Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - California Fire: ଥମିବାର ନାଁ ଧରୁନି ନିଆଁ, ଭାଇରାଲ ଫଟୋ ଦେଖି ସମସ୍ତେ ଅଶ୍ଚର୍ଯ୍ୟ

International

California Fire: ଥମିବାର ନାଁ ଧରୁନି ନିଆଁ, ଭାଇରାଲ ଫଟୋ ଦେଖି ସମସ୍ତେ ଅଶ୍ଚର୍ଯ୍ୟ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
California Fire: ଥମିବାର ନାଁ ଧରୁନି ନିଆଁ, ଭାଇରାଲ ଫଟୋ ଦେଖି ସମସ୍ତେ ଅଶ୍ଚର୍ଯ୍ୟ

ଅର୍ଗସ ବ୍ୟୁରୋ: ଥମିବାର ନାଁ ଧରୁନି କାଲିଫର୍ଣ୍ଣିଆ ନିଆଁ । ଲିଭିବା ବଦଳରେ ଦିନକୁ ଦିନ ବୃଦ୍ଧି ପାଉଛି ନିଆଁର କୋପ । ଯେତେ ଚେଷ୍ଟା କଲେ ବି ନିଆଁକୁ ଆୟତ୍ତ କରିପାରୁନାହାନ୍ତି ସ୍ଥାନୀୟ ସରକାର । ଏବେ ସୁଦ୍ଧା ନିଆଁ ଦାଉରୁ ରକ୍ଷା କରି ପାଖାପାଖି ଅଞ୍ଚଳରୁ ୯୨ ହଜାର ଲୋକଙ୍କୁ ସ୍ଥାନାନ୍ତର କରିଛି ସ୍ଥାନୀୟ ପ୍ରଶାସନ ।


କହିବାକୁ ଗଲେ ଆମେରିକାରେ ଏକ ପ୍ରକାର ତାଣ୍ଡବ ରଚୁଛି ଜଙ୍ଗଲ ନିଆଁ । ଏହି ନିଆଁରେ ଏବେ ସୁଦ୍ଧା ଜଳିଗଲାଣି ୧୨ ହଜାରରୁ ଅଧିକ ଘର । ଚାଲିଗଲାଣି ୨୪ ଜଣଙ୍କ ଜୀବନ । ଜଙ୍ଗଲ ନିଆଁରେ ସ୍ବାହା ହୋଇଗଲାଣି ଅନେକ ଘର ସଂସାର । ଆଖିଆଗରେ ପୋଡି ପାଉଁସ ହୋଇଗଲାଣି ଅନେକଙ୍କ ସ୍ବପ୍ନର ଘର । ଅନେକ ଘର ଜଳିବା ସହ ଜଳିଗଲେଣି ଘରେ ଥିବା ଲୋକେ । ରାସ୍ତାଘାଟଠୁ ଆରମ୍ଭ କରି ପାହାଡ଼ ପର୍ବତ ସବୁ ହୁତୁହୁତୁ ହୋଇ ଜଳୁଛି । କୋଟି କୋଟି ଟଙ୍କାର ସମ୍ପତ୍ତି ଜଳି ପୋଡ଼ି ପାଉଁଶ ହୋଇଗଲାଣି । ସତେ ଯେମିତି ଏବେ ଲସ୍‌ ଅଞ୍ଜଲେସରେ ହାହାକାର ସ୍ଥିତି ।


ପଶୁ, ଜୀବ, ଜନ୍ତୁ ଯିଏ ସୁସ୍ଥ ଅଛନ୍ତି ବା ଚଳପ୍ରଚଳ କରୁଛନ୍ତି ସମସ୍ତେ ନିଆଁ ମୁହଁରୁ ବଞ୍ଚିବା ପାଇଁ ଦୌଡି ପଳାଉଛନ୍ତି । କିନ୍ତୁ ଯେଉଁମାନେ ଦିବ୍ୟାଙ୍ଗ କିମ୍ବା ସେମାନଙ୍କ ଗୋଡ ହାତ ଚଳୁନି ସେମାନେ ହ୍ବିଇଲ୍‌ ଚେୟାରରେ ବସି ନିଜକୁ ରକ୍ଷା କରିବାକୁ ପ୍ରାଣପଣେ ଚେଷ୍ଟା କରୁଛନ୍ତି । ଆଉ ଯେଉଁମାନେ ପାରୁ ନାହାନ୍ତି ସେମାନେ ସେଇ ଘର ଭିତରେ ହିଁ ଜୀଅନ୍ତା ଜଳିଯାଉଛନ୍ତି । ଏମିତି ଅନେକ ହୃଦୟ ବିଦାରକ ଦୃଶ୍ୟ ଏବେ କାଲିଫର୍ଣ୍ଣିଆରେ ଦେଖିବାକୁ ମିଳିଛି ।


ଗୋଟିଏ ଘରେ ଦିବ୍ୟାଙ୍ଗ ବାପ ଏବଂ ପୁଅ ଜଳି ଯିବାର ଖବର ମଧ୍ୟ ସାମ୍ନାକୁ ଆସିଛି । ପୁଅ ମାନସିକ ବିକୃତ ଆଉ ବାପା ଥିଲେ ଦିବ୍ୟାଙ୍ଗ। ପୁଅ ଅରାଜି ଥିଲା ଘର ଛାଡି କୁଆଡେ ଯିବନି । ଆଉ ବାପା ପୁଅକୁ ଛାଡି ଏକା ଆସିବେନି । ଏହାରି ଭିତରେ ଘରେ ଲାଗିଥିବା ନିଆଁକୁ ଲିଭାଇବାକୁ ପ୍ରୟାସ କଲେ ବାପ ପୁଅ । କାଳେ ନିଆଁ ଲିଭିଯିବ। କିନ୍ତୁ ଏ କରାଳ ରୂପି ନିଆଁ ଲିଭିବାର ନାଁ ଧରୁନଥିଲା। ବାପ ପୁଅଙ୍କୁ ପୋଡି ପାଉଁସ କରିଦେଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ତେବେ ସବୁଠାରୁ ବଡ଼ କଥା ହେଲା ନିଆଁକୁ ଆୟତ୍ତ କରିବା ପାଇଁ ଅନେକ ଚେଷ୍ଟା କରାଯାଉଛି । ହେଲେ ସେଠାରେ ବହୁଥିବା ବିନାଶକାରୀ ପବନ ଏହାକୁ ଅଧିକ ଜ୍ୱଳନଶୀଳ କରିଦେଉଛି। ଯାହାଫଳରେ ନିଆଁ ଅଧିକ ବ୍ୟାପିବାରେ ଲାଗିଛି । ଅନ୍ୟପଟେ ହଲିଉଡ୍ ଷ୍ଟାର ଓ ନାମୀଦାମୀ ଖେଳାଳିଙ୍କ ସମ୍ପତ୍ତିକୁ ବି ଛାରଖାର କରିସାରିଲାଣି ଏ ନିଆଁ ।


ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଜଙ୍ଗଲ ନିଆଁର ଫଟୋ ଦେଖିଲେ ସହଜରେ ବିଶ୍ବାସ ହେଉନି । ଲାଗୁଛି ସତେ ଯେମିତି ଡିଜିଟାଲ ମାଧ୍ୟମରେ କେହି ଇଫେକ୍ଟ ଦେଇ ଚିତ୍ର କରିଛି । ଏହି ନିଆଁ ଆଗକୁ ଆହୁରି ଭୟଙ୍କର ସ୍ଥିତି ସୃଷ୍ଟି କରିପାରେ ବୋଲି ମଧ୍ୟ ସନ୍ଦେହ କରାଯାଉଛି ।


୫୦ହଜାରୁ ଅଧିକ ଲୋକ ଅନ୍ଧାରରେ ରହିଛନ୍ତି । ଆଗକୁ ଧନଜୀବନ କ୍ଷତି ପରିମାଣ ଆହୁରି ବଢ଼ିପାରେ ବୋଲି କୁହାଯାଉଛି । ବର୍ତ୍ତମାନ ସୁଦ୍ଧା ଏହି ଜଙ୍ଗଲ ନିଆଁ ଆମେରିକାରେ ୧୪୦ ମିଲିୟନ ଡଲାର କ୍ଷତି ଆକଳନ କରାଯାଉଛି । ଏକ ପ୍ରମୁଖ ସୁନ୍ଦର ସହର ଭିତରେ ଆସୁଥିବା ଲସ୍ ଆଞ୍ଜେଲସ ନିଜର ବରବାଦୀ ଦେଖୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଜଙ୍ଗଲ ନିଆଁକୁ କାବୁ କରିବାକୁ ଅଗ୍ନିଶମ ବାହିନୀ ଅହରହ ଲାଗିରହିଛି ।

Sponsored
California fires could be spread anew by particularly dangerous winds | Argus News