Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ପୁଣି ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥତା କରିବାକୁ ଆସିଲେ ଟ୍ରମ୍ପ, କହିଲେ...

Satyendu Sekhar Mishra
Browse all articles by Satyendu Sekhar Mishra
·11 months ago·2 min read
ପୁଣି ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥତା କରିବାକୁ ଆସିଲେ ଟ୍ରମ୍ପ, କହିଲେ...

Key Points

କାମ୍ବୋଡିଆ ପରି ଥାଇଲ୍ୟାଣ୍ଡ ତୁରନ୍ତ ଯୁଦ୍ଧବିରାମ ଏବଂ ଶାନ୍ତି ଚାହୁଁଛି।

ତେଣୁ ଏବେ ମୁଁ କାମ୍ବୋଡିଆର ପ୍ରଧାନମନ୍ତ୍ରୀଙ୍କୁ ଏହି ବାର୍ତ୍ତା ଦେବାକୁ ଯାଉଛି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଥାଇଲ୍ୟାଣ୍ଡ ଏବଂ କାମ୍ବୋଡିଆ ମଧ୍ୟରେ ଚାଲିଥିବା ବିବାଦରେ ଏଣ୍ଟ୍ରି ମାରିଛନ୍ତି । ଡୋନାଲ୍ଡ ଟ୍ରମ୍ପ ଉଭୟ ଦେଶକୁ ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ଧମକ ଦେଇଛନ୍ତି । ଯୁଦ୍ଧ ବନ୍ଦ ନକଲେ ବ୍ୟବସାୟ ବନ୍ଦ କରିଦିଆଯିବ ବୋଲି ଟ୍ରମ୍ପ ଚେତାବନୀ ଦେଇଛନ୍ତି । ଆମେରିକା ରାଷ୍ଟ୍ରପତି ଶନିବାର ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟ ସେୟାର କରିଛନ୍ତି ।


ଏହି ପୋଷ୍ଟରେ ଟ୍ରମ୍ପ କହିଛନ୍ତି, "ମୁଁ ଥାଇଲ୍ୟାଣ୍ଡର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଛି ଏବଂ ଏହା ଏକ ବହୁତ ଭଲ ଆଲୋଚନା ଥିଲା। କାମ୍ବୋଡିଆ ପରି ଥାଇଲ୍ୟାଣ୍ଡ ତୁରନ୍ତ ଯୁଦ୍ଧବିରାମ ଏବଂ ଶାନ୍ତି ଚାହୁଁଛି। ତେଣୁ ଏବେ ମୁଁ କାମ୍ବୋଡିଆର ପ୍ରଧାନମନ୍ତ୍ରୀଙ୍କୁ ଏହି ବାର୍ତ୍ତା ଦେବାକୁ ଯାଉଛି।

ତେବେ ଥାଇଲାଣ୍ଡ ଓ କାମ୍ୱୋଡିଆ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଗତ ଗୁରୁବାରଠାରୁ ଦକ୍ଷିଣ-ପୂର୍ବ ଏସିଆରେ ଦୁଇଦେଶ ଥାଇଲାଣ୍ଡ ଓ କାମ୍ବୋଡିଆ ମଧ୍ୟରେ ଲାଗିଥିବା ସଂଘର୍ଷରେ ଉଭୟ ଦେଶର ୩୨ ଜଣ ପ୍ରାଣ ହରାଇଲେଣି। ଥାଇଲାଣ୍ଡରେ ୧୯ ଓ କାମ୍ୱୋଡିଆରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ଉଭୟ ଦେଶର ୧୩୦ରୁ ଅଧିକ ଆହତ ହୋଇଛନ୍ତି। ଥାଇଲାଣ୍ଡ ଯୁଦ୍ଧରେ ଆମେରିକାର ଏଫ୍‌-୧୬ ବ୍ୟବହାର କରୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଦୁଇ ଦେଶ ନିଜର ସ୍ୱଦେଶୀ ଡ୍ରୋନ୍‌ଗୁଡ଼ିକୁ ନିୟୋଜିତ କରିଛନ୍ତି । ଯୁଦ୍ଧରେ ଭାରି ଅସ୍ତ୍ରଶସ୍ତ୍ର ଓ ତୋପ ବ୍ୟବହାର କରାଯାଉଛି । ସୀମାବର୍ତ୍ତୀ ଅଞ୍ଚଳର ଲୋକମାନେ ଘରଛାଡ଼ି ପଳାଉଛନ୍ତି । ଏହାରି ମଧ୍ୟରେ ତୁରନ୍ତ ନିଃସର୍ତ୍ତ ଯୁଦ୍ଧବିରତି ପାଇଁ କାମ୍ୱୋଡିଆ ଅପିଲ୍‌ କରିଛି ।

ଜାତିସଂଘରେ ଅବସ୍ଥାପିତ କାମ୍ୱୋଡିଆ ପ୍ରତିନିଧି ଏହି ସୂଚନା ଦେଇଛନ୍ତି । ଥାଇଲାଣ୍ଡ ମଧ୍ୟ ଆଲୋଚନା ପାଇଁ ପ୍ରସ୍ତାବ ଦେଇଛି । ଏଥିରେ ମାଲେସିଆ ମଧ୍ୟସ୍ଥତା ପାଇଁ ଆଗ୍ରହ ପ୍ରକାଶ କରିଛି। ଗତକାଲି ଜାତିସଂଘ ମହାସଚିବ ମଧ୍ୟ ଦୁଇ ଦେଶ ମଧ୍ୟରେ ସଂଘର୍ଷ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ । ସଂଯମ ଆଚରଣ ପାଇଁ ଦୁଇଦେଶକୁ ପରାମର୍ଶ ଦିଆଯାଇଛି । ଆମେରିକା ଓ ଚୀନ ମଧ୍ୟ ଏହି ଯୁଦ୍ଧ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଶିବ ମନ୍ଦିରକୁ ନେଇ ଦୁଇ ଦେଶ ମଧ୍ୟରେ ଲାଗିଛି ଏହି ଲଢ଼େଇ ।

Sponsored
Cambodia-Thailand conflict flares up even as Trump claims ‘ceasefire’ in place | Argus News