Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବ୍ରୁକ୍‌ଲିନ୍ ବ୍ରିଜରେ ଜାହାଜ ଦୁର୍ଘଟଣା , ୨ ମୃତ

International

ବ୍ରୁକ୍‌ଲିନ୍ ବ୍ରିଜରେ ଜାହାଜ ଦୁର୍ଘଟଣା , ୨ ମୃତ

Swoyang prajna Mishra
Browse all articles by Swoyang prajna Mishra
·11 months ago
ବ୍ରୁକ୍‌ଲିନ୍ ବ୍ରିଜରେ ଜାହାଜ ଦୁର୍ଘଟଣା , ୨ ମୃତ

Key Points

ପୋଲରେ ଜାହାଜ ଧକ୍କା
ଆମେରିକାରେ ଜାହାଜ ଦୁର୍ଘଟଣା
ମେକ୍ସିକୋ ନୌସେନାର ଜାହାଜ, ନ୍ୟୁୟର୍କରେ ଦୁର୍ଘଟଣାଗ୍ରସ୍ତ

ଆମେରିକାରେ ଜାହାଜ ଦୁର୍ଘଟଣା । ମେକ୍ସିକୋର ନୌସେନା ଜାହାଜ ନ୍ୟୁୟର୍କର ବ୍ରୁକଲିନ୍ ପୋଲରେ ଧକ୍କା ହୋଇଛି। ନ୍ୟୁୟର୍କର ଇଷ୍ଟ ନଦୀରେ ଯାଉଥିବାବେଳେ ଜାହାଜ ପୋଲରେ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ 2 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 19 ଜଣ ଆହତ ହୋଇଥିବା ଖବର ଆସିଛି। ଆହତଙ୍କ ମଧ୍ୟରୁ 4 ଜଣଙ୍କର ଅବସ୍ଥା ଗୁରୁତର ରହିଛି। ମେକ୍ସିକୋ ନୌସେନାର ଏହି ପ୍ରଶିକ୍ଷଣ ଜାହାଜ କ୍ୟାଡେଟ୍ ମାନଙ୍କୁ ନେଇ ଯାଉଥିଲା।


କ୍ୟାଡେଟ୍ ମାନଙ୍କୁ 15ଟି ଦେଶର ଗସ୍ତରେ ବାହାରିଥିଲା ଏହି ମେକ୍ସିକାନ୍ ଜାହାଜ। ଏପ୍ରିଲ 6 ତାରିଖରେ ମେକ୍ସିକୋ ଆକାପୁଲକୋରୁ ଏହି ଜାହାଜ ଯାତ୍ରା ଆରମ୍ଭ କରିଥିଲା ଏଥିରେ 277 ଲୋକ ଥିଲେ। ଜାହାଜ କିଙ୍ଗଷ୍ଟନ, ଜାମାଇକା, ହୱାନା, କ୍ୟୁବା, କୋଜୁମେଲ ଓ ଆମେରିକା ସମେତ 15ଟି ଦେଶର 22ଟି ବନ୍ଦରର ଗସ୍ତ କରିବାର ଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Boat accident on Brooklyn Bridge, 2 dead | Argus News