Venga Baba Prediuctions / ମାଡ଼ି ଆସିବ ଅଜଣା ରୋଗ, ତିଆରି ହେବେ ସୁପର ହ୍ୟୁମାନ ! ବାବା ଭେଙ୍ଗାଙ୍କ ଭୟଙ୍କର ଅନୁମାନ
·54 mins ago·3 min read

Key Points
ମାଡ଼ି ଆସିବ ଅଜଣା ରୋଗ,
ତିଆରି ହେବେ ସୁପର ହ୍ୟୁମାନ !
ବାବା ଭେଙ୍ଗାଙ୍କ ଭୟଙ୍କର ଅନୁମାନ
ତିଆରି ହେବେ ସୁପର ହ୍ୟୁମାନ !
ବାବା ଭେଙ୍ଗାଙ୍କ ଭୟଙ୍କର ଅନୁମାନ
ଭୁବନେଶ୍ବର,୦୯/୦୯: ମାଡ଼ି ଆସିବ ଅଜଣା ରୋଗ, ତିଆରି ହେବେ ସୁପର ହ୍ୟୁମାନ ! ୨୦୨୭କୁ ନେଇ ବାବା ଭେଙ୍ଗାଙ୍କ ଭୟଙ୍କର ଅନୁମାନ। ସତ ହୋଇଛି ୨୦୨୬ର ଅନେକ ଆକଳନ । ସେ ନେପାଳ ଟ୍ରାଜେଡି ହେଉ କିମ୍ବା ଆମେରିକା ଏବଂ ଇରାନ ମଧ୍ୟରେ ଭୟଙ୍କର ଯୁଦ୍ଧ । ଦୀର୍ଘ ଦଶନ୍ଧି ତଳେ ଅନୁମାନ କରିଥିଲେ ବଲଗେରିଆର ବାବା ଭେଙ୍ଗା । ତାଙ୍କ ଭବିଷ୍ୟବାଣୀ ସତ ହେଉଛି ବୋଲି କୁହାଯାଏ । ତେବେ ୨୦୨୬ ଭଳି ୨୦୨୭କୁ ନେଇ ମଧ୍ୟ ସେ ଅନେକ କଥା କହିଛନ୍ତି । ଯାହା ଏବେ ସାମ୍ନାକୁ ଆସିଛି । ଯିଏ ବି ଭେଙ୍ଗା ବାବାଙ୍କ ଅନୁମାନ ଜାଣୁଛି ତାହାର ପାଦ ତଳୁ ମାଟି ଖସି ଯାଉଛି । କାରଣ ସେ ୨୦୨୭କୁ ନେଇ ଅନେକ ଭୟଙ୍କର ଅନୁମାନ କରିଛନ୍ତି ।
କୁହାଯାଏ ପୂର୍ବରୁ ରହସ୍ୟମୟ ବାବା ଭାବେ ପରିଚିତ ଭେଙ୍ଗା କୋଭିଡ, ରାଜକୁମାରୀ ଡାଏନାଙ୍କ ମୃତ୍ୟୁ ଭଳି ଅନେକ ଘଟଣାର ପୂର୍ବାନୁମାନ କରିଥିଲେ । ତାଙ୍କ ଅନୁଗାମୀ କୁହନ୍ତି ଯେ ସେ ଭବିଷ୍ୟ ଦେଖିପାରନ୍ତି । ଯାହାକୁ ଭିତ୍ତି କରି ୨୦୨୭ର ଅନେକ ପୂର୍ବାନୁମାନ ସାମ୍ନାକୁ ଆସିଛି ।
ଭବିଷ୍ୟତକୁ ନେଇ ରହସ୍ୟମୟ ଭବିଷ୍ୟବାଣୀ କରିଥିବା ବ୍ୟକ୍ତିଙ୍କ ତାଲିକାରେ ବାବା ଭାଙ୍ଗାଙ୍କ ନାଁ ସବୁଠାରୁ ଅଧିକ ଚର୍ଚ୍ଚିତ। ବୁଲଗେରିଆର ଏହି ଅନ୍ଧ ରହସ୍ୟବାଦୀଙ୍କ ନାଁରେ ପ୍ରତିବର୍ଷ ଅନେକ ଭବିଷ୍ୟବାଣୀ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥାଏ। ଏବେ ୨୦୨୭କୁ ନେଇ ତାଙ୍କ ନାଁରେ ପ୍ରଚାରିତ ହେଉଥିବା ଏକ ଦାବି ସମସ୍ତଙ୍କୁ ଚକିତ କରିଛି।
ମାଡ଼ି ଆସିବ ଅଜଣା ରୋଗ, ତିଆରି ହେବେ ସୁପର ହ୍ୟୁମାନ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୨୦୨୭ରେ କୌଣସି ଏକ ରହସ୍ୟମୟ ରୋଗ କିମ୍ବା ଜେନେଟିକ୍ ପରୀକ୍ଷଣ ଯୋଗୁଁ କିଛି ଲୋକଙ୍କ ଶରୀରରେ ଅସାଧାରଣ କ୍ଷମତା ବିକଶିତ ହୋଇପାରେ। ଏହି ଲୋକମାନେ ଅନ୍ୟ ସାଧାରଣ ମଣିଷଙ୍କ ତୁଳନାରେ ଅଧିକ ଶକ୍ତିଶାଳୀ ବା ‘ସୁପରହ୍ୟୁମାନ୍’ ଭଳି କ୍ଷମତା ହାସଲ କରିପାରନ୍ତି ବୋଲି ଦାବି କରାଯାଉଛି। ତେବେ ଏହି କଥିତ ଭବିଷ୍ୟବାଣୀରେ ଏହି ଶକ୍ତି କେଉଁ ପ୍ରକାରର ହେବ କିମ୍ବା ଏହା କିପରି ମଣିଷ ଶରୀରରେ ପ୍ରକାଶ ପାଇବ, ସେ ସମ୍ପର୍କରେ କୌଣସି ସ୍ପଷ୍ଟ ବିବରଣୀ ନାହିଁ। ଏପରିକି ଏହି ଦାବିର ମୂଳ ଉତ୍ସ ମଧ୍ୟ ସ୍ପଷ୍ଟ ନୁହେଁ।
ବାବା ଭାଙ୍ଗା ସତରେ କହିଥିଲେ କି?
ବାବା ଭାଙ୍ଗାଙ୍କୁ COVID-19 ମହାମାରୀ, ୯/୧୧ ଆକ୍ରମଣ ଏବଂ ରାଜକୁମାରୀ ଡାଏନାଙ୍କ ମୃତ୍ୟୁ ଭଳି ଘଟଣା ବିଷୟରେ ପୂର୍ବରୁ ଭବିଷ୍ୟବାଣୀ କରିଥିବାର ଶ୍ରେୟ ଦିଆଯାଏ। ତାଙ୍କ ଅନୁଗାମୀମାନେ ଦାବି କରନ୍ତି ଯେ ସେ ଏହି ଘଟଣାଗୁଡ଼ିକୁ ଦଶନ୍ଧି ପୂର୍ବରୁ ଅନୁମାନ କରିଥିଲେ। କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବାବା ଭାଙ୍ଗାଙ୍କ ନାଁରେ ପ୍ରଚାରିତ ଅନେକ ଭବିଷ୍ୟବାଣୀର ପ୍ରାମାଣିକ ଲିଖିତ ରେକର୍ଡ ମିଳୁନାହିଁ। ତେଣୁ ସେ ପ୍ରକୃତରେ ଏହି ଭବିଷ୍ୟବାଣୀ କରିଥିଲେ କି ନାହିଁ, ତାହା ନେଇ ପ୍ରଶ୍ନ ରହିଛି। ବିଶେଷଜ୍ଞମାନେ ମଧ୍ୟ ଏପରି ଦାବିକୁ ପ୍ରମାଣିତ ତଥ୍ୟ ଭାବେ ଗ୍ରହଣ କରିବା ପୂର୍ବରୁ ସତର୍କ ରହିବାକୁ କହନ୍ତି।
୨୦୨୬ର ଅନୁମାନ
୨୦୨୬ରେ ବାବା ବିଶ୍ୱଯୁଦ୍ଧ ନେଇ ଅନୁମାନ କରିଥିଲେ । ଏହାସହ ଜଳବାୟୁ ପରିବର୍ତ୍ତନ, ଏଆଇ ଏବଂ ପ୍ରଯୁକ୍ତିବିଦ୍ୟାର ବିପଦ ଆଦି ବାବଦରେ କହିଥିଲେ । ଯାହା ଅନେକାଂଶରେ ସତ ହୋଇଛି । ମଧ୍ୟପ୍ରାଚ୍ୟରେ ଦୀର୍ଘଦିନ ହେବ ଯୁଦ୍ଧ ଲାଗି ରହିଛି । ଖାଲି ବାବା ଭେଙ୍ଗା ନୁହେଁ ନୋଷ୍ଟ୍ରାଡମସ୍ ମଧ୍ୟ ସମାନ ପୂର୍ବାନୁମାନ କରିଥିଲେ । ଏହାସହ ବଡ଼ ଭୂମିକମ୍ପ ଆସିବ ଏବଂ ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନଙ୍କ ଶକ୍ତିବୃଦ୍ଧି ନେଇ ମଧ୍ୟ ଭେଙ୍ଗା ଅନୁମାନ କରିଥିଲେ ।
ଭବିଷ୍ୟବାଣୀ ନା ବିଶ୍ୱାସ?
ପ୍ରାକୃତିକ ବିପର୍ଯ୍ୟୟ, AIର ବିକାଶ ଏବଂ ବିଶ୍ୱର ବିଭିନ୍ନ ସଙ୍କଟକୁ ବାବା ଭାଙ୍ଗାଙ୍କ ଭବିଷ୍ୟବାଣୀ ସହ ଯୋଡ଼ି ଦେଖାଯାଉଛି। ଏହା ସହିତ ନୋଷ୍ଟ୍ରାଡାମସ୍ଙ୍କ ନାଁରେ ମଧ୍ୟ ୨୦୨୬କୁ ନେଇ ତୃତୀୟ ବିଶ୍ୱଯୁଦ୍ଧର ଭବିଷ୍ୟବାଣୀ ଭଳି ଦାବି ପ୍ରଚଳିତ ହୋଇଛି। ତେବେ ବାବା ଭାଙ୍ଗାଙ୍କ ନାଁରେ ପ୍ରଚାରିତ ଏହି ସବୁ କଥିତ ଭବିଷ୍ୟବାଣୀକୁ ଏଯାଏଁ ବୈଜ୍ଞାନିକ ଭାବେ ପ୍ରମାଣିତ କରାଯାଇନାହିଁ। ତେଣୁ ୨୦୨୭ରେ ମଣିଷ ‘ସୁପରହ୍ୟୁମାନ୍’ ହେବାର ଦାବିକୁ ଏକ ରହସ୍ୟମୟ ଭବିଷ୍ୟବାଣୀ ଭାବେ ଦେଖିବା ଉଚିତ, ନା କି ପ୍ରମାଣିତ ବୈଜ୍ଞାନିକ ତଥ୍ୟ ଭାବେ। ଏହି ଦାବି ବାସ୍ତବରେ ସତ ହେବ କି ନାହିଁ, ତାହା ଆସନ୍ତା ସମୟ ହିଁ କହିବ।

Related Topics
Explore more stories