Videos
|
International

ହସିନାଙ୍କ ୨୮୪ କୋଟି ରହିଗଲା ଚାକର ପାଖରେ ?

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ହସିନାଙ୍କ ୨୮୪ କୋଟି ରହିଗଲା ଚାକର ପାଖରେ ?

Key Points

  • ହସିନାଙ୍କ ପାଖରେ ଟଙ୍କା ନାହିଁ
  • ତରତର ହୋଇ ଆସିଲେ, ସବୁ ଭୁଲିଗଲେ
  • ଚାକର ପାଖରେ ରହିଛି ୨୮୪ କୋଟି !

ଅର୍ଗସ ବ୍ୟୁରୋ : ହସିନାଙ୍କୁ ନେଇ ଥମୁନି ଚର୍ଚ୍ଚା । ସଂରକ୍ଷଣ ହିଂସାରେ ବାଂଲାଦେଶ ଜଳୁଛି, ସେନାର ନୋଟିସ ପାଇବା ମାତ୍ରେ ସଙ୍ଗେ ସଙ୍ଗେ ଢାକା ଛାଡି ଭାରତ ପଳାଇ ଆସିଥିଲେ ହସିନା । ହେଲେ ଏବେ ଯେଉଁ ଖବର ସାମ୍ନାକୁ ଆସୁଛି ତାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଚାଲିଛି । କାରଣ ହସିନା ଏତେ ତରତର ହୋଇ ଦେଶ ଛାଡିଥିଲେ ଯେ ନିଜ ସାଙ୍ଗରେ ଟଙ୍କା ପଇସା ଆଣିବାକୁ ଭୁଲିଯାଇଥିଲେ । କଥା ହେଲା, ହସିନାଙ୍କ ପାଖରେ କାମ କରୁଥିବା ବ୍ୟକ୍ତିଙ୍କ ପାଖରେ ହସିନାଙ୍କ ୨୮୪ କୋଟି ଟଙ୍କା ସହ ସଂପତ୍ତି ରହିଥିବା ସୂଚନା ମିଳିଛି । ହେଲେ ସେ ଟଙ୍କା କେମିତି ଆସିବ ସେନେଇ କିନ୍ତୁ କୌଣସି ସୂଚନା ମିଳିନାହିଁ ।

ବାଂଲାଦେଶରେ ଅନ୍ତରୀଣ ସରକାର ଗଠନ ହୋଇଛି । ନୋବେଲ ବିଜେତା ମହମ୍ମଦ ୟୁନୁସ ଏହି ଅନ୍ତରୀଣ ସରକାରର ମଙ୍ଗ ଧରିଛନ୍ତି ଅର୍ଥାତ୍‌ ବାଂଲାଦେଶର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ଅନ୍ୟପଟେ ପୂର୍ବ ପ୍ରଧାନମନ୍ତ୍ରୀ ଶେଖ ହସିନା ଏବେ ମଧ୍ୟ ଭାରତରେ ରହିଛନ୍ତି । ସେନାର ନିର୍ଦ୍ଦେଶ ପରେ ମାତ୍ର ୪୫ ମିନିଟ୍ ମଧ୍ୟରେ ଦେଶ ଛାଡିଥିଲେ ଶେଖ ହସିନା। ଏତେ କମ ସମୟ ମଧ୍ୟରେ ହସିନା ଦେଶ ଛାଡିଥିଲେ ଯେ, ସାଥିରେ ବିଶେଷ କିଛି ଆଣିବାକୁ ସମୟ ପାଇନଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ବାସଭବନରେ ଆନ୍ଦୋଳନକାରୀ ପଶି ସୁବିକିଛି ଲୁଟି ନେଇଥିଲେ। ଅଥାର୍ତ ଖାଲି ହାତରେ ବାଂଲାଦେଶରୁ ଭାରତକୁ ଆସିଛନ୍ତି ଶେଖ ହସିନା। ତେଣୁ ଆଗାମୀ ଦିନରେ ସେ କେଉଁ ଆଡ଼େ ଗସ୍ତ କରିବେ ତାହା ଉପରେ ସମସ୍ତଙ୍କ ନଜର ।

ସଂରକ୍ଷଣ ଆଇନକୁ ନେଇ ଜଳୁଛି ବାଂଲାଦେଶ ।  ଗତ କିଛିଦିନ ଭିତରେ ବାଂଲାଦେଶର ଦୁଇଟି ଜେଲ୍ ଭାଙ୍ଗି ୭୦୯ ଜଣ କଏଦୀ ଫେରାର ହୋଇଯାଇଥିବା ଜଣାପଡ଼ିଛି । ସବୁଠୁ ବଡ଼ କଥା ହେଲା ଫେରାର ହୋଇଥିବା କଏଦୀଙ୍କ ମଧ୍ୟରେ ଅନେକ ଆତଙ୍କବାଦୀ ରହିଛନ୍ତି । ଆଉ ସେମାନେ ଭାରତରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଜଣାପଡ଼ିବା ପରେ ପଶ୍ଚିମବଙ୍ଗରେ ସୁରକ୍ଷା ଏଜେନ୍ସିମାନେ ସତର୍କତା ବଢ଼ାଇ ଦେଇଛନ୍ତି । ସୂଚନା ଅନୁସାରେ, ମଙ୍ଗଳବାର ବାଂଲାଦେଶର ଶେରପୁର ଜିଲ୍ଲା କାରାଗାରରେ ଠେଙ୍ଗାବାଡ଼ି ଧରି ଉତ୍ତ୍ୟକ୍ତ ଜନତା ପଶି ୫୦୦ରୁ ଅଧିକ କଏଦୀଙ୍କୁ ମୁକ୍ତ କରିଦେଇଥିଲେ । ଗାଜିପୁରରେ ପ୍ରାୟ ୨୦୯ ଜଣ କଏଦୀ କାସିମପୁର ହାଇସିକ୍ୟୁରିଟି ଜେଲ୍‌ରୁ ଫେରାର ହୋଇଯାଇଥିଲେ। ପରବର୍ତ୍ତୀ ଘଟଣାରେ କଏଦୀମାନଙ୍କୁ ଖସିଯିବାରୁ ରୋକିବା ପାଇଁ ଜେଲ୍ ଗାର୍ଡମାନେ ଗୁଳି ଚଳାଇଥିଲେ, ଯେଉଁଥିରେ ୩ ଜଣ ଆତଙ୍କବାଦୀଙ୍କ ସମେତ ୬ ଜଣ ନିହତ ହୋଇଥିଲେ । ଜେଲ୍‌ରୁ ଖସି ଆସିଥିବା କଏଦୀଙ୍କ ମଧ୍ୟରୁ ଜଣେ ହେଉଛି ଇକ୍ରାମୁଲ ହକ୍ ଓରଫ ଅବୁ ତଲହା। ଭାରତୀୟ ଗୁଇନ୍ଦା ତଥ୍ୟ ଆଧାରରେ ୨୦୨୩ରେ ବାଂଲାଦେଶର ଆତଙ୍କବାଦ ନିରୋଧୀ ଏବଂ ଅନ୍ତର୍ଜାତୀୟ ଅପରାଧ ଶାଖା ତାକୁ ଗିରଫ କରିଥିଲା। ଜେଲ୍‌ରୁ ପଳାଇଥିବା ଅନ୍ୟ ଜଣେ ଆତଙ୍କବାଦୀ ହେଉଛି ନିୟମାତୁଲ୍ଲା। ସେହି ଜେଲ୍‌ରେ ଥିବା ଅବଦୁଲ ଆଲିମ (ଜମାତ-ଉଲ-ମୁସଲିମିନର ଅପରେଟିଂ କମାଣ୍ଡର) ଓ ଜାକାରିଆ ମଣ୍ଡଳ ମଧ୍ୟ ଫେରାର ହୋଇଯାଇଛନ୍ତି କି ନାହିଁ ସେ ନେଇ ତଦନ୍ତ ଚାଲିଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କଥା ହେଲା ବାଂଲାରେ ଏବେ ନୂଆ ସରକାର ହୋଇଛି ସତ ହେଲେ ସ୍ଥିତି ପୁରା ଆୟତ୍ତ ହୋଇପାରିନି । ତେଣୁ ଏହି ମୌକାରେ ଅନେକ ଆତଙ୍କୀ ସୀମା ପାର କରି ଆତଙ୍କ ରଚିବାକୁ ଷଡଯନ୍ତ୍ର କରୁଛନ୍ତି । ଯାହାକୁ ନେଇ ଏବେ ଭାରତରେ ହାଇଆଲର୍ଟ ଜାରି ହୋଇଛି ।

 

Bangladesh Ex-pm | Argus News