Donald Trump / ୧୦ ଲକ୍ଷ ଡଲାର ଦେଲେ ମିଳିବ ଆମେରିକୀୟ ନାଗରିକତା
·9 months ago·2 min read

Key Points
ଏତେ ଟଙ୍କାରେ ଆମେରିକୀୟ ନାଗରିକତା ପାଇଁ ପଥ ଖୋଲିଲା ଡୋନାଲ୍ଡ ଟ୍ରମ୍ପ୍
ଲଞ୍ଚ କଲେ 'ଗୋଲ୍ଡ କାର୍ଡ'
ଲଞ୍ଚ କଲେ 'ଗୋଲ୍ଡ କାର୍ଡ'
ପୁଣି ଏକ ବଡ଼ ଘୋଷଣା କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଡୋନାଲ୍ଡ ଟ୍ରମ୍ପ୍ ବୁଧବାର ଦିନ ଘୋଷଣା କରିଛନ୍ତି ଯେ, ତାଙ୍କର ବହୁ ପ୍ରତୀକ୍ଷିତ "ଗୋଲ୍ଡ କାର୍ଡ" ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇଛି। ଏହି ଯୋଜନା ଅନ୍ତର୍ଗତ, ଜଣେ ବ୍ୟକ୍ତି ୧୦ ଲକ୍ଷ ଡଲାରଦେଇ ଆଇନଗତ ସ୍ଥିତି ଏବଂ ଶେଷରେ ଆମେରିକୀୟ ନାଗରିକତା ପାଇପାରିବେ। କମ୍ପାନିଗୁଡ଼ିକ ପ୍ରତି କର୍ମଚାରୀଙ୍କୁ ୨୦ ଲକ୍ଷ ଡଲାର ଦେଇ ସେମାନଙ୍କର ବିଦେଶୀ କର୍ମଚାରୀଙ୍କ ପାଇଁ ସମାନ କାର୍ଯ୍ୟ କରିପାରିବେ। ଟ୍ରମ୍ପ୍ କହିଛନ୍ତି ଯେ, ଅନେକ କମ୍ପାନି ଏହି ପଦକ୍ଷେପକୁ ସ୍ୱାଗତ କରିବେ। ଏହା ଦେଶର ରାଜକୋଷ ପାଇଁ ଅତିରିକ୍ତ ରାଜସ୍ୱ ମଧ୍ୟ ସୃଷ୍ଟି କରିବ।
ଟ୍ରମ୍ପ୍ କହିଛନ୍ତି, ମୋ ପାଇଁ ଏବଂ ଦେଶ ପାଇଁ ବହୁତ ଉତ୍ସାହଜନକ ଭାବରେ, ଆମେ ଟ୍ରମ୍ପ ଗୋଲ୍ଡ କାର୍ଡ ଲଞ୍ଚ କରିଛୁ। ଏହା କିଛି ପରିମାଣରେ ଏକ ଗ୍ରୀନ୍ କାର୍ଡ ପରି, କିନ୍ତୁ ଗ୍ରୀନ୍ କାର୍ଡ ଅପେକ୍ଷା ଅଧିକ ସୁବିଧା ଏହା ପ୍ରଦାନ କରିବ। କମ୍ପାନିଗୁଡ଼ିକ ଏକ କାର୍ଡ କିଣିପାରିବେ ଏବଂ ଚାହୁଁଥିବା ବ୍ୟକ୍ତିଙ୍କୁ ଯୁକ୍ତରାଷ୍ଟ୍ରରେ ରଖିପାରିବେ। ଟ୍ରମ୍ପ୍ ହ୍ୱାଇଟ୍ ହାଉସରେ ଅନେକ ବ୍ୟବସାୟ ନେତାଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଆମେରିକାର ରାଷ୍ଟ୍ରପତି ଏହି ଯୋଜନା ଆରମ୍ଭ କରିବାକୁ ଚାହୁଁଛନ୍ତି କାରଣ ଏହା ଗ୍ରୀନ୍ କାର୍ଡ ଅପେକ୍ଷା ଅଧିକ ସୁବିଧା ପ୍ରଦାନ କରିବ। ଟ୍ରମ୍ପ୍ କହିଛନ୍ତି ଯେ, ଏହା ଆମେରିକାରେ ଥିବା କମ୍ପାନିଗୁଡ଼ିକରେ କାମ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଏକ ବଡ଼ ଉପହାର ଭଳି।
EB-5 ଭିସା କାର୍ଯ୍ୟକ୍ରମକୁ ବଦଳାଇବା ପାଇଁ ନୂତନ ପଦକ୍ଷେପ:
ଉଲ୍ଲେଖନୀୟ, ବିଦେଶୀ ପୁଞ୍ଜିକୁ ଆକର୍ଷିତ କରିବା ପାଇଁ କଂଗ୍ରେସ ୧୯୯୦ମସିହାରେ EB-5 ଭିସା କାର୍ଯ୍ୟକ୍ରମ ପ୍ରଚଳନ କରିଥିଲା। ଯାହା ଦ୍ଵାରା ଆବେଦନକାରୀମାନେ ଅତି କମରେ ୧୦ ଟି ନିଯୁକ୍ତି ସୃଷ୍ଟି କରୁଥିବା ବ୍ୟବସାୟରେ ପ୍ରାୟ ୧୦ ଲକ୍ଷ ଆମେରିକୀୟ ଡଲାର ନିବେଶ କରି ଯୋଗ୍ୟତା ଅର୍ଜନ କରିପାରିବେ। ଏହି ନୂତନ ପଦକ୍ଷେପ ପୁରୁଣା କାର୍ଯ୍ୟକ୍ରମକୁ ବଦଳାଇବା ପାଇଁ ଉଦ୍ଦିଷ୍ଟ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ହରମନପ୍ରୀତ କୌର ଷ୍ଟାଣ୍ଡ ଉନ୍ମୋଚିତ, ଯୁବରାଜ ଭେଟିଲେ ଗମ୍ଭୀରଙ୍କୁ...
ସେପଟେ ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟିକ ତିକ୍ତତା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଟେଲିଫୋନ ଯୋଗେ କଥାବାର୍ତ୍ତା କରିଛନ୍ତି। ଏହି ସମୟରେ ଉଭୟ ନେତା ଦିଲ୍ଲୀ ଓ ୱାଶିଂଟନ୍ ମଧ୍ୟରେ ଥିବା ‘ବ୍ୟାପକ ବିଶ୍ୱସ୍ତରୀୟ ରଣନୀତିକ ଭାଗିଦାରୀ’ର ଅଗ୍ରଗତିର ସମୀକ୍ଷା କରିଥିଲେ। ଦୁଇ ନେତା ସମସ୍ତ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ କ୍ରମାଗତ ଭାବରେ ମଜବୁତ ହେଉଥିବାରୁ ସନ୍ତୋଷ ବ୍ୟକ୍ତ କରିଥିଲେ। ଟାରିଫ ଧମକ ପରେ ଏହି ଖବର ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।
ଅଧିକ ପଢ଼ନ୍ତୁ ବିଦେଶ ଖବର:

Related Topics
Explore more stories