂଆ ରାଷ୍ଟ୍ରପତି। ଅନୁରା କୁମାରା ଦିଶାନାୟକେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହୋଇଛନ୍ତି। ନ୍ୟାଶନାଲ ପିପୁଲ ପାଓ୍ବାର(ଏନ୍‌ପିପି) ମେଣ୍ଟର ପ୍ରାର୍ଥୀ ଅନୁରା ୫୩% ଭୋଟ୍‌ ପାଇଛନ୍ତି।

ଫଳାଫଳ ଅନୁଯାୟୀ, ନ୍ୟାଶନାଲ ପିପୁଲ୍‌ ପାଓ୍ବାରର ନେତା ଅନୁରା କୁମାରା ଦିଶାନାୟକେ ଶ୍ରୀଲଙ୍କାର ନବମ କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ରାଷ୍ଟ୍ରପତି ନିର୍ବାଚନ ପାଇଁ ଶନିବାର ସକାଳ ୭ଟାରୁ ୪ଟା ପର୍ଯ୍ୟନ୍ତ ୨୨ଟି ନିର୍ବାଚନ କ୍ଷେତ୍ରରେ ୧୩୪୦୦ରୁ ଅଧିକ ମତଦାନ କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା। ଦିଶାନାୟକେ ୫୬% ଭୋଟ୍‌ ପାଇଥିବାବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ସାଜିଥ ପ୍ରେମାଦାସ ଏବଂ ବର୍ତ୍ତମାନର ରାଷ୍ଟ୍ରପତି ରାନିଲ ଓ୍ବିକ୍ରେମସିଂହେ ପ୍ରତ୍ୟେକେ ୧୯ ପ୍ରତିଶତ ଭୋଟ୍‌ ପାଇଛନ୍ତି। 

ଅଧିକ ପଢନ୍ତୁ ବିଦେଶ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Anura Kumara Dissanayake has become the new President of Sri Lanka. | Argus News