Viral Video: ମଦ ପଇବାର ଇଏ କି ପରମ୍ପରା, ଜୋତାରେ ପାଟି ଲଗେଇ ପିଇଲେ ବିଅର ! ଦେଖନ୍ତୁ...

Key Points
ଅଷ୍ଟ୍ରେଲୀୟ ସାଂସଦ କାଇଲ ମ୍ୟାକଗିନ୍ ସଂସଦରେ ନିଜର ଶେଷ ଦିନରେ ଯାହା କରିଛନ୍ତି, ତାହା ଥିଲା ତାଙ୍କର ବିଦାୟ ନେବାର ନୂଆ ଷ୍ଟାଇଲ
ଅଷ୍ଟ୍ରେଲିଆ ସଂସଦରେ ଏମିତି ଏକ ଘଟଣା ଘଟିଛି ଯାହାକୁ ଦେଖିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ। ଏଠାରେ, ଜଣେ ସାଂସଦ ସଂସଦ ଭିତରେ ପ୍ରଥମେ ନିଜ ପାଦରୁ ଜୋତା କାଢିଲେ, ତା'ପରେ ସେଥିରେ ବିୟର ଢାଳି ପିଇଲେ। ସାଂସଦଙ୍କ ଏଭଳି ବିଅର ପିବା ଭିଡିଓ ସୋସିଆଲ ମିଡିଆରେ ଏବେ ଖୁବ ଭାଇରାଲ ହେଉଛି। ଏହାକୁ ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ ହେଉଛି | ଏହି ଭିଡିଓ ଦେଖି ସୋଶଲ ମିଡିଆ ୟୁଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି | କିଛି ଲୋକଙ୍କ ପାଇଁ ଏହା ଆଶ୍ଚର୍ଯ୍ୟଜନକ ଯେ ଜଣେ ଜୋତାରେ କିଛି ରଖିବା ପରେ ଏହାକୁ କିପରି ପିଇପାରିବେ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସାଂସଦ ଯାହା କଲେ ତାହା ଅଷ୍ଟ୍ରେଲୀୟମାନଙ୍କ ମଧ୍ୟରେ ମଦ୍ୟପାନ ପରମ୍ପରାର ଏକ ଅଂଶ।
ଗୁଡ ବାଏ କହିବାର ନୂଆ ତରିକା
ଅଷ୍ଟ୍ରେଲୀୟ ସାଂସଦ କାଇଲ ମ୍ୟାକଗିନ୍ ସଂସଦରେ ନିଜର ଶେଷ ଦିନରେ ଯାହା କରିଛନ୍ତି, ତାହା ଥିଲା ତାଙ୍କର ବିଦାୟ ନେବାର ନୂଆ ଷ୍ଟାଇଲ। ଅଷ୍ଟ୍ରେଲୀୟମାନଙ୍କ ମଧ୍ୟରେ ଏହି ପରମ୍ପରାକୁ 'ଶୁଇ' କୁହାଯାଏ। ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ଏହି ପରମ୍ପରାରେ ଜଣେ ବ୍ୟକ୍ତିଙ୍କ ଜୋତାରେ ମଦ ଢଳାଯାଏ । ମଦ୍ୟପାନ କରିବା ପରେ, ସେହି ଓଦା ଜୋତାଟି ପିନ୍ଧିବା ପାଇଁ ବ୍ୟକ୍ତିଙ୍କୁ ଫେରାଇ ଦିଆଯାଏ।
📱 Get Argus News App
✨
ଏମିତି କାଣ୍ଡ ଅନେକ ବଡ଼ ବଡ଼ ସେଲିବ୍ରିଟି କରିସାରିଛନ୍ତି
ଏହି ଶୁଇ ପରମ୍ପରା କେବେ ଆରମ୍ଭ ହୋଇଥିଲା ସେନେଇ କାହା ପାଖରେ କୌଣସି ସ୍ପଷ୍ଟ ସୂଚନା ନାହିଁ, କିନ୍ତୁ ଅନେକ ସେଲିବ୍ରିଟି ଏହାକୁ ସାର୍ବଜନୀନ ଭାବରେ କରିଛନ୍ତି। ଏହି ତାଲିକାରେ ଅଷ୍ଟ୍ରେଲୀୟ ଫର୍ମୁଲା ୱାନ୍ ଡ୍ରାଇଭର ଡାନିଏଲ୍ ରିକିୟାର୍ଡୋ, ଫିଲ୍ମ ଷ୍ଟାର ପାଟ୍ରିକ୍ ଷ୍ଟିୱାର୍ଟ, ଜିମି ଫାଲନ୍, ହ୍ୟୁ ଗ୍ରାଣ୍ଟ ଏବଂ ଜେରାର୍ଡ ବଟଲରଙ୍କ ଭଳି ସେଲିବ୍ରିଟି ଅଛନ୍ତି।
ସିଡନୀ ମର୍ଣ୍ଣିଂ ହେରାଲ୍ଡରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ସାଂସଦ କାଇଲ ମ୍ୟାକଗିନ୍ ସଂସଦ ଭିତରେ ଜୋତାରେ ବିୟର ପିଇବା ବିଷୟରେ କହିଛନ୍ତି, 'ମୁଁ ଏହି ଭାଷଣକୁ କିପରି ଶେଷ କରିବି ସେ ବିଷୟରେ ବହୁତ ଚିନ୍ତା କରିଥିଲି ଏବଂ ମୋତେ ଲାଗିଲା ଯେ ଏହା ଏକମାତ୍ର ଉପାୟ।' ଗୋଲ୍ଡଫିଲ୍ଡସରେ ଥିବା ମୋ ନିର୍ବାଚନମଣ୍ଡଳୀର ଲୋକମାନେ ଏହାକୁ ବିଶେଷ ଭାବରେ ପ୍ରଶଂସା କରିବେ। ସେ ଡ୍ରିଂକ ଶେଷ କରିବା ପୂର୍ବରୁ ଆହୁରି କହିଛନ୍ତି, 'ମୁଁ ଗାଳି ଶୁଣିବାରେ ଅଭ୍ୟସ୍ତ, ତେଣୁ ଏହି ପ୍ରସଙ୍ଗକୁ ଏଇଠି ହିଁ ଶେଷ କରିବା ଉଚିତ | ଶେଷରେ ମୁଁ ଭୋଟରମାନଙ୍କୁ କହିବାକୁ ଚାହେଁ, ଦୁଇଟି ସୁନ୍ଦର କାର୍ଯ୍ୟକାଳର ସୁଯୋଗ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ।'