Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Baba Venga / ଡରିଲାଣି ସାରା ବିଶ୍ୱ, କେତେବେଳେ କ'ଣ ହେବ କିଛି କହି ହେବ ନାହିଁ !

Satyendu Sekhar Mishra
Browse all articles by Satyendu Sekhar Mishra
·9 months ago·2 min read
ଡରିଲାଣି ସାରା ବିଶ୍ୱ, କେତେବେଳେ କ'ଣ ହେବ କିଛି କହି ହେବ ନାହିଁ !

Key Points

ତୃତୀୟ ବିଶ୍ୱଯୁଦ୍ଧ... ପୂର୍ବରୁ ଆରମ୍ଭ ହୋଇ ପଶ୍ଚିମକୁ ବ୍ୟାପିପାରେ । ଏଥିରେ ପଶ୍ଚିମ ଦେଶଗୁଡ଼ିକର ପତନ ହେବା ସହ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ବିଶ୍ବର ବଡ଼ ନେତା ଭାବେ ଉଭା ହେବେ ବୋଲି କୁହାଯାଉଛି ।

କିଏ କେତେବେଳେ କାହାକୁ ଆଟାକ୍ କରିବ... କାହାର ଜୀବନ ଚାଲିଯିବ । କିଛି ବି ପୂର୍ବାନୁମାନ କରି ହେଉନି। କିନ୍ତୁ ସମସ୍ତେ ଏତିକି ଜାଣିସାରିଲେଣି ଯେ, ମୁଣ୍ଡ ଉପରେ ବଡ଼ ବିପଦ । ଆଉ ଏହି ବଡ଼ ବିପଦ ସଙ୍କେତ ଦେଇଛନ୍ତି ବାବା ଭେଙ୍ଗା ।

ବର୍ତ୍ତମାନ ପର୍ଯ୍ୟନ୍ତ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ସବୁ ସତ ହୋଇଛି । ସେ ଯେତେବେଳେ ଯାହା କହିଛନ୍ତି ତାହା ସତ ହୋଇଛି । ଆଉ ଏହି କ୍ରମରେ ସେ ଏବେ ସରା ବିଶ୍ୱକୁ ଚେତାଇ ଦେଇଛନ୍ତି... ମାଡ଼ି ଆସୁଛି ବଡ଼ ବିପଦ । ତାଙ୍କର ଏହି ପୂର୍ବାନୁମାନ ପରେ ସବୁ ଦେଶ ପଡ଼ିଛନ୍ତି ଚିନ୍ତାରେ...।

ଆଉ କିଛି ମାସ ପରେ ବିଦାୟ ନେବ ବର୍ଷ ୨୦୨୫ । ନୂଆ ବର୍ଷ, ନୂଆ ଉତ୍ସାହ ନେଇ ଆସିବ ବର୍ଷ ୨୦୨୬ । ତେବେ ୨୦୨୬ ଆସିବା ପୂର୍ବରୁ ଏବେ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀକୁ ନେଇ ଚିନ୍ତାରେ ବିଶ୍ବବାସୀ । ତାଙ୍କ ଅନୁଗାମୀଙ୍କ ମତରେ, ବାବା ଭେଙ୍ଗା ଆଗାମୀ ବର୍ଷ ପାଇଁ ବହୁତ କିଛି ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ କରିଛନ୍ତି । ଯେଉଁଥିରେ ଆଗାମୀ ବର୍ଷ ତୃତୀୟ ବିଶ୍ୱଯୁଦ୍ଧ, ଏଲିୟନ ସହ ସମ୍ପର୍କ, AIର ମଣିଷଙ୍କୁ ନିୟନ୍ତ୍ରଣ କରିବାର ଶକ୍ତି ଏବଂ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟରେ ପୃଥିବୀର ୭-୮ ପ୍ରତିଶତ ସ୍ଥଳଭାଗ ଧ୍ୱଂସ ହେବ ।

ତୃତୀୟ ବିଶ୍ବଯୁଦ୍ଧ... ପୂର୍ବରୁ ଆରମ୍ଭ ହୋଇ ପଶ୍ଚିମକୁ ବ୍ୟାପିପାରେ । ଏଥିରେ ପଶ୍ଚିମ ଦେଶଗୁଡ଼ିକର ପତନ ହେବା ସହ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ବିଶ୍ବର ବଡ଼ ନେତା ଭାବେ ଉଭା ହେବେ ବୋଲି କୁହାଯାଉଛି ।

ବାବା ଭେଙ୍ଗାଙ୍କ ଆଉ ଏକ ବହୁତ ବଡ଼ ଭବିଷ୍ୟବାଣୀ ହେଉଛି ଯେ ମଣିଷ ୨୦୨୬ ମସିହାରେ ଏଲିଏନଙ୍କ ସହିତ ସମ୍ପର୍କ ସ୍ଥାପନ କରିପାରେ ମଣିଷ । ତାଙ୍କ ଅନୁସାରେ, ବାହ୍ୟ ମହାକାଶରୁ ଏକ ବିଶାଳ ମହାକାଶଯାନ ନଭେମ୍ବର ୨୦୨୬ରେ ପୃଥିବୀରେ ପହଞ୍ଚିବ । ଆଉ ଏଲିଏନଙ୍କ ସହ ମଣିଷ ସମ୍ପର୍କ ସ୍ଥାପନ କରିପାରେ।

କୃତ୍ରିମ ବୁଦ୍ଧିମତ୍ତା (AI)ର ବର୍ଦ୍ଧିତ ଶକ୍ତିକୁ ଦୃଷ୍ଟିରେ ରଖି, ବାବା ଭେଙ୍ଗାଙ୍କ AIକୁ ନେଇ ଭବିଷ୍ୟବାଣୀ... ବର୍ତ୍ତମାନ ସମୟରେ ଆହୁରି ପ୍ରାସଙ୍ଗିକ ମନେହୁଏ । ସେ ଭବିଷ୍ୟବାଣୀ କରିଛନ୍ତି ଯେ ୨୦୨୬ ସୁଦ୍ଧା, AI ଏତେ ଉନ୍ନତ ହୋଇଯିବ ଯେ ଏହା ମାନବ ଜୀବନକୁ ନିୟନ୍ତ୍ରଣ କରିବା ଆରମ୍ଭ କରିବ । ସବୁ କ୍ଷେତ୍ରରେ AIର ହସ୍ତକ୍ଷେପ ବୃଦ୍ଧି ପାଇବ ।

ବାବା ଭେଙ୍ଗା ୨୦୨୬ ମସିହାରେ ବଡ଼ ଧରଣର ପ୍ରାକୃତିକ ବିପର୍ଯ୍ୟୟ ବିଷୟରେ ମଧ୍ୟ ଭବିଷ୍ୟବାଣୀ କରିଛନ୍ତି । ଭୂମିକମ୍ପ, ଜ୍ୱାଳାମୁଖୀ ଉଦଗିରଣ ଏବଂ ଜଳବାୟୁ ପରିବର୍ତ୍ତନର ପୂର୍ବାନୁମାନ କରିଛନ୍ତି । ୨୦୨୬ରେ ଯେଉଁ ବିପର୍ଯ୍ୟୟ ଆସିବ, ସେଥିରେ ପୃଥିବୀର ୭ ରୁ ୮ ପ୍ରତିଶତକୁ ସ୍ଥଳଭାଗ ଧ୍ୱଂସ ପାଇବାର ଅଶଙ୍କା କରିଛନ୍ତି ବାବା ଭେଙ୍ଗା ।

ତେବେ ବାବା ଭେଙ୍ଗାଙ୍କ ଏହି ଭବିଷ୍ୟବାଣୀ କେତେ ସତ ହେବ ତାହା ତ ସମୟ କହିବ । ହେଲେ ଏହା ଶୁଣି ବିଶ୍ୱର ଅନେକ ବଡ଼ ବଡ଼ ଦେଶ ଓ ଏହାର ନେତା ଏବେ ଚିନ୍ତାରେ ପଡ଼ିଛନ୍ତି । ବାବାଙ୍କ ସମର୍ଥକମାନେ କୁନନ୍ତି ଯେ ପୂର୍ବରୁ ଅନେକ ଭବିଷ୍ୟବାଣୀ ସଠିକ୍ ପ୍ରମାଣିତ ହୋଇଛି, ହେଲେ ସମାଲୋଚକମାନେ କହନ୍ତି ଏହା କେବଳ ସଂଯୋଗ ।


ତୃତୀୟ ବିଶ୍ବଯୁଦ୍ଧ... ପୂର୍ବରୁ ଆରମ୍ଭ ହୋଇ ପଶ୍ଚିମକୁ ବ୍ୟାପିପାରେ । ଏଥିରେ ପଶ୍ଚିମ ଦେଶଗୁଡ଼ିକର ପତନ ହେବା ସହ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ବିଶ୍ବର ବଡ଼ ନେତା ଭାବେ ଉଭା ହେବେ ବୋଲି କୁହାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:



Related Topics

Explore more stories

Sponsored
Bulgarian Psychic Baba Vanga's Identical 2025 Prophecies Point To Humanities Downfall | Argus News