Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଇସ୍ରାଏଲର ଭୟଙ୍କର ଆକ୍ରମଣ : ଛାନିଆ ହେଲାଣି ଇରାନ୍‌

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଇସ୍ରାଏଲର ଭୟଙ୍କର ଆକ୍ରମଣ : ଛାନିଆ ହେଲାଣି ଇରାନ୍‌

Key Points

  • ଇସ୍ରାଏଲର ଭୟଙ୍କର ଆକ୍ରମଣ
  • ଛାନିଆ ହେଲାଣି ଇରାନ୍‌
  • ବିଭିନ୍ନ ଦେଶ ସହ ଆଲୋଚନା କରୁଛି ଆଲୋଚନା

ଅର୍ଗସ ବ୍ୟୁରୋ: ଇରାନର ଆକ୍ରମଣ ପରେ ଆହୁରି ଆକ୍ରମଣାତ୍ମକ ହୋଇ ପଡିଛି ଇସ୍ରାଏଲ । କେମିତି ପ୍ରତିଶୋଧ ନେବ ସେନେଇ କରାଯାଉଛି ରଣନୀତି । ଏପଟେ ଇସ୍ରାଏଲକୁ ରକ୍ତମୁଖା ଦେଖି ଥରହର ହେଲାଣି ଇରାନ । ଖାଲି ଥରହର ହେଉଛି ତାହା ନୁହେଁ ବରଂ ଅନ୍ୟ ରାଷ୍ଟ୍ରଙ୍କ ସହ ଆଲୋଚନା କରି କୂଟନୈତିକ ସମାଧାନ ଚାହୁଁଛି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ଇରାନ ଚାହୁଁନି ଇସ୍ରାଏଲ ସହ ଲଢେଇ କରିବାକୁ ।

ଅକ୍ଟୋବୋର ୧ । ହଠାତ୍‌ ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କରିଥିଲା ଇରାନ । ଖାଲି ଆକ୍ରମଣ କରିଥିଲା ତାହା ନୁହେଁ ବରଂ ୪୦୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ ବି କରିଥିଲା । ଅବଶ୍ୟ ଆକାଶମାର୍ଗରେ ହିଁ ଅନେକ କ୍ଷେପଣାସ୍ତ୍ରକୁ ନଷ୍ଟ କରିଦେଇଥିଲା ଇସ୍ରାଏଲ । କିନ୍ତୁ ଇରାନର କ୍ଷେପଣାସ୍ତ୍ର ମାଡ଼ରେ ଇସ୍ରାଏଲର କିଛି ସ୍ଥାନ କ୍ଷତିଗ୍ରସ୍ତ ହୋଇଥିଲା । ଇରାନର ଏହି ଆକ୍ରମଣ ମହଙ୍ଗା ପଡ଼ିବ ବୋଲି ଆମେରିକା ସ୍ପଷ୍ଟ ଭାବରେ କହିଥିଲା । ଆଉ ଇସ୍ରାଏଲ ବି ଭୟଙ୍କର ଆକ୍ରମଣ କରୁଛି । ଯାହାକୁ ନେଇ ଇରାନ ସରକାରଙ୍କ ନିଦ ହଜିଛି । 

ମଧ୍ୟପ୍ରାଚ୍ୟରେ ଥମୁନି ଯୁଦ୍ଧ । ଇସ୍ରାଏଲଙ୍କ ଘମାଘୋଟ ଆକ୍ରମଣରେ ଲେବାନନ ସ୍ତବ୍ଧ । କେମିତି ନିଜକୁ ସୁରକ୍ଷିତ ରଖିବ ସେନେଇ ବୁଦ୍ଧିଦିଶୁନି । ଏମିତି ସ୍ଥିତିରେ କେବଳ କୁଟନୈତିକ ସମାଧାନ ଉପରେ ଗୁରୁତ୍ଵ ଦେଉଛି ଇରାନ । ସେପଟେ, ଆମେରିକାର ମଧ୍ୟ ଇସ୍ରାଏଲକୁ ପରାମର୍ଶ ଦେଇ କହିଛି ଇରାନର ଆଣବିକ ସଂସ୍ଥା ଓ ତୈଳ ଭଣ୍ଡାର ଉପରେ ଆକ୍ରମଣ ନକରିବାକୁ । ସିଏନ୍ଏନ୍ ରିପୋର୍ଟ ଅନୁଯାୟୀ, ହିଜବୁଲର କ୍ରମାଗତ ଦୁର୍ବଳତା ଇରାନର ଚିନ୍ତାର କାରଣ ପାଲଟିଛି । କାରଣ ହିଜବୁଲ୍ଲା ମଧ୍ୟ ପୂର୍ବରେ ଇରାନର ସବୁଠାରୁ ପ୍ରମୁଖ ସମର୍ଥକ ରହିଆସିଛି । ସବୁଠୁ ଗୁରୁତ୍ଵପୂର୍ଣ୍ଣ କଥା ହେଲା ମଧ୍ୟପ୍ରାଚ୍ୟରେ ଲାଗିଥିବା ଯୁଦ୍ଧ ଉପରେ ଆମେରିକା ତୀକ୍ଷ୍ଣ ନଜର ରଖିଛି । ଏମିତିକି ଇସ୍ରାଏଲର ପ୍ରଧାନମନ୍ତ୍ରୀଙ୍କ ସହ ଆମେରିକାର ରାଷ୍ଟ୍ରପତି କଥା ବି ହୋଇଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆରବ କୂଟନୀତିଜ୍ଞ କହିଛନ୍ତି ଯେ ୟୁଏଇ, ବାହାରିନ ଏବଂ କତାର ସମେତ ମଧ୍ୟ ପୂର୍ବରେ ଆମେରିକାର ସହଯୋଗୀମାନେ ମଧ୍ୟ ଏହି ଆକ୍ରମଣକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ଏହା ସମଗ୍ର ଅଞ୍ଚଳ ଉପରେ ଅର୍ଥନୈତିକ ଏବଂ ପରିବେଶ ଉପରେ ପ୍ରଭାବ ପକାଇପାରେ । ଏହାରି ମଧ୍ୟରେ ଇସ୍ରାଏଲ୍ ଲେବାନନ୍ ଉପରେ ଜୋରଦାର ଆକ୍ରମଣ କରିଛି । ଆକ୍ରମଣରେ ଏପର୍ଯ୍ୟନ୍ତ ୧୪୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଗତ ମାସରେ, ଇସ୍ରାଏଲ୍ ପେଜର୍ ଏବଂ ୱାକି-ଟକି ବ୍ୟବହାର କରି ହିଜବୁଲ ଯୁଦ୍ଧବିମାନ ବିରୁଦ୍ଧରେ ଆକ୍ରମଣ କରିଥିଲା । ଏବେ ସ୍ଥିତିରେ ସୁଧାର ନଆସିବାରୁ ଚିନ୍ତା ବଢିଛି ।
 

Sponsored
Biden speaks with Netanyahu | Argus News