Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ପାକିସ୍ତାନ ଏୟାରବେସ ଉପରେ ଆକ୍ରମଣ କଲା ବେଲୁଚି ଆତଙ୍କୀ ସଂଗଠନ

Ritu Das
Browse all articles by Ritu Das
·2 years ago
ପାକିସ୍ତାନ ଏୟାରବେସ ଉପରେ ଆକ୍ରମଣ କଲା ବେଲୁଚି ଆତଙ୍କୀ ସଂଗଠନ

ଅର୍ଗସ ବ୍ୟୁରୋ: ପାକିସ୍ତାନରେ ଥମୁନି ଆକ୍ରମଣ । ପୋର୍ଟ ପରେ ଏବେ ଏୟାରବେସକୁ ଟାର୍ଗେଟ କରିଛନ୍ତି ବେଲୁଚିସ୍ତାନର ଆତଙ୍କବାଦୀ ସଂଗଠନ । ବେଲୁଚିସ୍ତାନ ଲିବରେସନ ଆର୍ମି ପକ୍ଷରୁ ପାକିସ୍ତାନର ଦ୍ୱିତୀୟ ସବୁଠୁ ବଡ଼ ନେବଲ ଏୟାରବେସ୍ ଉପରେ ବଡ଼ ଧରଣର ଆକ୍ରମଣ କରାଯାଇଛି । ବି.ଏଲ.ଏ ମଜିଦ ବିଗ୍ରେଡର ଆତଙ୍କବାଦୀମାନେ ଏୟାର ବେସରେ ପ୍ରବେଶ କରିବା ସହ ବିସ୍ଫୋରଣ କରିଛନ୍ତି । 

ଏଥିସହ ଆଖିବୁଜା ଗୁଳି ଚାଳନା ମଧ୍ୟ କରାଯାଇଛି । ଏହି ଆକ୍ରମଣରେ ମୃତାହତ ନେଇ କୌଣସି ସୂଚନା ମିଳି ନଥିବା ବେଳେ ଏଥିପାଇଁ ବେଲୁଚିସ୍ତାନ ଲିବରେସନ ଆର୍ମୀ ନିଜକୁ ଦାୟୀ କରିଛି । ବେଲୁଚିସ୍ତାନରେ ଚୀନର ନିବେଶକୁ ବିରୋଧ କରି ଆସୁଛି ଏହି ସଂଗଠନ । ଯାହାକୁ ନେଇ ପାକିସ୍ତାନ ଉପରେ ବାରମ୍ବାର ଆକ୍ରମଣ କରାଯାଉଛି।

ଅଧିକ ପଢ଼ନ୍ତୁ ବିଦେଶ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Balochi terrorist | Argus News