Videos
|
International

Highway Fire Accident / କାହିରାରେ ଭୟଙ୍କର ଦୁର୍ଘଟଣା: ତେଲ ଟ୍ୟାଙ୍କର ଓଲଟି ହାଇୱେରେ ଲାଗିଲା ନିଆଁ, ୩୧ ମୃତ

Ritu Das
Browse all articles by Ritu Das
·48 mins ago·2 min read
କାହିରାରେ ଭୟଙ୍କର ଦୁର୍ଘଟଣା: ତେଲ ଟ୍ୟାଙ୍କର ଓଲଟି ହାଇୱେରେ ଲାଗିଲା ନିଆଁ, ୩୧ ମୃତ
India

Key Points

ମିଶରର ରାଜଧାନୀ କାହିରାରେ ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା
ମିଶରର ରାଜଧାନୀ କାହିରାରେ ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା। ଇନ୍ଧନ ବୋଝେଇ ଟ୍ୟାଙ୍କର ଓଲଟି ପଡ଼ିବା ପରେ ହାଇୱେରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୩୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୧ ଜଣ ଆହତ ହୋଇଛନ୍ତି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

  • ହାଇୱେରେ ଟ୍ୟାଙ୍କର ଓଲଟିବା ପରେ ଭୟଙ୍କର ନିଆଁ

ସୂଚନା ଅନୁସାରେ, ବୁଧବାର କାହିରାର ରିଙ୍ଗ୍ ରୋଡ୍‌ରେ ଏହି ଦୁର୍ଘଟଣା ଘଟିଛି। ଗ୍ରେଟର କାହିରା ଅଞ୍ଚଳର ଗିଜା ପ୍ରଦେଶ ଅନ୍ତର୍ଗତ ଅଲ୍-ୱାରାକ୍ ଅଞ୍ଚଳରେ ଇନ୍ଧନ ବୋଝେଇ ଟ୍ୟାଙ୍କରଟି ଓଲଟି ପଡ଼ିଥିଲା। ଏହାପରେ ଟ୍ୟାଙ୍କରରେ ନିଆଁ ଲାଗିବା ସହ ନିଆଁ ଆଖପାଖରେ ଯାଉଥିବା ଅନ୍ୟ ଗାଡ଼ିଗୁଡ଼ିକୁ ବ୍ୟାପିଯାଇଥିଲା। ଦେଖୁ ଦେଖୁ ନିଆଁର ପ୍ରକୋପ ଏତେ ବଢ଼ିଯାଇଥିଲା ଯେ ଅନେକ କାର୍ ଓ ବାଇକ୍ ଜଳି ପାଉଁଶ ହୋଇଯାଇଥିଲା। ପ୍ରାରମ୍ଭିକ ଆକଳନ ଅନୁସାରେ, ୨୭ଟି ଗାଡ଼ି ଏହି ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ହୋଇଛି। ରାସ୍ତାରେ ଚାରିଆଡ଼େ ଧୂଆଁ ଓ ନିଆଁ ଦେଖି ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା।

ଏହି ଭୟଙ୍କର ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୩୧ ଜଣଙ୍କ ଜୀବନ ଯାଇଥିବାବେଳେ ୨୧ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲଗୁଡ଼ିକରେ ଭର୍ତ୍ତି କରାଯାଇଛି। ଉଦ୍ଧାର କାର୍ଯ୍ୟରେ ୩୯ଟି ଆମ୍ବୁଲାନ୍ସ ନିୟୋଜିତ ହୋଇଥିଲା। ଅନ୍ୟପଟେ, ମୃତକଙ୍କ ମଧ୍ୟରୁ କିଛି ଲୋକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ। ସେମାନଙ୍କ ପରିଚୟ ଜାଣିବା ପାଇଁ ଡିଏନ୍‌ଏ ପରୀକ୍ଷା କରାଯାଉଛି। ଦୁର୍ଘଟଣାର ଭୟାବହତାକୁ ଦେଖି ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି।

ଘଟଣାର ତଦନ୍ତ ଆରମ୍ଭ
ଏହି ଦୁର୍ଘଟଣା ପରେ ମିଶରର ରାଷ୍ଟ୍ରପତି ଅବଦେଲ ଫତାହ ଅଲ୍-ସିସି ମୃତକଙ୍କ ପରିବାର ପ୍ରତି ଶୋକ ପ୍ରକାଶ କରିଛନ୍ତି। ଘଟଣାର କାରଣ ଜାଣିବା ପାଇଁ ସରକାରୀ ସ୍ତରରେ ତଦନ୍ତ ଆରମ୍ଭ ହୋଇଛି। ସ୍ବାସ୍ଥ୍ୟ ମନ୍ତ୍ରୀ ଖାଲିଦ ଅବଦେଲ ଗଫ୍ଫାର କହିଛନ୍ତି ଯେ, “ଗୁରୁତରଙ୍କୁ ଉନ୍ନତ ଚିକିତ୍ସା ଲାଗି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ପ୍ରାଥମିକ ସୂଚନା ଅନୁସାରେ, ଟ୍ୟାଙ୍କରଟି ନିୟନ୍ତ୍ରଣ ହରାଇ ରାସ୍ତାର ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିଥିଲା। ତେବେ ଦୁର୍ଘଟଣାର ପ୍ରକୃତ କାରଣ ଏବଂ ଏଥିପାଇଁ କିଏ ଦାୟୀ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: