Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Bill Gates / କାହିଁକି ଘରେ ବାସନ ସଫା କରନ୍ତି ବିଲ୍‌ ଗେଟ୍ସ, କାରଣ ଜାଣିଲେ ଉଡିଯିବ ହୋସ୍‌

Banajyotshna Ray
Browse all articles by Banajyotshna Ray
·7 months ago·2 min read
କାହିଁକି ଘରେ ବାସନ ସଫା କରନ୍ତି ବିଲ୍‌ ଗେଟ୍ସ, କାରଣ ଜାଣିଲେ ଉଡିଯିବ ହୋସ୍‌

Key Points

ଏତେ ବଡ଼ ଧନୀ ହୋଇ ବି ଘରେ ବାସନ ସଫା କରନ୍ତି ବିଲ୍‌ ଗେଟ୍ସ
ଏହା ପଛରେ ରହିଛି ବଡ଼ କାରଣ
ବିଲ୍ ଗେଟ୍ସ। ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ସେ ହେଉଛନ୍ତି ଜଣେ। ବିଲ ଗେଟ୍ସ ହେଉଛନ୍ତି ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା । କୁହାଯାଏ ଏତେ ଧନୀ ହୋଇଥିଲେ ବି ସେ 'ଡାଉନ ଟୁ ଅର୍ଥ' । ତାଙ୍କ ପାଇଁ କିଛି ବି ଅସମ୍ଭବ ନୁହେଁ, ତଥାପି ସେ ଏକ ସାଧାରଣ ଜୀବନ ଅତିବାହିତ କରନ୍ତି । ଖାଇ ସାରିବା ପରେ ନିଜ ବାସନ ନିଜେ ସଫା କରନ୍ତି ବିଲ୍‌ ଗେଟ୍ସ । ଆପଣ ବିଲ ଗେଟ୍ସଙ୍କ ଏହି କଥା ଉପରେ ବିଶ୍ୱାସ କରନ୍ତୁ ବା ନକରନ୍ତୁ , କିନ୍ତୁ ଏହା ସତ।

ସାଧାରଣତଃ ଧନୀ ଲୋକମାନେ ନିଜ କାମ ନକରି ଘରେ ଚାକର ବାକର ରଖି କାମ କରାଇଥାନ୍ତି । ଏପରିକି ଘର ଝାଡୁ କରିବାଠାରୁ ଆରମ୍ଭ କରି ବାସନ ମାଜିବା ପର୍ଯ୍ୟନ୍ତ ଲୋକ ଖଞ୍ଜା ହୋଇଥାନ୍ତି। ମାତ୍ର ଆପଣଙ୍କ ମଧ୍ୟରୁ ଅଧିକାଂଶ ଲୋକ ଜାଣି ନଥିବେ କି ବିଶ୍ୱର ଧନୀଙ୍କ ମଧ୍ୟରେ ଗଣା ବିଲ୍‌ ଗେଟ୍ସ ମଧ୍ୟ ନିଜ ବାସନ ନିଜେ ସଫା କରନ୍ତି । ଆଉ ଏହା ପଛର କାରଣ କଣ ଜାଣିବାକୁ ସମସ୍ତେ ଚାହାନ୍ତି। ବିଲ ଗେଟ୍ସଙ୍କ ଘରର ମୂଲ୍ୟ ମିଲିୟନ ଡଲାର। ତଥାପି ସେ ବାସନ ସଫା କରନ୍ତି । ଗେଟ୍ସ କୁହନ୍ତି, ``ମୁଁ ପ୍ରତି ରାତିରେ ନିଜେ ବାସନ ଧୋଇଥାଏ। ମୁଁ ଅନ୍ୟମାନଙ୍କୁ ଏହା କରିବାକୁ ଦିଏ ନାହିଁ, କିନ୍ତୁ ମୁଁ ମୋର ନିଜସ୍ବ ଢଙ୍ଗକୁ ପସନ୍ଦ କରେ।'' ଏବେ ପ୍ରଶ୍ନ ହେଉଛି, ଯେଉଁମାନଙ୍କ ପାଖରେ ସବୁକିଛି ଅଛି ସେମାନେ କାହିଁକି ବାସନ ଧୋଇବାକୁ ଚାହାନ୍ତି।

ଜାତୀୟ ଗଣମାଧ୍ୟମ ସୂଚନାନୁସାରେ, ହାଲକା କାମ, ପୁନରାବୃତ୍ତିମୂଳକ କାର୍ଯ୍ୟ ମନକୁ ସ୍ୱାଭାବିକ ଭାବରେ ବିଚରଣ କରିବାକୁ ଅନୁମତି ଦିଏ। ଏହି ବିଚରଣ ପ୍ରାୟତଃ ସଫଳତାର ଚିନ୍ତାଧାରା ଆଡ଼କୁ ନେଇଯାଏ। ଏପରି ସମୟରେ ମସ୍ତିଷ୍କର DMN ସକ୍ରିୟ ହୁଏ। ଯେତେବେଳେ ହାତଗୁଡ଼ିକ ସେମାନଙ୍କର କାମରେ ବ୍ୟସ୍ତ ଥାଆନ୍ତି, ମନ ଉଡ଼ିବାକୁ ଆରମ୍ଭ କରେ । ବାସନ ମାଜିବା ସମୟରେ ଅନେକ କଥା ମନକୁ ଆସେ। ଏହି ସମୟରେ ମୁଣ୍ଡରେ କିଛି ସମସ୍ୟାର ସମାଧାନ ମଧ୍ୟ ଆସିଥାଏ। ଯେଉଁଥିପାଇଁ ବିଶ୍ୱର କିଛି ପ୍ରତିଷ୍ଠିତ ବ୍ୟକ୍ତି ନିଜ କାମ ନିଜେ କରିବାକୁ ପସନ୍ଦ କରିଥାନ୍ତି। ଯାହା ଦ୍ୱାରା ନୂଆ ନୂଆ ଚିନ୍ତାଧାରା ମନକୁ ଆସିଥାଏ।

ବିଲ ଗେଟ୍ସ:

ଅକ୍ଟୋବର-28, 1955 ମସିହାରେ ମସିହାରେ ୱାଶିଂଟନର ସିଆଟେଲରେ ଜଜନ୍ମଗ୍ରହଣ କରିଥିଲେ ବିଲ୍‌ ଗେଟ୍ସ । ସେ 1973-1975 ମସିହା ମଧ୍ୟରେ ହାର୍ଭାର୍ଡ ବିଶ୍ବବିଦ୍ୟାଳୟରେ ଶିକ୍ଷାଲାଭ କରିଥିଲେ । ବିଲ ଗେଟ୍ସଙ୍କ ଦ୍ୱାରା ପ୍ରତିଷ୍ଠିତ ମାଇକ୍ରୋସଫ୍ଟ କମ୍ପାନୀ ବିଶ୍ବର ଶ୍ରେଷ୍ଠ ସଫ୍ଟୱେର କମ୍ପାନୀ । ମାଇକ୍ରୋସଫ୍ଟ କର୍ପୋରେଶନର ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ ଏବଂ ତାଙ୍କ ସ୍ତ୍ରୀ ମିଲିଣ୍ଡା ଗେଟ୍ସଙ୍କ ଦୀର୍ଘ ୨୭ ବର୍ଷର ଦାମ୍ପତ୍ୟ ଜୀବନରେ ଶେଷରେ ଅଲଗା ହୋଇଥିଲେ । ଉଭୟ ପରସ୍ପରଠାରୁ ଅଲଗା ହେବା ସମ୍ପର୍କରେ ଘୋଷଣା କରିଥିଲେ । ବିଲ୍ ଏବଂ ମିଲିଣ୍ଡା ଉଭୟଙ୍କୁ ୧୯୮୦ରେ ପ୍ରଥମେ ଭେଟି ଥିଲେ। ମିଲିଣ୍ଡା ସେତେବେଳେ ମାଇକ୍ରୋସଫ୍ଟରେ ଯୋଗ ଦେଇଥିଲେ। ପ୍ରଥମ ସାକ୍ଷାତରୁ ଚିହ୍ନା ପରିଚୟ ପରେ ପ୍ରେମ ଏବଂ ଦୁହେଁ ୧୯୯୪ରେ ବିବାହ କରିଥିଲେ। ସେମାନେ ମିଳିତ ଭାବେ ବିଲ୍ ଏବଂ ମିଲିଣ୍ଡା ଗେଟ୍ସ ଫାଉଣ୍ଡେଶନ ପରିଚାଳିତ କରୁଥିଲେ ।

ଅଧିକ ପଢ଼ନ୍ତୁ ବିଦେଶ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Bill Gates | Why Bill Gates Washes Dishes at Home | Argus News | Argus News