Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବର୍ଷବର୍ଷ ଧରି ରହସ୍ୟମୟ ହୋଇ ରହିଛି ଏରିଆ -୫୧  

International

ବର୍ଷବର୍ଷ ଧରି ରହସ୍ୟମୟ ହୋଇ ରହିଛି ଏରିଆ -୫୧  

Manini Pattanayak
Browse all articles by Manini Pattanayak
·1 year ago·3 min read
ବର୍ଷବର୍ଷ ଧରି ରହସ୍ୟମୟ ହୋଇ ରହିଛି ଏରିଆ -୫୧  

ନୂଆଦିଲ୍ଲୀ:  ଦୁନିଆରେ  ଏମିତି  ଅନେକ ସ୍ଥାନ ଅଛି ଯେଉଁଠି ସାଧାରଣ ଲୋକେ ଯାଇପାରିବେ ନାହିଁ।  ଆଉ ସେହି ସ୍ଥାନକୁ ନେଇ  ଖୁବ୍‌ ଚର୍ଚ୍ଚା ବି । କାରଣ ଏମିତି ଏକ ସ୍ଥାନ ହେଉଛି ଏରିଆ-୫୧ ।  ଯାହା ଭାରତରେ ନୁହେଁ ବରଂ  ଆମେରିକାରେ । ଆମେରିକାର ଏରିଆ-୫୧ ଯଦିଓ ଏକ ବାୟୁସେନା ବେସ୍‌, କିନ୍ତୁ ଲୋକମାନେ କୁହନ୍ତି ଏଠାରେ ଆମେରିକା ଏଲିଅନ୍ସମାଙ୍କୁ ଧରିବା ପରେ ସେମାନଙ୍କୁ ବନ୍ଦ କରି ତାଙ୍କ ଉପରେ ଗବେଷଣା କରୁଛି ।  ତେବେ ପ୍ରକୃତରେ ଏରିଆ -୫୧ କ’ଣ ? ସତରେ କଣ ଆମେରିକା ଏଲିଏନ୍ସଙ୍କ ଉପରେ ଗବେଷଣା କରୁଛି ?   ଏରିଆ ୫୧ । ବର୍ଷବର୍ଷ ଧରି ରହସ୍ୟମୟ ହୋଇ ରହିଛି ଏହି ସ୍ଥାନ ।  ଏଠାକୁ  ଯିବାକୁ କାହାରିକୁ  ଅନୁମତି ନାହିଁ, ଏମିତିକି ଆମେରିକାର ରାଷ୍ଟ୍ରପତିଙ୍କୁ ବି ଏଠାକୁ ଯିବାକୁ ଅନୁମତି ନାହିଁ । କେବଳ ଆମରିକା ସେନାକୁ ସେଠାକୁ ଯିବାକୁ ଅନୁମତି ରହିଛି । କଥା ହେଲା ଆମେରିକାର ରାଷ୍ଟ୍ରପତିଙ୍କୁ ପ୍ରତିସ୍ଥାନକୁ ଯିବାକୁ ଅନୁମତି ଥାଏ । କିନ୍ତୁ ସେଠାରେ ଏମିତି କଣ ଅଛି ଯେ କେବଳ ସେନାକୁ ଯିବାକୁ ଅନୁମତି ଅଛି, ରାଷ୍ଟ୍ରପତିଙ୍କୁ ନାହିଁ ? ଆମେରିକା ସେନା ସେଠାରେ କଣ କରନ୍ତି.. ?

 ଏ ସବୁ ପ୍ରଶ୍ନର ଉତ୍ତର ଆଜି ଯାଏ କାହାକୁ ବି ମିଳୁନି । ହେଲେ ଏହି ଏହି ସ୍ଥାନକୁ  ଏଲିଅନଙ୍କ  ସ୍ପେସକ୍ରାପ୍ଟ ର ଲ୍ୟାଣ୍ଡିଙ୍ଗ ସହ ଯୋଡା ଯାଇଥାଏ।  ଚର୍ଚ୍ଚା ହୁଏ କି ଏଲିଅନଙ୍କ ଅନ୍ତରୀକ୍ଷ ଯାନ ଏଠାରେ ରହିଛି ।  ଆମେରିକାର ନେଭାଡା ମରୁଭୂମି ମଧ୍ୟରେ ଅବସ୍ଥିତ ଏରିଆ ୫୧। ଦୀର୍ଘ ଦିନ ଧରି ଏହା ଚର୍ଚ୍ଚାରେ ରହିଆସିଛି । ଅନେକ ଗୁଜବ ଏବଂ ଅଜବ ଦାବି ସାମ୍ନାକୁ ଆସୁଛି। ମାନଚିତ୍ରରେ ଏହି ସ୍ଥାନ ବି ଦର୍ଶାଯାଇଛି। ଏହି ସ୍ଥାନଟି ଆମେରିକାର ବାୟୁସେନା ଦ୍ୱାରା ତାଲିମ ପରିସର ଭାବରେ ବ୍ୟବହୃତ ହୁଏ।  ଲୋକଙ୍କ କହିବା କଥା ହେଲା, ସେଠାରେ ଏଲିଅନ୍ସ ଅଛନ୍ତି। ଆମେରିକାର ସେନା ଏବଂ ନାସା ଏହି ସ୍ଥାନରେ ଏଲିଅନ୍ସ ଏବଂ ସେମାନଙ୍କର ସ୍ପେଶ୍‌ ଜାହାଜକୁ କାବୁ କରି କାରାଗାରରେ ରଖିଛି। ଏହି ସ୍ଥାନକୁ ସାଧାରଣ ନାଗରିକଙ୍କ ଗସ୍ତ ଉପରେ ରୋକ୍‌ ଲଗାଯାଇଛି । ଏରିଆ ୫୧ ଉପରେ  ୨୪ ଘଣ୍ଟିଆ ନଜର ରହିଛି ଏବଂ ଲୋକଙ୍କୁ ଘଉଡ଼ାଇବା ପାଇଁ ଗାର୍ଡ଼ଙ୍କୁ ନିଯୁକ୍ତ କରାଯାଇଛି।  ଏହି ଅଞ୍ଚଳକୁ ନୋ ଫ୍ଲାଇଂ ଯୋଜନା ଘୋଷଣା କରାଯାଇଛି ।
ଆମେରିକାର ସେନା କୁହନ୍ତି, ଏଠାରେ ଅସ୍ତ୍ରଶସ୍ତ୍ର ପରୀକ୍ଷା ଏବଂ ଉନ୍ନତ ତାଲିମ ଦିଆଯାଏ।  ଆମେରିକା ଏବଂ ରୁଷିଆ ମଧ୍ୟରେ ଶୀତଳ ଯୁଦ୍ଧ ସମୟରେ ଏହା ନିର୍ମାଣ ହୋଇଥିଲା । ଲୋକମାନେ ୧୯୫୫ରୁ ଏହି ସ୍ଥାନ ନିର୍ମାଣ ହୋଇଥିଲା। କିନ୍ତୁ ସିଆଇଏ ଆନୁଷ୍ଠାନିକ ଭାବରେ ୨୦୧୩ରେ ଏହାକୁ ସ୍ବୀକୃତି ଦେଇଥିଲା।   ଏହାକୁ କାହିଁକି ଏରିଆ-୫୧ ବୋଲି କୁହାଯାଏ  ସେନେଇ  ଆମେରିକା ସରକାର ଏହା ବିଷୟରେ କୌଣସି କଥା ପ୍ରକାଶ କରିନି । ସବୁଠାରୁ ବଡ଼ କଥା ହେଉଛି ୧୯୪୭ରେ ନ୍ୟୁ ମେକ୍ସିକୋରେ ଏକ ଏଲିଅନ ବିମାନ ଖସିପଡ଼ିଥିଲା। ଯାହାର ଏଲିଅନ ପାଇଲଟ ଏବଂ ବିମାନକୁ କାବୁ କରାଯାଇ ଏଠାରେ ରଖାଯାଇଥିଲା। ଅନେକ ଲୋକ ଏହା ମଧ୍ୟ ଦାବି କରିଛନ୍ତି ଯେ, ଏଲିଅନମାନେ ପ୍ରାୟତଃ ଏଠାରେ ଉଡୁଥିବାର ଦେଖାଯାଏ। ଅନେକ ଲୋକ ଏହା ମଧ୍ୟ କହିଛନ୍ତି, ଏଠାରେ ଏଲିଅନ୍ସଙ୍କୁ ବନ୍ଦୀ କରି ରଖାଯାଇଛି। 


ଅତୀତରେ ଏଠାରେ ଯାହା ଘଟିଥିଲା ​​ସେ ବିଷୟରେ ଶୁଣିଲେ ଲୋମ ଟାଙ୍କୁରୀ ହୋଇଯିବ । ସ୍ୟାଟେଲାଇଟରୁ ନିଆଯାଇଥିବା ଫଟୋରେ ଦେଖାଯାଇଛି ଯେ,  ଯେଉଁଠି  ଆମେରିକାର ଲଡାଖୁ ବିମାନ ପାର୍କିଂ ହୋଇଥାଏ  ସେଠାରେ ଏକ  ବିରାଟକାୟ  ବସ୍ତୁ   ଦୃଶ୍ୟମାନ ହୋଇଥିଲା। ଏହି ବିରାଟ ବସ୍ତୁଟି  ବିମାନ ଭଳି ଦେଖିବାକୁ ଥିଲା । ଏହା ଦେଖି ଲୋକମାନେ  ଖୁବ୍‌  ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ବିରାଟକାୟ ବସ୍ତୁ  ଲୋକଙ୍କ ପାଇଁ  ସମ୍ପୂର୍ଣ୍ଣ ଅଦ୍ଭୁତ ଥିଲା।  ଏହା ଏତେ ମାତ୍ରାରେ ଭାଇରାଲ ହୋଇଥିଲା ଯେ ଫଟୋରେ ଥିବା ଆଶ୍ଚର୍ଯ୍ୟକର ବସ୍ତୁକୁ ନେଇ ବିତର୍କ ସୃଷ୍ଟି ହୋଇଥିଲା। ୨୦୧୪ରେ ଏହି ରହସ୍ୟମୀ ବସ୍ତୁ ଏରିଆ ୫୧ ନିକଟରେ ନଜର  ଆସିଥିଲା। 1955 ମସିହାରେ ଆମେରିକାର ବାୟୁସେନା ଏବଂ ଆମେରିକାର ଗୁପ୍ତଚର ଏଜେନ୍ସି ସିଆଇଏ ଦ୍ୱାରା ଏରିଆ ୫୧କୁ ଅଧିଗ୍ରହଣ କରାଯାଇଥିଲା । ଏହାର ଆଖପାଖକୁ ଦେଖିଲେ  ଭୟଙ୍କର ସହ  ରହସ୍ୟମୟୀ ଲାଗେ .. 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ଦେଖନ୍ତୁ : 
 

Sponsored
Area 51 is a U.S. military base that has become synonymous with tales of UFOs | Argus News