Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ବ୍ଲୁ ଅରିଜିନ୍‌ ରଚିଲା ଇତିହାସ: ମହାକାଶ ଭ୍ରମଣ କରି ଫେରିଲେ ୬ ମହିଳା

Ritu Das
Browse all articles by Ritu Das
·1 year ago·1 min read
ବ୍ଲୁ ଅରିଜିନ୍‌ ରଚିଲା ଇତିହାସ: ମହାକାଶ ଭ୍ରମଣ କରି ଫେରିଲେ ୬ ମହିଳା

ମହାକାଶ ଭ୍ରମଣରେ ଯାଇଥିଲେ ୬ ମହିଳା । ୧୦୦କିଲୋମିଟର ଉପରକୁ ଯାଇ ପୃଥିବୀର ଦୃଶ୍ୟକୁ ଉପଭୋଗ କରି ମାତ୍ର ୧୦ ମିନିଟ ଭିତରେ ପୁଣି ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ମହାକାଶରୁ ଫେରିବା ପରେ ସେମାନେ ଅଭିଭୂତ ହୋଇ ପଡିଥିଲେ । ପପ୍ ଷ୍ଟାର କେଟି ପେରି ଭୂମିକୁ ଚୁମ୍ବନ କରିଥିଲେ । ବ୍ଲୁ ଅରିଜିନ୍ ପକ୍ଷରୁ ସେମାନଙ୍କୁ ମହାକାଶକୁ ନିଆଯାଇଥିଲା । ଆମାଜନ୍ ମୁଖ୍ୟ ଜେଫ୍ ବେଜୋସଙ୍କ ବାନ୍ଧବୀ ତଥା ଲେଖକ ସାଞ୍ଜେ ଲୌରେନ୍ ଏହି ୬ ଜଣିଆ ଟିମରେ ସାମିଲ ହୋଇଥିଲେ । ଏଥିସହ ପପ୍ ଷ୍ଟାର କେଟି ପେରି, ସାମ୍ବାଦିକ ଗେଲ କିଙ୍ଗ, ସାମାଜିକ କର୍ମୀ ଅମନ୍ଦା ନୁୟେନ, ଫିଲ୍ମ ନିର୍ମାତା କେ. ଫ୍ଲିନ୍, ପୂର୍ବତନ ନାସା ବୈଜ୍ଞାନିକ ଐସା ବୋଓ୍ବେ ମହାକାଶକୁ ଯାଇଥିଲେ । ବ୍ଲୁ ଅରିଜିନର ନ୍ୟୁ ସେଫର୍ଡ ରକେଟରେ ସେମାନେ ମହାକାଶ ଅଭିମୁଖେ ଯାତ୍ରା କରିଥିଲେ । କାରମାନ୍ ଲାଇନ୍ ଅତିକ୍ରମ କରିବା ପରେ ସେମାନେ ୪ମିନିଟ୍ ପାଇଁ ଓଜନଶୂନ୍ୟ ଅନୁଭବ କରିଥିଲେ । ।


୬୦ ବର୍ଷ ପରେ କେବଳ ମହିଳା ଟିମଙ୍କୁ ନେଇ ମହାକାଶ ଯାତ୍ରାର ଆୟୋଜନ କରାଯାଇଥିଲା । ସମାଜ ପ୍ରତି ଉଲ୍ଲେଖନୀୟ ଅବଦାନ ରହିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୬ଜଣ ମହିଳାଙ୍କୁ ମହାକାଶ ମିଶନ ପାଇଁ ଚୟନ ହୋଇଥିଲା । ଏହାପୂର୍ବରୁ ୧୯୬୩ରେ ଭାଲେଣ୍ଟିନା ଟେରେସ୍କୋଭା ପ୍ରଥମ ମହିଳା ଭାବେ ଏକାକୀ ମହାକାଶ ଯାତ୍ରା କରିଥିଲେ । ଜେଫ୍ ବେଜୋସଙ୍କ ବ୍ଲୁ ଅରିଜିନ୍ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ୫୨ଜଣ ବ୍ୟକ୍ତିଙ୍କୁ ମହାକାଶକୁ ନିଆଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
blue-origin-makes-history-6-women-return-from-space-travel | Argus News