ତୁର୍କୀକୁ ପୁଣି ଝଟକା , ସେଲେବି ଏୟାରପୋର୍ଟ ସର୍ଭିସେସ୍ର ସୁରକ୍ଷା ପ୍ରତ୍ୟାହାର

Key Points
ତୁର୍କୀକୁ କେନ୍ଦ୍ର ସରକାରଙ୍କ ଆଉ ଏକ ଝଟ୍କା
ସେଲେବି ଏୟାରପୋର୍ଟ ସର୍ଭିସେସ୍ର ସୁରକ୍ଷା ପ୍ରତ୍ୟାହାର
ତୁର୍କୀ ବିମାନ କମ୍ପାନୀ ସେଲେବି ଏୟାରପୋର୍ଟ ସର୍ଭିସେସ୍ର
ଜାତୀୟ ସୁରକ୍ଷାର ସ୍ଵାର୍ଥ ଦୃଷ୍ଟିରୁ ନିଆଯାଇଛି ପଦକ୍ଷେପ
ଭାରତରେ ବୟକଟ ତୁର୍କୀ ଅଭିଯାନ । ଭାରତ ବିରୋଧରେ ପଦକ୍ଷେପ ନେବା ତୁର୍କୀକୁ ଧୀରେ ଧୀରେ ମହଙ୍ଗା ସାବ୍ୟସ୍ତ ହେଉଛି। ପର୍ଯ୍ୟଟନ ଶିଳ୍ପ ଉପରେ ବିଶେଷ କରି ନିର୍ଭର କରୁଥିବା ଏହି ଦେଶକୁ ଭାରତୀୟମାନେ ବୟକଟ୍ କରିବା ଆରମ୍ଭ କରିଦେଇଥିବାବେଳେ କେନ୍ଦ୍ର ସରକାର ଗୁରୁବାର ଆଉ ଏକ ଝଟ୍କା ଦେଇଛନ୍ତି। ଭାରତରେ କାର୍ଯ୍ୟକ୍ଷମ ଥିବା ତୁର୍କୀ ବିମାନ କମ୍ପାନୀ ସେଲେବି ଏୟାରପୋର୍ଟ ସର୍ଭିସେସ୍ର ସୁରକ୍ଷା ମଞ୍ଜୁରୀ ପ୍ରତ୍ୟାହାର କରିନେଇଛନ୍ତି ସରକାର। ଜାତୀୟ ସୁରକ୍ଷାର ସ୍ଵାର୍ଥ ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଥିବା ସରକାର ଦର୍ଶାଇଛନ୍ତି।
ଭାରତର ୯ଟି ବିମାନବନ୍ଦରରେ ତୁର୍କୀର ସେଲେବି ଆଭିଏସନ ସେବା ପ୍ରଦାନ କରୁଛି। ସିଭିଲ ଆଭିଏସନ ସିକ୍ୟୁରିଟି ବ୍ୟୁରୋ(ବିସିଏଏସ)ର ଯୁଗ୍ମ ନିର୍ଦେଶକ ସୁନିଲ ଯାଦବ ସୁରକ୍ଷା ମଞ୍ଜୁରୀ ପ୍ରତ୍ୟାହାର ନେଇ ନିର୍ଦେଶ ଜାରି କରିଛନ୍ତି। ସେ କହିଛନ୍ତି, ୨୦୨୨ ନଭେମ୍ବର ୨୧ରେ ବିସିଏଏସ ପକ୍ଷରୁ ସେଲେବି କମ୍ପାନୀକୁ ସୁରକ୍ଷା ମଞ୍ଜୁରୀ ପ୍ରଦାନ କରାଯାଇଥିଲା। ଏହାକୁ ପ୍ରତ୍ୟାହାର କରିନିଆଯାଇଛି।