Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିମାନରେ ଅଘଟଣ, ଯାତ୍ରୀଙ୍କ ନାକରୁ ପଡିଲା ରକ୍ତ

International

ବିମାନରେ ଅଘଟଣ, ଯାତ୍ରୀଙ୍କ ନାକରୁ ପଡିଲା ରକ୍ତ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବିମାନରେ ଅଘଟଣ, ଯାତ୍ରୀଙ୍କ ନାକରୁ ପଡିଲା ରକ୍ତ

ଅର୍ଗସ ବ୍ୟୁରୋ:  ବିମାନରେ ଅଘଟଣ। ଏମିତି ହେଲା ଯେ, ଶେଷରେ ବିମାନ ୩୦ ଫୁଟ ଉପରୁ ୯ ଫୁଟ ତଳକୁ ଖସିଲା। ଏହି ସମୟରେ ବିମାନରେ ସମସ୍ତ ଯାତ୍ରୀ ମଧ୍ୟ ଥିଲେ। ତାଇବାନ ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା କୋରିୟାନ ଏୟାରର ବିମାନରେ ଭୟାବହ ପରିସ୍ଥିତିରେ ଥିବା ଦେଖିବାକୁ ମିଳିଛି । ବିମାନରେ ଥିବା ଯାତ୍ରୀମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଅଚାନକ ବିଗିଡ଼ି ଯାଇଥିଲା । ଯାତ୍ରୀଙ୍କ ନାକରୁ ରକ୍ତ ଝରିବା ସହ ସେମାନଙ୍କ କାନରେ ମଧ୍ୟ ଯନ୍ତ୍ରଣା ଅନୁଭବ ହୋଇଥିଲା । ୧୩ ଜଣ ଯାତ୍ରୀଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।

ବିମାନର ପ୍ରେସରାଇଜସେନ ସିଷ୍ଟମରେ ସମସ୍ୟା ହେବାରୁ ବିମାନରେ ଆତଙ୍କ ଖେଳି ଯାଇଥିଲା । ଫଳରେ ବିମାନଟି ଅଚାନକ ୩୦ ହଜାର ଫୁଟ ଉପରୁ ପ୍ରାୟ ୯ ହଜାର ଫୁଟକୁ ଖସି ଆସିଥିଲା । ଏହାଫଳରେ କିଛି ଯାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇ ଯାଇଥିଲା । ଉଚ୍ଚତାରୁ ଅଚାନକ ତଳକୁ ଖସିବା ଯୋଗୁଁ ୨ ଜଣ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସାଙ୍ଗକୁ କାନରେ ଯନ୍ତ୍ରଣା ଏବଂ ଅଶନିଶ୍ୱାସୀ ଅନୁଭବ କରିଥିଲେ । ତେବେ ସୋସିଆଲ ମିଡିଆରୁ ଜଣାଯାଉଛି ଯେ, ଖାଦ୍ୟ ପରଷିବା ପରେ ଏହି ବିମାନ ତଳ ଆଡ଼କୁ ଖସି ଆସିଥିଲା । ଫଳରେ ବିମାନର କ୍ୟାବିନରେ ଆତଙ୍କ ଖେଳି ଯାଇଥିଲା ।

ଅଧିକ ପଢ଼ନ୍ତୁ ବିଦେଶ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
bleeding from the passengers nose pain in the flight | Argus News