Videos
|
International

BahrainOdiaCommunity / ବାହାରିନରେ ଗୁଞ୍ଜିଲା ‘ଜୟ ଜଗନ୍ନାଥ’ ଧ୍ୱନି…ପ୍ରବାସୀ ଓଡ଼ିଆଙ୍କ ଭବ୍ୟ ରଥଯାତ୍ରା ପାଳନ

Ritu Das
Browse all articles by Ritu Das
·1 month ago·2 min read
ବାହାରିନରେ ଗୁଞ୍ଜିଲା ‘ଜୟ ଜଗନ୍ନାଥ’ ଧ୍ୱନି…ପ୍ରବାସୀ ଓଡ଼ିଆଙ୍କ ଭବ୍ୟ ରଥଯାତ୍ରା ପାଳନ
Festival

Key Points

ବାହାରିନର ରାଜଧାନୀ ମାନାମା ଠାରେ ପ୍ରବାସୀ ଓଡ଼ିଆଙ୍କ ସଂଗଠନ 'ବାହାରିନ ଓଡ଼ିଆ ସମାଜ" ଘୋଷ ଯାତ୍ରା ପାଳନ କରିଛନ୍ତି
ବାହାରିନର ରାଜଧାନୀ ମାନାମା ଠାରେ ପ୍ରବାସୀ ଓଡ଼ିଆଙ୍କ ସଂଗଠନ 'ବାହାରିନ ଓଡ଼ିଆ ସମାଜ" ଘୋଷ ଯାତ୍ରା ପାଳନ କରିଛନ୍ତି। ଏଥିରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗ ଦେଇ ଘଣ୍ଟଘଣ୍ଟା ଓ ବାଦ୍ୟ ନାଦ ମଧ୍ୟରେ ଭକ୍ତ ମାନେ ହରିବୋଲ ଓ ଜୟ ଜଗନ୍ନାଥ ଧ୍ବନି ଦେଇ ରଥ ଟାଣିଥିଲେ।

ଏହାସହ ପଢ଼ନ୍ତୁ: ପୋଲିସର ନିର୍ଦ୍ଦେଶାବଳୀ ମାନିବାକୁ ଅପିଲ୍; ଛୋଟ ପିଲା ଏବଂ ବୟସ୍କଙ୍କୁ ନେଇ ପୁରୀ ଆସନି

ପାରମ୍ପରିକ ରୀତିରେ, ବାହାରିନ ଓଡ଼ିଆ ସମାଜ ର ସଭାପତି ରାମଚନ୍ଦ୍ର ସାହୁ ଓ ଶ୍ରୀ ଶ୍ରୀ ରାଧା ଗୋପାଳକୃଷ୍ଣ ମନ୍ଦିରର ୟାଦବପତି କୃଷ୍ଣଦାସ ପ୍ରଭୁ ଓ ପ୍ରଶାନ୍ତ ପ୍ରଭୁ ରଥ ଉପରେ ଛେରାପହଁରା କରିବା ପରେ ରଥ ଆଗକୁ ଗଡ଼ିଥିଲା। ରଥ ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରା ବିଜେ ହେଲା ପରେ ଶ୍ରଦ୍ଧାଳୁ ମାନେ ଭାବବିହ୍ବଳ ହୋଇଥିଲେ। ଚତୁର୍ଦ୍ଧାମୂର୍ତ୍ତି ରଥରେ ପରିକ୍ରମା କଲା ପରେ ଶତାଧିକ ଭକ୍ତ ପ୍ରସାଦ ସେବନ କରିଥିଲେ, ଶେଷରେ କିଛି ଭକ୍ତ ଓଡ଼ିଶାର ବିଭିନ୍ନ ପାରମ୍ପାରିକ ନୃତ୍ୟ ପ୍ରଦର୍ଶନ କରିଥିଲେ। ବାହାରିନ ଓଡ଼ିଆ ସମାଜର କୋଷାଧ୍ୟକ୍ଷ ଅଶୋକ କୁମାର ପାଣି , ସାଂସ୍କୃତିକ ସମ୍ପାଦିକା ସରିତା ପାଢ଼ୀ, କ୍ରୀଡା ସମ୍ପାଦକ ଅନିରୁଦ୍ଧ ବିଶ୍ୱାଳ ଭକ୍ତ ମାନଙ୍କ ଗହଣରେ ଜଗନ୍ନାଥ ସଂସ୍କୃତି ବିଷୟରେ ଆଲୋଚନା କରିଥଲେ।

ବିଦେଶର ରଥଯାତ୍ରା ପାଳନ କରିବା ପ୍ରତ୍ୟେକ ପ୍ରବାସୀ ଓଡ଼ିଆଙ୍କ ପାଇଁ ସୌଭାଗ୍ୟର କଥା ବୋଲି, ସମାଜର ଯୁଗ୍ମ ସାଧାରଣ ସମ୍ପାଦକ ଅମରେଶ ପଣ୍ଡା , ଜନ ସମ୍ପର୍କ ସମ୍ପାଦିକା ଅଙ୍କିତା ନାୟକ କହିଥିଲେ। ରଥ ନିର୍ମାଣଠୁ ଆରମ୍ଭ କରି ରଥ ଯାତ୍ରା ଶେଷ ପର୍ଯ୍ୟନ୍ତ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ମାନେ ସହଯୋଗ କରିଥଲେ। ବାହାରିନ ଓଡ଼ିଆ ସମାଜର ସଭାପତି ରାମଚନ୍ଦ୍ର ସାହୁ ଭକ୍ତ ମାନଙ୍କୁ ଉଦବୋଧନ ଦେଇ ବାହାରିନରେ ରଥଯାତ୍ରା ପାଳନ କରିବା ପ୍ରଭୁ ଜଗନ୍ନାଥଙ୍କ ଲୀଳା ଓ କରୁଣା ବୋଲି କହିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବରିଷ୍ଠ ସଦସ୍ୟ କିଶୋର ଦାସ , ଦୀନେଶ ମହାନ୍ତି , ବିଷ୍ଣୁ ପ୍ରସାଦ ମହାନ୍ତି ପାରମ୍ପରିକ ରୀତିନୀତିରେ ରଥଯାତ୍ରା କାର୍ଯ୍ୟକ୍ରମ ସାରିଥିବାରୁ ସମସ୍ତ ପ୍ରବାସୀ ଓଡ଼ିଆକୁ ଧନ୍ୟବାଦ୍ ଜଣାଇବା ସହ ସଂଗଠନକୁ ସୁଦୃଢ କରିବା ଓ ଜଗନ୍ନାଥ ସଂସ୍କୃତି ,ପରମ୍ପରା କିଭଳି ଭାବରେ ପ୍ରଚାର ପ୍ରସାର ହେବା ସହ ପ୍ରତ୍ୟେକ ବର୍ଷ ବାହାରିନରେ ରଥ ଯାତ୍ରା ହେବ ସେନେଇ ଆଲୋଚନା କରିଥଲେ।। ସର୍ବଶେଷରେ ସାଧାରଣ ସଂପାଦକ ଶ୍ରୀଯୁକ୍ତ ସାରଦା ପଟ୍ଟନାୟକ ସମସ୍ତ ଭକ୍ତ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Bahrain Odia Community Celebrates Grand Rath Yatra With Devotion | Argus News