Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

କମେଡିଆନ କଦଳୀ, ଦାମ୍ 52 କୋଟି

Smruti Parija
Browse all articles by Smruti Parija
·1 year ago·1 min read
କମେଡିଆନ କଦଳୀ, ଦାମ୍ 52 କୋଟି

ଅର୍ଗସ ବ୍ୟୁରୋ: କଦଳୀର ଦାମ୍ 52 କୋଟି 70 ଲକ୍ଷ । କ'ଣ ଭାବୁଛନ୍ତି ଗୋଟେ କାନ୍ଦି କି ବହୁତ ଗୁଡିଏ କଦଳୀ ହୋଇଥିବ । ନା...ନା ମାତ୍ର ଗୋଟିଏ କଦଳୀର ଦାମ୍ 52 କୋଟି 70 ଲକ୍ଷ । ଏହାର ନାଁ କମେଡିଆନ କଦଳୀ । ଏ ଯେଉଁ ଫଟୋ ଦେଖୁଛନ୍ତି ଏହା ହେଉଛି  ସେହି କଦଳୀ । ଯାହା ଆମେରିକାରେ 6.24 ମିଲିୟନ୍ ଟଙ୍କାରେ ନିଲାମ୍ ହୋଇଛି । ଏହାକୁ ନିଲାମ କରିଛନ୍ତି ଓଲିଭର୍ ବାର୍କର୍ ।  ବିଶ୍ବର ଏହି ସବୁଠୁ ଦାମୀ କଦଳୀକୁ କିଣିଛନ୍ତି ଜଣେ ଉଦ୍ୟୋଗୀ ଜଷ୍ଟିନ୍ ସନ୍ । 

ଭାରତରେ ବର୍ଷ ସାରା କଦଳୀ ମିଳେ । 5 ଟଙ୍କା 10 ଟଙ୍କାରୁ ଆରମ୍ଭ କରି ବେଶୀରୁ ବେଶୀ ଗୋଟେ କଦଳୀର ଦାମ୍ 30-40 ଟଙ୍କା ହୋଇଥିବ । କିନ୍ତୁ ଏ କଦଳୀରେ ଏମିତି କଣ ବିଶେଷତ୍ୱ ରହିଛି ଯେ ଏହାର ଦାମ୍ ଏତେ ଟଙ୍କା । 

ଏହାକୁ କିଣିଥିବା ଉଦ୍ୟୋଗୀଙ୍କ କହିବା କଥା ଯେ ଏହି କମେଡିଆନ କଦଳୀର ଅର୍ଥ ହେଉଛି ଏହା କଳା, ମିମ୍ସର ପ୍ରତିକୃତି । ତେବେ ଏତେ ଟଙ୍କାର କଦଳୀକୁ ନେଇ ଏବେ ଚର୍ଚ୍ଚା ଜୋର୍ ।  
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
banana-price-52-crore | Argus News