ଏହି ମୁସଲିମ୍ ଦେଶକୁ କାହିଁକି ବାଛୁଛନ୍ତି ଭାରତ ସହ ସାରା ବିଶ୍ଵର ଶିଳ୍ପପତି ?

ଆଜିର ଦିନରେ ସେହି ଦେଶର ଅର୍ଥ ବ୍ୟବସ୍ଥା ସେତିକି ମଜଭୁତ୍ ହେବ, ଯେଉଁଠି ସର୍ବାଧିକ ଧନୀ ବ୍ୟବସାୟୀ ବା ଶିଳ୍ପପତି ରହୁଥିବେ । ଆଉ ଏଇଥିପାଇଁ ଅନେକ ଦେଶ ଏଭଳି ବ୍ୟବସ୍ଥା ଗ୍ରହଣ କରୁଛନ୍ତି, ଯାହା ଧନୀ କୋଟିପତି ବ୍ୟବସାୟୀମାନଙ୍କୁ ଆକର୍ଷିତ କରୁଛି ।
ଦୁନିଆର ଏକ ମୁସଲିମ୍ ରାଷ୍ଟ୍ର ଏମିତି କିଛି କରୁଛି ଯାହା ପ୍ରତି ଖାଲି ଭାରତ ନୁହେଁ ସମଗ୍ର ଦୁନିଆର ବ୍ୟବସାୟୀ ଆକର୍ଷିତ । ବିଶ୍ଵର ବ୍ୟବସାୟୀଙ୍କ ଆକର୍ଷଣ ବଢ଼ିବା ସହ ସେମାନେ ସେଠାରେ ରହିବାକୁ ବି ଯାଉଛନ୍ତି । ଆସନ୍ତୁ ଜାଣିବା ସମସ୍ତଙ୍କ ଧ୍ୟାନ ଆକର୍ଷିତ କରୁଥିବା ଏହି ମୁସଲିମ୍ ରାଷ୍ଟ୍ର ବିଷୟରେ...
କେଉଁ ମୁସଲିମ୍ ଦେଶକୁ ଯାଉଛନ୍ତି କୋଟିପତି ?
ଜେଣ୍ଡର୍ସ ଓ ସିଟିଜେନସିପ୍ ଆଡଭାଇଜରୀ ଫାର୍ମ ହେନଲେ ଆଣ୍ଡ ପାର୍ଟନର୍ସ ରିପୋର୍ଟ ଅନୁସାରେ, ଆଜିର ସମୟରେ ଧନୀଙ୍କ ପ୍ରଥମ ପସନ୍ଦ ହେଉଛି (UAE) ୟୁନାଇଟେଡ୍ ଆରବ ଏମିରେଟସ୍ । ରିପୋର୍ଟ ଅନୁସାରେ, ୨୦୨୫ ଶେଷ ସୁଦ୍ଧା ଦୁନିଆ ବ୍ୟାପୀ ପ୍ରାୟ ୬୭୦୦ କୋଟିପତି ଏଠାକୁ ସିଫ୍ଟ ହୋଇଯାଇ ପାରନ୍ତି । ଭାରତୀୟ ଶିଳ୍ପପତି ଓ ବ୍ୟବସାୟୀ ମଧ୍ୟ ଦୁବାଇ ମାୟାରେ ପଡ଼ିଛନ୍ତି । କୁହାଯାଉଛି, ୟୁଏଇ ପ୍ରତି ଧନୀ ଆକୃଷ୍ଟ ହେବାର କାରଣ ସେଠାକାର ବିଶ୍ଵସ୍ତରୀୟ ଭିତ୍ତିଭୂମି ଓ ଉନ୍ନତ ଧରଣର ଜୀବନଶୈଳୀ ।
📱 Get Argus News App
✨କାହିଁକି ପସନ୍ଦ UAE ?
ବିଶ୍ଵବ୍ୟାପୀ ବ୍ୟବସାୟୀ ଓ ଧନୀଙ୍କ ପ୍ରଥମ ପସନ୍ଦ ପାଲଟିଥିବା ୟୁଏଇରେ ରହିଛି ବିଶ୍ଵସ୍ତରୀୟ ଭିତ୍ତିଭୂମି, ଉନ୍ନତ ଧରଣର ଜୀବନଶୈଳୀ, କମ୍ ଟିକସ ଓ ନିବେଶ ପାଇଁ ଅନୁକୂତ ନୀତି । ଏହାଛଡ଼ା ୟୁଏଇରେ ଇନକମ୍ ଟ୍ୟାକ୍ସ (ଆୟକର) ଦେବାକୁ ପଡ଼େ ନାହିଁ । ଦୁବାଇରେ ୯ ପ୍ରତିଶତ କର୍ପୋରେଟ ଟିକସ (AED ୩, ୭୫, ୦୦୦ରୁ ଅଧିକ ଲାଭ ଉପରେ) ଦେବାକୁ ପଡ଼େ ।
ଏହା ଛଡ଼ା ଗୋଲ୍ଡେନ୍ ଭିସା ପ୍ରୋଗ୍ରାମରେ ୪.୭ କୋଟି ଟଙ୍କା ସମ୍ପତ୍ତି କିଣିଲେ ୧୦ ବର୍ଷର ରେସିଡେନ୍ସି ମିଳୁଛି । ଯାହାକି ଭାରତୀୟଙ୍କ ସମେତ ଦୁନିଆ ବ୍ୟାପୀ ନିବେଶକଙ୍କୁ ଆକୃଷ୍ଟ କରୁଛି । ଏହାଛଡ଼ା UAEର ରିଅଲ ଇଷ୍ଟେଟ୍ ମାର୍କେଟ୍ ଭାରତୀୟ ନିବେଶକଙ୍କ ଲାଗି ଶସ୍ତା ପଡ଼ିବା ସହ ଅଧିକ ରିଟର୍ଣ୍ଣ ଦେଉଥିବା ସମ୍ପତ୍ତି ଦେଉଛି । ତା ଛଡ଼ା ଦୁବାଇରେ ମୁମ୍ବାଇ ଓ ଦିଲ୍ଲୀ-ଏନସିଆର ତୁଳନାରେ ପ୍ରପଟି ଦାମ ବେଶ କମ୍ । ଆଉ ଭଡ଼ାରେ ଆୟ ୭ରୁ ୧୦ ପ୍ରତିଶତ ମିଳୁଥିବା ବେଳେ ଭାରତରେ ଏହା ୨ରୁ ୫ ପ୍ରତିଶତ । ଏଥିପାଇଁ ଧନୀଙ୍କ ପସନ୍ଦ ପାଲଟିଛି ଦୁବାଇ ।