Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଜାଣନ୍ତୁ କେତେ ଟଙ୍କାରେ ଗଲା ବ୍ଲୁ ବାର୍ଡ ...

International

ଜାଣନ୍ତୁ କେତେ ଟଙ୍କାରେ ଗଲା ବ୍ଲୁ ବାର୍ଡ ...

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ଜାଣନ୍ତୁ କେତେ ଟଙ୍କାରେ ଗଲା ବ୍ଲୁ ବାର୍ଡ ...

ନିଲାମ ହେଲା ଟ୍ବିଟରରେ ପୂର୍ବରୁ ବ୍ୟବହାର ହେଉଥିବା ବ୍ଲୁ ବାର୍ଡ। କିଏ ଏହି ବ୍ଲୁ ବାର୍ଡକୁ କିଣିଛନ୍ତି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିଲେ ମଧ୍ୟ ଟ୍ୱିଟରର ଲୋଗ ଭାବେ ପୂର୍ବରୁ ବ୍ୟବହାର ହେଉଥିବା ବ୍ଲୁବାର୍ଡ ୩୪ ହଜାର ୩୭୫ ଡଲାର, ଯାହା ଭାରତୀୟ ମୁଦ୍ରାରେ ୩୦ ଲକ୍ଷ ଟଙ୍କାରେ ନିଲାମ ହୋଇଛି।


ଏହି ଲୋଗଟି ଟ୍ୱିଟରର ଫ୍ରାନ୍ସିସ୍କୋ ମୁଖ୍ୟାଳୟର ମୁଖଭାଗରେ ଲାଗିଥିଲା। ଏହି ନିଲାମ ମସ୍କଙ୍କ ଦ୍ବାରା ଟେକନୋଲୋଜି ବିକ୍ରିର ଧାରାରେ ନିଲାମ କରାଯାଇଛି। ପୂର୍ବରୁ ମସ୍କ ଟ୍ୱିଟରର କାର୍ଯ୍ୟାଳୟରୁ ଫର୍ଣ୍ଣିଚର, ରୋଷେଇ ଘର ଉପକରଣ ଏବଂ ଅନ୍ୟାନ୍ୟ ଜିନିଷ ନିଲାମ କରିଥିଲେ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଟ୍ୱିଟରକୁ ଏଲନ ମସ୍କ କିଣିବା ପରେ ଟ୍ୱିଟରର ନାମ ପରିବର୍ତ୍ତନ କରି ଏକ୍ସ କରାଯାଇଛି। କେବଳ ନାମ ପରିବର୍ତ୍ତନ କରାଯାଇ ନଥିଲା ଏହାର ଲୋଗ ମଧ୍ୟ ବଦଳିଥିଲା। ତେବେ ପୂର୍ବରୁ ଟ୍ୱିଟରରେ ବ୍ୟବହାର ହେଉଥିବା ଏହି ଚଢେଇଟି ଏବେ ନିଲାମ ହୋଇଯାଇଛି।


ନିଲାମ କମ୍ପାନୀର ପିଆର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଏହି ନୀଳ ପକ୍ଷୀର ଓଜନ ପ୍ରାୟ ୨୫୪ ଗ୍ରାମ ରହିଥିଲା। ଲମ୍ବ ୧୨ ଫୁଟ ଓ ଚଉଡା ୯ ଫୁଟ ରହିଥିଲା। କେବଳ ଏହି ଚଢେଇ ନିଲାମ ହୋଇନି ଆପଲର କିଛି ଜିନିଷ ମଧ୍ୟ ନିଲାମ ହୋଇଥିବା ଜଣା ପଡ଼ିଛି। ଏକ ଆପଲ୍-୧ କମ୍ପ୍ୟୁଟର ନିଲାମ ହୋଇଛି। ଯାହାର ଭାରତୀୟ ମୂଲ୍ୟ ପ୍ରାୟ ୩.୨୨ କୋଟି ଟଙ୍କା ହେବ। ସେହିଭଳି ଷ୍ଟିଲ ଜବ୍ସଙ୍କ ଦ୍ବାରା ସ୍ବାକ୍ଷରିତ ଏକ ଆପଲ ଚେକ୍ ମଧ୍ୟ ପ୍ରାୟ ୬୯.୩ ଲକ୍ଷ ଟଙ୍କାରେ ନିଲାମ ହୋଇଛି। ୨୦୨୨ ରେ ଏଲନ ମସ୍କ ଟ୍ୱିଟରକୁ ୪୪ ବିଲିୟନ ଡଲାରରେ ନିଜ ମାଳଲିକାନାକୁ ନେଇଥିଲେ।

ସେତେବେଳେ ମସ୍କ କହିଥିଲେ ଲୋକତନ୍ତ୍ରରେ ବାକ୍ ସ୍ବାଧୀନତା ପାଇଁ ଟ୍ବିଟର କାର୍ଯ୍ୟ କରିବ। ସେବେଠାରୁ ଟ୍ୱିଟରର ଫିଚର ଠାରୁ ନେଇ ନିୟମରେ ବ୍ୟାପକ ପରିବର୍ତ୍ତନ କରାଯାଇଛି।

Argus Whatsapp Channel Mobile Top
Sponsored
Blue Bird auctioned | Argus News