Videos
|
International

ନାଚଗୀତ ଚାଲିଥିବା ବେଳେ ନାଇଟ୍‌ କ୍ଲବରେ ବ୍ୟାପିଗଲା ନିଆଁ, ୫୦ ଦଗ୍ଧ

Sushanta Sahoo
Browse all articles by Sushanta Sahoo
·1 year ago·1 min read
ନାଚଗୀତ ଚାଲିଥିବା ବେଳେ ନାଇଟ୍‌ କ୍ଲବରେ ବ୍ୟାପିଗଲା ନିଆଁ, ୫୦ ଦଗ୍ଧ

ରବିବାର ଉତ୍ତର ମାସେଡୋନିଆର ଏକ ନାଇଟ୍ କ୍ଲବରେ ବଡ଼ଧରଣର ଅଗ୍ନିକାଣ୍ଡ ହୋଇଛି । କୋକାନି ସହରରେ ଥିବା ଏକ ନାଇଟ୍ କ୍ଲବରେ ନିଆଁ ଲାଗି ଚାଲି ଯାଇଛି ୫୦ରୁ ଅଧିକ ଜୀବନ । ଅଗ୍ନିକାଣ୍ଡରେ ପ୍ରାୟ ୧୦୦ ଜଣ ଆହତ ହୋଇଥିବା ଜଣାପଡ଼ିଛି ।


ଏହି ଅଗ୍ନିକାଣ୍ଡ ଉତ୍ତର ମାସେଡୋନିଆର ରାଜଧାନୀ ସ୍କୋପଜେ ଠାରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ଘଟିଛି । ସୂଚନା ଅନୁସାରେ ବିଳମ୍ବିତ ରାତି ପ୍ରାୟ ୨ଟାରେ ନାଇଟ୍ କ୍ଲବରେ ନିଆଁ ଲାଗିଥିଲା । ଉକ୍ତ ନାଇଟ୍ କ୍ଲବରେ ଚର୍ଚ୍ଚିତ ହିପ୍-ହାଁପ୍ ଯୋଡ଼ିଆ ଏଡିଏଏନ୍‌ଙ୍କ କାର୍ଯ୍ୟକ୍ରମ ଚାଲିଥିଲା । ଆଉ ଉକ୍ତ କାର୍ଯ୍ୟକ୍ରମରେ ୧୫୦୦ରୁ ଅଧିକ ସାମିଲ୍ ହୋଇଥିଲେ ।


ମିଳିଥିବା ସୂଚନା ଅନୁସାରେ, ଅଗ୍ନିକାଣ୍ଡର ଦୀର୍ଘ ଘଣ୍ଟା ନିଆଁ ଆୟତ୍ତକୁ ଆସି ନଥିଲା । ଏପରିକି ଅଗ୍ନିଶମ ବାହିନୀ ପହଞ୍ଚିବା ବେଳକୁ ଏକାଧିକ ବ୍ୟକ୍ତି ପ୍ରାଣ ହରାଇ ସାରିଥିଲେ । ଆହତଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।


ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, କାର୍ଯ୍ୟକ୍ରମ ବେଳେ ବ୍ୟବହାର କରାଯାଇଥିବା ପାୟରୋଟେକ୍ନିକ (ଏକ ପ୍ରକାର ବାଣ) ପାଇଁ ଏହି ନିଆଁ ଲାଗିଥିଲା । ଅଗ୍ନିକାଣ୍ଡର ଭାଇରାଲ୍ ଭିଡିଓରେ ଦେଖା ଯାଉଛି, ଷ୍ଟେଜରୁ ଛିଟିକି ପଡ଼ୁଥିବା ନିଆଁ ଖଣ୍ଡରୁ ଚାରିଆଡ଼େ ନିଆଁ ବ୍ୟାପି ଯାଉଛି । ଜୀବନ ବିକଳରେ ଯିଏ, ଯେଉଁଆଡ଼େ ପାରିଲେ ଦୌଡ଼ୁଛନ୍ତି । ସ୍ଥାନୀୟ ପ୍ରଶାସନ ଅଗ୍ନିକାଣ୍ଡ କିଭଳି, କେଉଁ ପରିସ୍ଥିତିରେ ଘଟିଲା ଯାଞ୍ଚ କରୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
At least 50 killed in North Macedonia nightclub fire | Argus News