Astronomer CEO Andy Byronଙ୍କର ଏବେ ସବୁଠି ଚର୍ଚ୍ଚା

Key Points
coldplay କନସର୍ଟରେ ନିଜ କମ୍ପାନୀ hrଙ୍କ ସହ କରୁଥିଲେ ରୋମାନ୍ସ
ଅଫିସରେ କାମ କରିବା ସହ ନିଜ ସ୍ତ୍ରୀଙ୍କୁ ଦେଉଥିଲେ ଧୋକା
କିନ୍ତୁ ଧୋକା ଦେବା ମହଙ୍ଗା ପଡ଼ିଲା
କାହାକୁ ବିଶ୍ବାସଘାତକତା କରିବା ସେ ପର୍ଯ୍ୟନ୍ତ ଜଣାପଡ଼ି ନ ଥାଏ ଯେଉଁ ପର୍ଯ୍ୟନ୍ତ ତୁମେ ଧରା ନ ପଡ଼ିଛ। ସେ ପର୍ଯ୍ୟନ୍ତ ସେହି ବ୍ୟକ୍ତି ପ୍ରତି ଅତୁଟ ଭରସା ଥାଏ। କିନ୍ତୁ ଥରଟିଏ ଯଦି ସେହି ବିଶ୍ବାସ ଭାଙ୍ଗିଯାଏ ତେବେ ତାକୁ ପୁନର୍ବାର ଯୋଡ଼ିବା କଷ୍ଟ। କଥାଟା ଦାଣ୍ଡରେ ପଡ଼ି ଘାଟରେ ଗଡ଼ୁଛି। ବଡ଼ ଘର ବଡ଼ ଗୁମର କଥା। ହଠାତ ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେବାରେ ଲାଗିଲା ଯେ, ମଲ୍ଟି ବିଲିନିୟର Astronomer CEOଙ୍କ ବିଷୟରେ। coldplay କନସର୍ଟ ଚାଲିଥାଏ। ଗ୍ୟାଲେରୀରେ ଖଚାଖଚ ଭିଡ଼। ପର୍ଫମାନ୍ସ ପାଇଁ ରକଷ୍ଟାର ମାର୍ଟିନ କିସ କ୍ୟାମ ରେଡ୍ଡି। ଏତିକିବେଳେ ଗ୍ୟାଲେରୀର ମୁଭିଙ୍ଗ କ୍ୟାମେରା ବୁଲେ ଦର୍ଶକଙ୍କ ଆଡ଼କୁ। କିନ୍ତୁ ହଠାତ କ୍ୟାମେରା କ୍ୟାପଚର କରେ ଦୁଇଜଣ କପଲଙ୍କୁ। ସେ ଦୁଇଜଣ ଆଉ କେହି ନୁହନ୍ତି ସେ ହେଉଛନ୍ତି ମଲ୍ଟି ବିଲିୟନ କମ୍ପାନୀର ମାଲିକ Andy Byron ଏବଂ ସେହି କମ୍ପାନୀର hr କ୍ରିଷ୍ଟିନ କ୍ୟାବଟ।
📱 Get Argus News App
✨ଉଭୟ ବହୁତ କ୍ଲୋଜ ଥିଲେ ଏବଂ କ୍ୟାମେରାକୁ ଦେଖିକି ଲୁଚି ପଡ଼ିଥିଲେ। କିଛି ସେକେଣ୍ଡରେ ହିଁ ଖବରଟା ସୋସିଆଲ ମିଡିଆରେ ଭାଇରାଲ ହୋଇଗଲା। କନସର୍ଟ ହିଁ ଲୋକେ ଉଭୟଙ୍କର ମଜାକ ଉଡ଼ାଇଥିଲେ। ଆଉ ରକଷ୍ଟାର ଜଣକ କହିଥିଲେ ପତ୍ନୀଙ୍କୁ ମିଛ କହି ବୋଧେ ଏହି କନସର୍ଟକୁ ଆସିଛନ୍ତି। ଏହାପରେ byronଙ୍କ ସ୍ତ୍ରୀ ମଧ୍ୟ ଇନଷ୍ଟାରେ ଆସିକି କନଫେସ କରିଥିଲେ ନିଜ ନାଁରୁ ସରନେମ ହଟାଇଥିଲେ। ନିଜ ୩ ଛୁଆଙ୍କୁ ନେଇ ନିଜ ଘରକୁ ଚାଲିଯାଇଥିଲେ। କାନ୍ଦି କାନ୍ଦି ତାଙ୍କ ପତ୍ନୀ ମଧ୍ୟ ଏକ ଭିଡିଓ ଇନଷ୍ଟାରେ ପୋଷ୍ଟ କରିଥିଲେ। ଆମେ ଏବେ ଆଧୁନିକତାକୁ ସ୍ପର୍ଶ କରିଛେ। ସମସ୍ତେ ଉନ୍ନତ ଜ୍ଞାନକୌଶଳକୁ ବି ଅଧ୍ୟୟନ କରୁଛେ। ସବୁଠି ଚର୍ଚ୍ଚା ଥାଏ ଯେ, କର୍ପୋରେଟରେ ଜବ୍ କରୁଛ। କିନ୍ତୁ ଆଜିକା ଡେଟ୍ରେ କର୍ପୋରେଟ ଲାଇଫ ବେଶୀ ବିବାଦୀୟ ହେବାରେ ଲାଗିଛି। ପଲିଟିକ୍ସ, ଗ୍ରୁପିଜିମ ଏକ୍ସଟ୍ରା ଏକ୍ସଟ୍ରା। କର୍ପୋରେଟ ଲୋକ ସବୁବେଳେ ନିଜ ଲାଇଫଷ୍ଟାଇଲକୁ ମେଣ୍ଟେନ କରିବାକୁ କିଛି ବି କରନ୍ତି।
କର୍ପୋରେଟ ସେକ୍ଟରରେ ହିଁ ମାଲିକ ମାନଙ୍କର ଏକ୍ସଟ୍ରା ମାରିଟାଲ ଆଫେୟାର କଥା ଅଧିକ ଶୁଣିବାକୁ ମିଳୁଛି। ଆଉ ଯାହା କି ସମ୍ପୂର୍ଣ୍ଣ ନର୍ମାଲ ବୋଲି କୁହାଯାଏ। ଆଉ ସମସ୍ତେ ଜାଣିଥିଲେ ବି କେହି ସେହି କଥାରେ ମୁଣ୍ଡ ପୁରାନ୍ତିନି। କାରଣ ଏକ୍ସଟ୍ରା ମାରିଟାଲ ଆଫେୟାର ହେଉଛି ଏକ ପାଶ୍ଚାତ୍ୟ ସଂସ୍କୃତି। ଆଷ୍ଟ୍ରନମର ସିଇଓଙ୍କ କଥା କହିବା ସେ ହେଉଛନ୍ତି ଜଣେ ଓ୍ବେଷ୍ଟନ୍ନ କଲଚରର ବ୍ୟକ୍ତି କିନ୍ତୁ ତାଙ୍କୁ ବି ଭାରି ପଡ଼ିଲା। କାରଣ extra marital affair କେବେ ବି ଗ୍ରହଣୀୟ ନୁହେଁ। ନା ଭାରତରେ ନା ଭାରତ ବାହାରେ କେଉଁଠାରେ ବି accepted ନୁହେଁ। ଗୋଟିଏ କଥା ହେଉଛି ତୁମକୁ ଯଦି କିଏ ନିଜ ଜୀବନଠୁ ବି ଅଧିକ ଭଲ ପାଏ କିନ୍ତୁ ତୁମେ ଯଦି ତାଙ୍କ ସହ ପ୍ରତାରଣା କରୁଛ ତେବେ କେବେ ନା କେବେ ସେହି ମିଛ ଧରାପଡ଼ିବ। ଏଭଳି କଲେ ତାର ପରିଣାମ ମଧ୍ୟ ଭଲ ହୁଏନି। ଏହି ଘଟଣା ଘଟିବା ପରେ Andy Byronଙ୍କୁ ନିଜ ସିଇଓ ପଦରୁ ମଧ୍ୟ ଇସ୍ତଫା ଦେବାକୁ ପଡ଼ିଥିଲା। ଆପଣ ଯଦି କେଉଁଠାରେ ବି ଏଭଳି ବ୍ୟକ୍ତିତ୍ବର ଲୋକଙ୍କୁ ଦେଖୁଛନ୍ତି ସେମାନଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ନଚେତ ଏଭଳି ବହୁତ ଘର ଭାଙ୍ଗିବାର ସମ୍ଭାବନା ରହିଛି।