Videos
|
International

ବଡ଼ ଦୁର୍ଘଟଣା ! ଡଙ୍ଗା ବୁଡ଼ିଯିବାରୁ ୨୫ ଜଣଙ୍କ ମୃତ୍ୟୁ...

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବଡ଼ ଦୁର୍ଘଟଣା ! ଡଙ୍ଗା ବୁଡ଼ିଯିବାରୁ ୨୫ ଜଣଙ୍କ ମୃତ୍ୟୁ...

Key Points

ନାଇଜେରିଆରେ ବଡ଼ ଦୁର୍ଘଟଣା 
ଡଙ୍ଗା ବୁଡ଼ିଯିବାରୁ ୨୫ ଜଣଙ୍କ ମୃତ୍ୟୁ

ପୋଲିସର ତଦନ୍ତ ଜାରି

ଆଫ୍ରିକୀୟ ଦେଶ ନାଇଜେରିଆରେ ବଡ଼ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି ।ନାଇଜେରିଆର ଜାତୀୟ ଜରୁରୀକାଳୀନ ପରିଚାଳନା ସଂସ୍ଥାର ଅଧିକାରୀ ଇବ୍ରାହିମ ହୁସେନି ଏହି ଘଟଣା ସମ୍ପର୍କରେ ଏକ ଅପଡେଟ୍ ସେୟାର କରିଛନ୍ତି। ସେ କହିଛନ୍ତି ଯେ ଦୁର୍ଘଟଣା ପରେ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଚାଲିଛି। ତଥାପି ଏହି କାର୍ଯ୍ୟ ସୀମିତ। କାରଣ ଅଧିକାଂଶ ଅଞ୍ଚଳ ସଶସ୍ତ୍ର ଗୋଷ୍ଠୀ ଦ୍ୱାରା କବଜା କରାଯାଇଛି।


ଇବ୍ରାହିମ ହୁସେନି ଏହା ମଧ୍ୟ କହିଛନ୍ତି ଯେ ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇପାରେ। ଉତ୍ତର-ମଧ୍ୟ ନାଇଜେରିଆରେ ଏକ ଡଙ୍ଗା ଓଲଟି ପଡ଼ିବା ଯୋଗୁଁ ବହୁ ସଂଖ୍ୟକ ଲୋକଙ୍କ ମୃତ୍ୟୁ ହେବାର ଆଶଙ୍କା କରାଯାଉଛି। ଅଧିକାରୀଙ୍କ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ନାଇଜେରିଆରୁ ଏହି ଦୁଃଖଦ ଦୁର୍ଘଟଣା ଶନିବାର ନାଇଜେରିଆ ରାଜ୍ୟର ଶିରୋରୋ ଅଞ୍ଚଳର ଗୁମୁ ଗାଁ ନିକଟରେ ଘଟିଥିଲା। ଖବର ମିଳିଛି ଯେ ଏକ ବଜାରକୁ ଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ଅତି କମରେ ୨୫ ଜଣଙ୍କ ମୃତ୍ୟୁ ହେବାର ଆଶଙ୍କା କରାଯାଉଛି। ଏହାସହ ଉଦ୍ଧାର କାର୍ଯ୍ୟ ଏବଂ ତନାଘନା ଜାରି ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ବିଦେଶ ଖବର:

at-least-25-people-killed-after-boat-capsizes-in-northern-nigeria | Argus News