India vs Bangladesh / କାହିଁକି ହିନ୍ଦୁଙ୍କୁ ଟାର୍ଗେଟ କରୁଛନ୍ତି ଆଉ ପିଟି ପିଟି ମାରି ଦେଉଛନ୍ତି ?

Key Points
ବାଂଲାଦେଶରେ ଜାରି ରହିଛି ନରସଂହାର । ସୀମା ଡେଇଁ ସାରିଲାଣି ଅରାଜକତା । ହିନ୍ଦୁମାନଙ୍କ ଉପରେ ବଢ଼ିଚାଲିଛି ଅତ୍ୟାଚାର । ୨୪ ଘଣ୍ଟାରେ ପୁଣି ଦୁଇ ଜଣ ହିନ୍ଦୁଙ୍କ ମୁଣ୍ଡ ଗଡ଼ିଛି । ମୁସଲମାନ ମୌଳବାଦୀଙ୍କ ହାତରେ ଗତ ୧୮ ଦିନରେ ଗଲାଣି ୬ ନୀରିହ ହିନ୍ଦୁଙ୍କ ଜୀବନ । ସାଧାରଣ ବ୍ୟବସାୟୀ, ସାମ୍ବାଦିକ କାହାରିକୁ ଛାଡୁ ନାହାନ୍ତି ସଇତାନ । ୟୁନୁସ ସରକାରଙ୍କ ଏଭଳି କ୍ରୁର ହିଂସାତନ୍ତ୍ର ବିରୋଧରେ, ସାରା ବିଶ୍ବର ହିନ୍ଦୁ ଏକାଠି ହେବାର ବେଳ ଆସିଛି ।
ବାଂଲାଦେଶ ନରସିଂଗଡ଼ି ଜିଲ୍ଲାରେ ଏକ ଗ୍ରୋସରୀ ଦୋକାନରେ କାମ କରୁଥିବା ଶରତ ମନି ଚକ୍ରବର୍ତ୍ତୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରାଯାଇଛି । ଏହା ପୂର୍ବରୁ ଜଶୋର ଜିଲ୍ଲାରେ ରାଣା ପ୍ରତାପ ଗୌରବ ନାମକ ଜଣେ ସ୍ଥାନୀୟ ହିନ୍ଦୁ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା କରିଥିଲେ ମୁସଲମାନ ମୌଳବାଦୀ। ପଡ଼ୋଶୀ ବାଂଲାଦେଶରେ ବାରମ୍ବାର ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ହେଉଛି ଅତ୍ୟାଚାର । ଆତଙ୍କବାଦକୁ ଏକପ୍ରକାର ଆଖି ବୁଜିଦେଇଛି ଅନ୍ତରୀଣ ୟୁନୁସ ସରକାର । ହିନ୍ଦୁଙ୍କୁ ସୁରକ୍ଷା ଦେବାରେ ସଂପୂର୍ଣ୍ଣ ବିଫଳ ହୋଇଛି ପୋଲିସ ଓ ପ୍ରଶାସନ ।
ଡିସେମ୍ବର ୩୧ରେ ଧାରୁଆ ଅସ୍ତ୍ରରେ ଆକ୍ରମଣ ପରେ ଜିଅନ୍ତା ଜାଳି ଦିଆଯାଇଥିବା ହିନ୍ଦୁ ବ୍ୟବସାୟୀ ଖୋକୋନ ଦାସଙ୍କ ଜାନୁଆରି ୩ ତାରିଖରେ ଢାକାର ନ୍ୟାସନାଲ ବର୍ଣ୍ଣ ଇନଷ୍ଟିଚ୍ୟୁଟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ୫୦ ବର୍ଷୀୟ ଖୋକୋନ ଚନ୍ଦ୍ର ଦାସଙ୍କୁ ପୋଡ଼ି ଦିଆଯିବାର ତିନି ଦିନ ପରେ ତାଙ୍କର ମୃତ୍ୟୁ ଘଟିଥିଲା।
ଏହା ପୂର୍ବରୁ ଗତବର୍ଷ ଡିସେମ୍ବର ୨୯ରେ ମୟମ ସିଂହ ଜିଲ୍ଲାରେ ୪୦ ବର୍ଷୀୟ ବିଜେନ୍ଦ୍ର ବିଶ୍ୱାସଙ୍କୁ ମଧ୍ୟ ମୁସଲିମ ମୌଳବାଦୀମାନେ ହତ୍ୟା କରିଥିଲେ। ସେହିପରି ଡିସେମ୍ବର ୨୫ରେ କାଲିମୋହର ୟୁନିଅନର ହୁସେନଡାଙ୍ଗା ଅଞ୍ଚଳରେ ୨୯ ବର୍ଷୀୟ ହିନ୍ଦୁ ଯୁବକ ଅମୃତ ମଣ୍ଡଳଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା। ଏହାପୂର୍ବରୁ ମୈମନସିଂ ଜିଲ୍ଲାରେ ଡିସେମ୍ବର ୧୮ ତାରିଖରେ ଦୀପୁ ଚନ୍ଦ୍ର ଦାସଙ୍କୁ ପିଟି ପିଟି ହତ୍ୟା କରିଥିଲେ କଠୋରପନ୍ଥୀ ମୁସଲମାନ ଗୋଷ୍ଠୀ।
ଗତ ୧୮ ମାସ ଧରି ବାଂଲାଦେଶରେ ଏଭଳି ଅରାଜକତା ଲାଗିରହିଛି । ଶେଖ ହାସିନା ଢାକା ଛାଡ଼ିବା ଦିନରୁ ଅଣମୁସଲିମଙ୍କୁ ଟାର୍ଗେଟ କରିଆସୁଛନ୍ତି ମୁସଲମାନ ମୌଳବାଦୀ ଗୋଷ୍ଠୀ । ସଂଖ୍ୟାଲଘୁ ହିନ୍ଦୁଙ୍କୁ ଧର୍ଷଣ, ପିଟି ପିଟି ହତ୍ୟା, ବ୍ୟବସାୟ ପ୍ରତିଷ୍ଠାନରେ ଲୁଟପାଟ, ଘର ଜାଳିଦେବା, ଶିକ୍ଷକ, ଅଧ୍ୟାପକଙ୍କୁ ଦେଶଛାଡ଼ି ଚାଲିଯିବାକୁ ବାଧ୍ୟ କରିବା ଭଳି ଅକଥନୀୟ ଅତ୍ୟାଚାର ବଢ଼ିଚାଲିଛି । କେଵଳ ଧର୍ମ ଆଧାରରେ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାରର ୨ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଲାଣି ।
ପଡ଼ୋଶୀ ବାଂଲାଦେଶରେ ପରୋକ୍ଷରେ ସରକାର ଚଳାଉଛି ଜମାତ-ଏ- ଇସଲାମୀ । ସଂଖ୍ୟାଲଘୁଙ୍କୁ ଭିଡ଼ ହାତରେ ଛାଡ଼ି ଦିଆଯାଉଛି । ଆଉ ଧର୍ମ ନାଁରେ ଚାଲିଛି ନରସଂହାର । ମୌଳବାଦୀ ମୁସଲମାନ ଗୋଷ୍ଠୀ ସଂଖ୍ୟାଲଘୁ ହିନ୍ଦୁଙ୍କ ଭାଗ୍ୟ ନିର୍ଣ୍ଣୟ କରୁଛନ୍ତି । ଭାରତରେ ହିନ୍ଦୁ ସଂଗଠନଗୁଡ଼ିକ ଏଭଳି ନରସଂହାର ବିରୋଧରେ ରାସ୍ତାକୁ ଓହ୍ଲାଉଥିଲେ ବି ଫଳ କିଛି ହେଉନାହିଁ । ଭାରତରେ ଥିବା ବାଂଲାଦେଶ ହାଇକମିଶନଙ୍କୁ ବାରମ୍ବାର ସମନ କରାଯାଇଛି । ଏବେ ଅନ୍ତର୍ଜାତୀୟ ସମୁଦାୟ ଏଥିରେ ହସ୍ତକ୍ଷେପ କରିବା ଜରୁରୀ ହୋଇପଡ଼ିଛି ।
📱 Get Argus News App
✨Related Topics
Explore more stories