Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

୭ ଦିନ ହେଲା କାଲିଫର୍ଣ୍ଣିଆରେ ଜଳୁଛି ଜଙ୍ଗଲ, ଅଷ୍ଟ୍ରେଲୀୟ ଟିଭି ଅଭିନେତାଙ୍କ ସମେତ ୨୪ ମୃତ

Sushanta Sahoo
Browse all articles by Sushanta Sahoo
·1 year ago·2 min read
୭ ଦିନ ହେଲା କାଲିଫର୍ଣ୍ଣିଆରେ ଜଳୁଛି ଜଙ୍ଗଲ, ଅଷ୍ଟ୍ରେଲୀୟ ଟିଭି ଅଭିନେତାଙ୍କ ସମେତ ୨୪ ମୃତ

Key Points

୧୬୦ ସ୍କୋୟାର କିଲୋମିଟର ଅଞ୍ଚଳକୁ ବ୍ୟାପିଲାଣି ବନାଗ୍ନି

ନିଆଁରେ ଏଯାବତ୍ ୨୪ ଜଣଙ୍କ ମୃତ୍ୟୁ

୧୩୫ରୁ ୧୫୦ ବିଲିଅନ୍ ଆମେରିକୀୟ ଡଲାର ମୂଲ୍ୟର କ୍ଷୟକ୍ଷତି

ଅର୍ଗସ ବ୍ୟୁରୋ: ଗତ ମଙ୍ଗଳବାର ଠାରୁ ଲାଗିଥିବା ନିଆଁ ଆହୁରି ବ୍ୟାପି ଚାଲିଛି । କବଳିତ କରୁଛି ଗୋଟିଏ ପରେ ଗୋଟିଏ ଜଙ୍ଗଲ । ଆକଳନ ଅନୁସାରେ, କାଲିଫର୍ଣ୍ଣିଆର ପ୍ରାୟ ୧୬୦ ସ୍କୋୟାର କିଲୋମିଟର ଅଞ୍ଚଳକୁ ବ୍ୟାପି ଗଲାଣି ବନାଗ୍ନି । ଆଉ ଏହି ନିଆଁରେ ଏଯାବତ୍ ୨୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତକଙ୍କ ମଧ୍ୟରେ ଅଛନ୍ତି ଅଷ୍ଟ୍ରେଲୀୟ ଟିଭି ଅଭିନେତା ରୋରି ସାଇକ୍ସ ।


ଯଦିଓ ଏବେ ବି ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ ତଥାପି ଏହି ନିଆଁ ଆମେରିକା ଇତିହାସରେ ସବୁଠୁ ବ୍ୟୟ ବହୁଳ ସାବ୍ୟସ୍ତ ହେବ ବୋଲି କୁହା ଯାଉଛି । ଆକ୍ୟୁୱେଦରର ପ୍ରାଥମିକ ଆକଳନ ଅନୁସାରେ, ନିଆଁରେ ପ୍ରାୟ ୧୩୫ରୁ ୧୫୦ ବିଲିଅନ୍ ଆମେରିକୀୟ ଡଲାର ମୂଲ୍ୟର କ୍ଷୟକ୍ଷତି ହୋଇଛି । ପ୍ରାୟ ୧୨ ହଜାର କୋଠା କ୍ଷତିଗ୍ରସ୍ତ ହୋଇଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଜଙ୍ଗଲରେ ଲାଗିଥିବା ନିଆଁ ଯୋଗୁଁ ଲୋକଙ୍କ ବଞ୍ଚିବା ଅସହ୍ୟ ହୋଇ ଗଲାଣି । ପେସିଫିକ୍ ପାଲିସେଡସ୍ ଓ ଅଲ୍ଟାଡେନା ଅଞ୍ଚଳରୁ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ପ୍ରାୟ ଦେଢ଼ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ୯ଟି ଶରଣାର୍ଥୀ ଶିବିରରେ ୭୦୦ରୁ ଅଧିକ ଲୋକ ଆଶ୍ରୟ ନେଇଛନ୍ତି । ରବିବାର କାଲିଫର୍ଣ୍ଣିଆ ଅଗ୍ନିଶମ ବାହିନୀ ଦେଇଥିବା ତଥ୍ୟ ଅନୁସାରେ, ପାଲିସେଡସ୍‌ରେ ଲାଗିଥିବା ନିଆଁର ୧୧ ପ୍ରତିଶତ ଓ ଇଟନ୍‌ର ୨୭ ପ୍ରତିଶତ ନିଆଁ ଆୟତ୍ତକୁ ଆସିଛି ।


ରବିବାର ସକାଳ ସୁଦ୍ଧା କାଲିଫର୍ଣ୍ଣିଆରେ ପ୍ରାୟ ୭୦ ହଜାର ଉପଭୋକ୍ତା ଅନ୍ଧାରରେ ଅଛନ୍ତି । ନିଆଁ ଲାଗି ବିଦ୍ୟୁତ୍ ସଂଯୋଗ କାଟି ଦିଆ ଯାଇଛି । ଲସ୍ ଆଞ୍ଜେଲସ୍‌ରେ ବି ସମାନ ସ୍ଥିତି । ପାଣିପାଗ ବିଭାଗର ଆକଳନ ଅନୁସାରେ, ଆଗକୁ ସାନ୍ତା ଆନା ପବନ ବହିପାରେ । ଯେଉଁଥି ଲାଗି ବୁଧବାର ପର୍ଯ୍ୟନ୍ତ ରେଡ୍ ଆଲର୍ଟ ଜାରି ହୋଇଛି । ପବନ ବହିଲେ ନିଆଁ ଆହୁରି ଅଧିକ ବ୍ୟାପିବା ଆଶଙ୍କା ରହିଛି ।

Sponsored
California Wildfires Killed 24, Red Alert Issued For Strong Winds | Argus News