Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ହସିନାଙ୍କ ବଢିଲା ଅଡ଼ୁଆ ! ବାଂଲାଦେଶ ଫେରିବା ଛଡ଼ା ବାଟ ନାହିଁ

International

ହସିନାଙ୍କ ବଢିଲା ଅଡ଼ୁଆ ! ବାଂଲାଦେଶ ଫେରିବା ଛଡ଼ା ବାଟ ନାହିଁ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ହସିନାଙ୍କ ବଢିଲା ଅଡ଼ୁଆ ! ବାଂଲାଦେଶ ଫେରିବା ଛଡ଼ା ବାଟ ନାହିଁ

Key Points

  • ହସିନାଙ୍କ ବଢିଲା ଅଡ଼ୁଆ
  • ବାଂଲାଦେଶ ଫେରିବା ଛଡ଼ା ବାଟ ନାହିଁ
  • ଜାରି ହୋଇଛିସ ଗିରଫ ପରୱାନା

ଅର୍ଗସ ବ୍ୟୁରୋ: ପୁଣି ଚର୍ଚ୍ଚାରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା । କାରଣ ତାଙ୍କ ନାଁରେ ଜାରି ହୋଇଛି ଗିରଫ ପରୱାନା । ତେଣୁ ସେ ଯେଉଁଠି ଥିଲେ ବି ବାଂଲାଦେଶ ଫେରିବାକୁ ସେ ବାଧ୍ୟ ହେବେ । ଯାହାକୁ ନେଇ ଚର୍ଚ୍ଚା ବଢିଛି । 

ସଂରକ୍ଷଣ ଏତେ ମାତ୍ରାରେ ତେଜିଥିଲା ଯେ ଇଚ୍ଛା ନଥିଲେ ବି ପରିସ୍ଥିତିର ଚାପରେ ବାଂଲାଦେଶ ଛାଡ଼ି ପଳାଇଥିଲେ ଶେଖ ହସିନା । ଭାବିଥିଲେ ଦେଶରେ ଶାନ୍ତି ଫେରିଲେ ପୁଣି ଥରେ ନିଜ ଦେଶକୁ ଫେରିବେ । ପ୍ରଥମେ ତ ଭାରତର ଶରଣରେ ରହିଥିଲେ । ପରେ ପରେ ବ୍ରିଟେନ ଯିବା ନେଇ ଚର୍ଚ୍ଚା ହୋଇଥିଲା କିନ୍ତୁ ବ୍ରିଟେନ୍‌ ଭିସା ନଦେବାରୁ ଋଷିଆ ସହ ଯୋଗାଯୋଗ କରିଥିଲେ ହସିନା । କିନ୍ତୁ ସେଥିରେ ବି ତାଙ୍କୁ କୌଣସି ଲାଭ ମିଳିନଥିଲା । ଏହାରି ଭିତରେ ବାଂଲାଦେଶରେ ଅବସ୍ଥିତ ଅନ୍ତର୍ଜାତୀୟ ଅପରାଧିକ କୋର୍ଟ ହସିନାଙ୍କ ନାମରେ ଗିରଫ ପରୱାନା ଜାରି କରିଛନ୍ତି । ତେଣୁ ବାଂଲା ଫେରିବାକୁ ଏବେ ବାଧ୍ୟ ହେବେ ବୋଲି କୁହାଯାଉଛି ।

ଶେଖ ହସିନାଙ୍କ ସରକାର ଯିବା ପରେ ଏବେ ବାଂଲାରେ ଚାଲିଛି ୟୁନୁସ ସରକାର । କିନ୍ତୁ ହସିନାଙ୍କ ପ୍ରଧାନମନ୍ତ୍ରୀତ୍ଵ କାଳରେ ବାଂଲାରେ ଯେଉଁପରି ସଂରକ୍ଷଣ ହିଂସା ହେଲା, ଲକ୍ଷାଧିକ ଟଙ୍କାର ରାଜସ୍ଵ ନଷ୍ଟ ହେଲା ତାହାକୁ ନେଇ ୟୁନୁସ ସରକାର ଚିନ୍ତା ପ୍ରକଟ କରିବା ସହିତ ଗିରଫ ପରୱାନ ଜାରି କରାଇଛନ୍ତି । ଚଳିତବର୍ଷ ହସିନା ପ୍ରଧାନମନ୍ତ୍ରୀ ପଦରେ ଥିବା ବେଳେ ଛାତ୍ର ଆନ୍ଦୋଳନକୁ ଯେଉଁପରି ଭାବରେ ହିଂସାତ୍ମକ ଢଙ୍ଗରେ ପ୍ରତିହତ କରିବାକୁ ଚେଷ୍ଟା କରାଯାଇଥିଲା ସେହି ମାମଲାରେ କୋର୍ଟ ଏଭଳି ଆଦେଶ ଜାରି କରିଛନ୍ତି । ଆଦେଶ ଅନୁସାରେ ନଭେମ୍ବର ୧୮ ତାରିଖ ସୁଦ୍ଧା ହସିନାଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । କେବଳ ଶେଖ ହସିନା ନୁହଁନ୍ତି ଅଭିଯୋଗ ପକ୍ଷ ହସିନାଙ୍କ ନେତୃତ୍ୱାଧୀନ ଆୱାମୀ ଲିଗ ସରକାରଙ୍କ ବିରୋଧରେ ଛାତ୍ର ଆନ୍ଦୋଳନ ସମୟରେ ଘଟିଥିବା ହତ୍ୟାରେ ଜଡିତ ଅନ୍ୟ ୫୦ ଜଣଙ୍କ ବିରୋଧରେ ବି ଗିରଫ ପରୱାନା ଜାରି କରିବାକୁ ଅନୁରୋଧ କରିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ହସିନାଙ୍କ ଆୱାମୀ ଲିଗ୍‌ ଓ ସହଯୋଗୀଙ୍କ ନେତାଙ୍କ ବିରୋଧରେ ଏବେ ନୂଆ ସରକାର ପୁଳାପୁଳା ମାମଲା ରୁଜୁ କରିଛନ୍ତି । ପାଖାପାଖି ୬୦ରୁ ଅଧିକ ମାମଲା ରୁଜୁ କରାଯାଇଛି । ଅଭିଯୋଗ ହୋଇଛି କି ହସିନାଙ୍କ ୧୫ ବର୍ଷର ସରକାର ଚାଲିଥିବା ବେଳେ ଅନେକ ମାନବ ଉଲଙ୍ଘନକାରୀ କାର୍ଯ୍ୟ ହୋଇଛି । ଯାହାର ପରିଣାମ ଏବେ ଭୋଗୁଛନ୍ତି ହସିନା । ସୂଚନା ଅନୁସାରେ ହସିନାଙ୍କୁ ଚୁପ୍‌ ରହିବାକୁ ପୂର୍ବରୁ କହିଥିଲେ ୟୁନୁସ । କହିଥିଲେ ଭାରତରେ ହସିନା ଦେଉଥିବା ରାଜନୀତି ବୟାନ ଅଣବନ୍ଧୁତ୍ୱର ପରିଚୟ ସୃଷ୍ଟି କରୁଛି ।

ଭାରତ ଓ ବାଂଲାଦେଶକୁ ଅସହଜ ଅନୁଭବ ହେବା ଭଳି ବୟାନ ଠାରୁ ହସିନା ଦୂରେଇ ରୁହୁନ୍ତୁ । ଯେ ପର୍ଯ୍ୟନ୍ତ ତାଙ୍କୁ ଫେରାଇ ଅଣାଯିବାକୁ ଅନୁରୋଧ ଭାରତ ପାଖରେ ପହଞ୍ଚିନି ସେ ପର୍ଯ୍ୟନ୍ତ ହସିନା ଚୁପ ରୁହନ୍ତୁ । ଭାରତ ଓ ବାଂଲାଦେଶ ମଧ୍ୟରେ ଥିବା ସମ୍ପର୍କ ବେଶ ନିବିଡ଼,ତେଣୁ ସେ ଏଭଳି ବୟାନବାଜି ବନ୍ଦ କରନ୍ତୁ,ଭାରତରେ ରହି ଶେଖ ହସିନା ଦେଉଥିବା ବୟାନ ଆଦୌ ଗ୍ରହଣୀୟ ନୁହେଁ । ଖାଲି ଏତିକି ନୁହେଁ ବରଂ ହସିନା ଯଦି ଚୁପ୍‌ ରହିବେ ତେବେ ଆମେ ସବୁ ଭୁଲି କ୍ଷମା କରିଦେବୁ । ଲୋକେ ବି କ୍ଷମା କରିଦେବେ । କିନ୍ତୁ ସେ ଦେଶ ବିରୋଧରେ ଯେଉଁ ବୟାନ ଦେଉଛନ୍ତି ତାହା ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି । ଆଉ ଏହାରି ଭିତରେ ଗିରଫ ପରୱାନା ଜାରି କରିଥିବାରୁ ଏବେ ଚର୍ଚ୍ଚା ଜୋର ଧରିଛି ।
 

Argus Whatsapp Channel Mobile Top
Sponsored
Bangladesh former PM Sheikh Hasina | Argus News