Videos
|
International

Tank Explosion / ଫାୟାରିଂ ଅଭ୍ୟାସ ବେଳେ ଟ୍ୟାଙ୍କ୍‌ରେ ବିସ୍ଫୋରଣ, ୨ ବାଂଲାଦେଶୀ ସୈନିକ ମୃତ…. ଅଧିକାରୀ ଗୁରୁତର

Ritu Das
Browse all articles by Ritu Das
·23 mins ago·2 min read
ଫାୟାରିଂ ଅଭ୍ୟାସ ବେଳେ ଟ୍ୟାଙ୍କ୍‌ରେ ବିସ୍ଫୋରଣ, ୨ ବାଂଲାଦେଶୀ ସୈନିକ ମୃତ…. ଅଧିକାରୀ ଗୁରୁତର
Blast

Key Points

ବୁଧବାର ଫାୟାରିଂ ଅଭ୍ୟାସ ସମୟରେ ଏକ ଟ୍ୟାଙ୍କ୍‌ରେ ବିସ୍ଫୋରଣ ଘଟି ୨ ଜଣ ସୈନିକଙ୍କ ମୃତ୍ୟୁ ହୋଇଛି
ବାଂଲାଦେଶର ଚଟ୍ଟଗ୍ରାମର ହାଥାଜରି ଫିଲ୍ଡ ଫାୟାରିଂ ରେଞ୍ଜ୍‌ରେ ବୁଧବାର ଫାୟାରିଂ ଅଭ୍ୟାସ ସମୟରେ ଏକ ଟ୍ୟାଙ୍କ୍‌ରେ ବିସ୍ଫୋରଣ ଘଟି ୨ ଜଣ ବାଂଲାଦେଶୀ ସୈନିକଙ୍କ ମୃତ୍ୟୁ ହୋଇଛି। ଏଥିରେ ଜଣେ ସେନା ଅଧିକାରୀ ଗୁରୁତର ଆହତ ହୋଇଛନ୍ତି। ଘଟଣା ସମୟରେ ଟ୍ୟାଙ୍କ୍‌ରୁ ଗୁଳିଚାଳନା ଅଭ୍ୟାସ ଚାଲିଥିଲା ବୋଲି ବାଂଲାଦେଶର ଇଣ୍ଟର ସର୍ଭିସେସ୍‌ ପବ୍ଲିକ୍‌ ରିଲେସନ୍ସ ଡାଇରେକ୍ଟୋରେଟ୍‌ (ଆଇଏସ୍‌ପିଆର୍‌) କହିଛି।



ଆହତ ଅଧିକାରୀଙ୍କୁ ଉନ୍ନତ ଚିକିତ୍ସା ପାଇଁ ହେଲିକପ୍ଟର ଯୋଗେ ଢାକାସ୍ଥିତ କମ୍ବାଇନ୍‌ଡ ମିଲିଟାରି ହସ୍ପିଟାଲ୍‌ (ସିଏମ୍‌ଏଚ୍‌)କୁ ନିଆଯାଇଛି। ମୃତ ସୈନିକ ଓ ଆହତ ଅଧିକାରୀଙ୍କ ପରିଚୟ ଆଇଏସ୍‌ପିଆର୍‌ ପକ୍ଷରୁ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇନାହିଁ। ଘଟଣାରେ ସାମିଲ ଟ୍ୟାଙ୍କ୍‌ଟି ଚୀନ୍‌ ନିର୍ମିତ ଟାଇପ୍‌-୫୯ ବୋଲି ବିଭିନ୍ନ ରିପୋର୍ଟରେ କୁହାଯାଇଛି। ତେବେ ବାଂଲାଦେଶ ସେନା ପକ୍ଷରୁ ଟ୍ୟାଙ୍କ୍‌ର ମଡେଲ୍‌ ଆନୁଷ୍ଠାନିକ ଭାବେ ନିଶ୍ଚିତ କରାଯାଇନାହିଁ। ସୋସିଆଲ ମିଡିଆରେ ଘଟଣାର ଭିଡିଓ ମଧ୍ୟ ପ୍ରସାରିତ ହେଉଛି। ଟ୍ୟାଙ୍କ୍‌ରେ କୌଣସି ଯାନ୍ତ୍ରିକ ତ୍ରୁଟି ଥିଲା କିମ୍ବା ଅନ୍ୟ କାରଣରୁ ଏହି ଅଘଟଣ ଘଟିଲା, ତାହା ଜାଣିବା ପାଇଁ ବାଂଲାଦେଶ ସେନା ତଦନ୍ତ ଆରମ୍ଭ କରିଛି।

  • ଗୁଳିଚାଳନା ଅଭ୍ୟାସ ସମୟରେ ଏହି ଦୁର୍ଘଟଣା ଘଟିଥିଲା

ହାଥାଜାରି ଫିଲ୍ଡ ଫାୟାରିଂ ରେଞ୍ଜରେ ଏକ ସେନା ଅଭ୍ୟାସ ଚାଲିଥିଲା। ଏହି ଘଟଣା ସମୟରେ ଟ୍ୟାଙ୍କଗୁଡ଼ିକ ଗୁଳିଚାଳନା କରୁଥିଲେ, ଯାହା ଫଳରେ ଦୁଇ ସୈନିକଙ୍କ ମୃତ୍ୟୁ ଘଟିଥିଲା ଏବଂ ଜଣେ ଅଧିକାରୀ ଗୁରୁତର ଆହତ ହୋଇଥିଲେ। ଗୁଳିଚାଳନା ଅଭ୍ୟାସ ସାମରିକ ତାଲିମର ଏକ ଅଂଶ, ସୈନିକମାନଙ୍କୁ ଅସ୍ତ୍ରଶସ୍ତ୍ର ଏବଂ ସାମରିକ ଯାନ ବ୍ୟବହାର ଶିଖାଯାଏ। ଟ୍ୟାଙ୍କ ଫାୟାରିଂ ସମୟରେ ସୁରକ୍ଷା ପ୍ରୋଟୋକଲ ମଧ୍ୟ ପାଳନ କରାଯାଏ। ଦୁର୍ଘଟଣାରେ ଆହତ ଅଧିକାରୀଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ତାଙ୍କୁ ଅଧିକ ଚିକିତ୍ସା ପାଇଁ ହେଲିକପ୍ଟର ଯୋଗେ ଢାକାର କମ୍ବାଇନ୍ ମିଲିଟାରୀ ହସ୍ପିଟାଲକୁ ପଠାଯାଉଛି। ସେନା ଏବେ କେତେମାତ୍ରାରେ ଗୁରୁତର ହୋଇଛନ୍ତି ସେନେଇ କୌଣସି ସ୍ପଷ୍ଟୀକରଣ ଦେଇନାହାନ୍ତି। ମୃତ ସୈନିକଙ୍କ ପରିଚୟ ଏବେ ସୁଦ୍ଧା ଦିଆଯାଇନାହିଁ।

  • ଦୁର୍ଘଟଣା କେମିତି ହେଲା

ବାଂଲାଦେଶ ସେନା ପକ୍ଷରୁ କୁହାଯାଇଛି ଦୁର୍ଘଟଣା କାହିଁକି ହେଲା ସେନେଇ ତଦନ୍ତ ଜାରି ରହିଛି। ଯାଞ୍ଚରେ ଜଣାପଡ଼ିବ ଯେ, ଫାୟାରିଂ କାହିଁକି ହେଲା? ଟ୍ୟାଙ୍କରେ ଯାନ୍ତ୍ରିକ ତ୍ରୁଟି ଥିଲା କି ନାହିଁ ତାହା ସେନା ପକ୍ଷରୁ ସ୍ପଷ୍ଟ ହୋଇନି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: