Bangladesh / ବାଂଲାଦେଶରେ ପୁଣି ଜଣେ NCP ନେତାଙ୍କୁ ଅଜଣା ବ୍ୟକ୍ତି ମାରିଲେ ଗୁଳି

Key Points
ଉସ୍ମାନ ହାଦିର ମୃତ୍ୟୁରେ ସାରା ବାଂଲାଦେଶ ଜଳୁଛି । ଆଉ ଏହାରି ଭିତରେ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ପୁଣି ଚକିତ କରିଛି । କିଛି ଅଜଣା ଲୋକ ପୁଣି ଥରେ ଆଉ ଜଣେ NCP ନେତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଯାହାକୁ ଗୁଳି ମାଡ଼ ହୋଇଛି, ସେହି ବ୍ୟକ୍ତି ଜଣକ ହେଲେ ବାଂଲାଦେଶରେ ନବଗଠିତ ନ୍ୟାସନାଲ ସିଟିଜେନ୍ସ ପାର୍ଟିର ନେତା ମହମ୍ମଦ ମୋତାଲେବ ସିକଦର। ବାଂଲାଦେଶର ଖୁଲନାରେ କିଛି ଅଜ୍ଞାତ ବନ୍ଧୁକଧାରୀ ସିକଦରଙ୍କୁ ଗୁଳି କରି ହତ୍ୟା କରିଛନ୍ତି ।
ଏହି ଗୁଳିକାଣ୍ଡ ସେତେବେଳେ ଘଟିଛି, ଯେତେବେଳେ ରାଜଧାନୀ ଢାକାରେ ମୁଖ୍ୟ ପ୍ରଶାସକ ମହମ୍ମଦ ୟୁନୁସ ଆଇନ ଶୃଙ୍ଖଳାକୁ ନେଇ ବୈଠକ କରୁଥିଲେ । ଓସମାନ ହାଦିଙ୍କ ମୃତ୍ୟୁ ପରେ ବାଂଲାଦେଶର ପରିସ୍ଥିତି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି। ଦେଶର ବିଭିନ୍ନ ଅଞ୍ଚଳରେ ଦଙ୍ଗାକାରୀମାନେ ହିଂସା ଏବଂ ପୋଡ଼ାଜଳା କରୁଛନ୍ତି। ଏଭଳି ସ୍ଥିତିରେ ଦୁର୍ବୃତ୍ତମାନେ ଦୁଇଟି ଖବରକାଗଜ ଅଫିସ୍ରେ ନିଆଁ ଲଗାଇ ଦେଇଛନ୍ତି।
ଅନ୍ୟପଟେ ବାଂଲାଦେଶରେ ଉଗ୍ରବାଦୀମାନେ ଜଣେ ସଂଖ୍ୟାଲଘୁ ନେତା ଦୀପୁ ଦାସଙ୍କୁ ପୋଡ଼ି ହତ୍ୟା କରିଛନ୍ତି। ଦେଶର ଅନେକ ସ୍ଥାନରୁ ପୋଡ଼ାଜଳା ରିପୋର୍ଟ ସାମ୍ନାକୁ ଆସିଛି। ମହମ୍ମଦ ୟୁନୁସ୍ ଏହି ବିଷୟଗୁଡ଼ିକ ଉପରେ ଆଲୋଚନା କରିବା ପାଇଁ ଢାକାରେ ଉଚ୍ଚ ପଦାଧିକାରୀଙ୍କ ସହ ବୈଠକ କରୁଥିଲେ।
ମହମ୍ମଦ ୟୁନୁସ୍ କହିଛନ୍ତି ଯେ ଆଗାମୀ ନିର୍ବାଚନ ପୂର୍ବରୁ ଯେକୌଣସି ପରିସ୍ଥିତିରେ ବି ଆଇନ ଶୃଙ୍ଖଳା ବଜାୟ ରଖିବାକୁ ପଡ଼ିବ। ରବିବାର ଜମୁନାସ୍ଥିତ ଷ୍ଟେଟ୍ ଗେଷ୍ଟ ହାଉସରେ ଦେଶର ସାମଗ୍ରିକ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଏକ ସମୀକ୍ଷା ବୈଠକ ସମୟରେ ସେ ଏହି ମନ୍ତବ୍ୟ ଦେଇଥିଲେ। ସୋମବାର ଗଣମାଧ୍ୟମକୁ ଏ ବିଷୟରେ ସୂଚନା ଦିଆଯାଇଥିଲା। ମହମ୍ମଦ ୟୁନୁସଙ୍କ ଏହି ଚେତାବନୀ ମଧ୍ୟରେ, ଅଜ୍ଞାତ ବନ୍ଧୁକଧାରୀମାନେ ବାଂଲାଦେଶର ଖୁଲନାରେ ଏନସିପି ନେତା ମହମ୍ମଦ ମୋତାଲେବ ସିକଦରଙ୍କ ମୁଣ୍ଡକୁ ଗୁଳି କରିଥିଲେ।
ସ୍ଥାନୀୟ ଲୋକମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଖୁଲନା ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମୋତାଲେବ ସିକଦର ଏନସିପିର ଖୁଲନା ଡିଭିଜନାଲ ମୁଖ୍ୟ ଏବଂ ଦଳର ଲେବର ଓ୍ୱିଙ୍ଗ୍ ଓ ଶ୍ରମିକ ଶକ୍ତିର କେନ୍ଦ୍ରୀୟ ସଂଗଠକ ଥିଲେ। ସୋମବାର ଦିନ ପ୍ରାୟ ୧୨ଟା ବେଳେ ଏହି ଅଘଟଣ ଘଟିଛି । ସୋନାଡାଙ୍ଗା ଥାନା ଭାରପ୍ରାପ୍ତ ଅଧିକାରୀ ରଫିକୁଲ ଇସଲାମ ଗୁଳିକାଣ୍ଡ ନେଇ ସ୍ପଷ୍ଟ କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, ସିକଦର ଏବେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।
NCPର ଯୁଗ୍ମ ସଦସ୍ୟ ସଚିବ ଡାକ୍ତର ମହମୁଦା ମିତୁ ଫେସବୁକରେ ଏକ ପୋଷ୍ଟ କରିଛନ୍ତି । ସେଥିରେ ସେ ସିକଦରଙ୍କ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି "ଏନସିପି ଖୁଲନା ଡିଭିଜନାଲ ମୁଖ୍ୟ ଏବଂ ଏନସିପିର ଶ୍ରମିକ ଶାଖାର କେନ୍ଦ୍ରୀୟ ସଂଗଠକ ମୋତାଲେବ ସିକଦରଙ୍କୁ କିଛି ସମୟ ପୂର୍ବରୁ ଗୁଳି କରାଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ଖୁଲନା ମେଡିକାଲକୁ ନିଆଯାଇଛି।
ଖୁଲନା ପୋଲିସ ଏବଂ ସ୍ଥାନୀୟ ଅଞ୍ଚଳରୁ ମିଳିଥିବା ଖବର ଅନୁଯାୟୀ ସିକଦରଙ୍କୁ ପ୍ରଥମେ ଜଣେ ସ୍ଥାନୀୟ ଲୋକ ଉଦ୍ଧାର କରିଥିଲେ । ତାପରେ KMCH ମେଡିକାଲକୁ ନିଆଯାଇଥିଲା। ଡାକ୍ତରମାନେ ସିକଦରଙ୍କ ଖପୁରିର ସିଟି ସ୍କାନ କରିଛନ୍ତି । ସିକଦାର ସୋନଡାଙ୍ଗା ପୋଲିସ ଷ୍ଟେସନ ଅଞ୍ଚଳର ଏକ ସ୍କୁଲ ନିକଟରେ ରୁହନ୍ତି।
ବାଂଲାଦେଶର ଏକ ନ୍ୟୁଜ୍ ୱେବସାଇଟ୍ ରିପୋର୍ଟ ଅନୁଯାୟୀ, ସିକଦର ପ୍ରାୟତଃ ଖୁଲନା ଗାଜି ମେଡିକାଲ୍ ଅଞ୍ଚଳର ଅଲ୍-ଆକସା ମସଜିଦ୍ ଲେନ୍ରେ ଏକ ଭଡ଼ା ଘରକୁ ଯାଉଥିଲେ। ଏହି ଘରଟି ଏକ ଦମ୍ପତି ଭଡ଼ା ନେଇଥିଲେ । ସେହିଠାରେ ହିଁ ଗୁଳିକାଣ୍ଡ ଘଟିଛି । ସିକଦରର ସେହି ଘରେ ରହୁଥିବା ଜଣେ ମହିଳାଙ୍କ ସହ ଲିଙ୍କ ରହିଛି । ଯଦିଓ ତାଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ଗୁଳିକାଣ୍ଡ ପରେ, ପୋଲିସ ଉକ୍ତ ଘରେ ପଶି ଛାନଭିନ୍ କରିଛି । ନିଶା ସାମଗ୍ରୀ ଏବଂ ବିଦେଶୀ ମଦ ବୋତଲ ଜବତ ହୋଇଛି। ଅଧିକାରୀମାନେ ମହିଳାଙ୍କୁ ଚିହ୍ନଟ କରିବାକୁ ଏବଂ ଘଟଣା ପଛର ସତ୍ୟତା ଜାଣିବାକୁ ତଦନ୍ତ ଚଳାଇଛନ୍ତି ।
ଖୁଲନାର ଡେପୁଟି ପୋଲିସ କମିଶନର ମହମ୍ମଦ ତାଜୁଲ ଇସଲାମ କହିଛନ୍ତି ଯେ ଏହି ଘଟଣା ବ୍ୟକ୍ତିଗତ ବିବାଦର ପରିଣାମ ହୋଇପାରେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁ ସ୍ଥାନରେ ଅପରାଧ ଘଟିଛି, ସେଠାରେ ପୂର୍ବରୁ ନିଶାଦ୍ରବ୍ୟ ଏବଂ ମହିଳାମାନଙ୍କ ସହିତ ଜଡିତ ଅନେକ ଅପରାଧିକ ଘଟଣା ଘଟିବାର ଇତିହାସ ରହିଛି। ଖୁଲନାର ନ୍ୟାସନାଲ ସିଟିଜେନ ପାର୍ଟିର ମୁଖ୍ୟ ସଂଯୋଜକ ମୁଫତି ଫୈଜୁଲ୍ଲା କହିଛନ୍ତି ଯେ ସେ ସିକଦାରଙ୍କ ସହ କଥା ହୋଇଛନ୍ତି।
ସିକଦାର କହିଛନ୍ତି ଯେ ସେ ସକାଳ ପ୍ରାୟ ସାଢ଼େ ୧୦ଟା ସମୟରେ ସର୍ଜିକାଲ୍ ଏରିଆ ନିକଟରେ ଏକ ଦୋକାନରେ ଚା ପିଉଥିଲେ। ଯେତେବେଳେ ତାଙ୍କ ସାଥୀମାନେ ଚାଲିଗଲେ, ହେଲମେଟ୍ ପିନ୍ଧିଥିବା କିଛି ଲୋକ ତାଙ୍କୁ ଏକ ଗଳିକୁ ନେଇଗଲେ, ତାଙ୍କୁ ମାଡ଼ ମାରିଲେ, ଗୁଳି କଲେ ଏବଂ ପରେ ପଳାଇଗଲେ। ଫୈଜୁଲ୍ଲା ଅଭିଯୋଗ କରିଛନ୍ତି ଯେ ଆକ୍ରମଣ ପଛରେ ଆୱାମୀ ଲିଗ୍ ଥାଇପାରେ। ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ଚଢାଉ ଜାରି ରଖିଛି।
ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ବାଂଲାଦେଶରେ ହିନ୍ଦୁ ବିରୋଧୀ ନେତା ଉସମାନ ହାଦିଙ୍କୁ ମଧ୍ୟ ଏମିତି ସମାନ ଢଙ୍ଗରେ ଦୁଇ ଜଣ ଅଜଣା ବ୍ୟକ୍ତି ହତ୍ୟା କରିଥିଲେ । ସେମାନେ ବାଇକ୍ରେ ଆସିଥିଲେ ଅଚାନକ ଗୁଳି କଲେ, ତାପରେ ଫେରାର ହୋଇଗଲେ । ସେବେଠାରୁ ବାଂଲାଦେଶରେ ହିନ୍ଦୁ ବିରୋଧୀ ନିଆଁ ଜଳୁଛି ।
📱 Get Argus News App
✨Related Topics
Explore more stories