Donald Trump / ଜଣାପଡ଼ିଲା ସତ, ଟ୍ରମ୍ପଙ୍କୁ Sorry ମାଗିଲେ ପ୍ରଧାନମନ୍ତ୍ରୀ
·10 months ago·2 min read

Key Points
ଜଣାପଡ଼ିଲା ସବୁ ସତ
ଟ୍ରମ୍ପଙ୍କୁ Sorry ମାଗିଲେ ପ୍ରଧାନମନ୍ତ୍ରୀ
ଜାଣନ୍ତୁ ଏହା ପଛର କାରଣ
ଟ୍ରମ୍ପଙ୍କୁ Sorry ମାଗିଲେ ପ୍ରଧାନମନ୍ତ୍ରୀ
ଜାଣନ୍ତୁ ଏହା ପଛର କାରଣ
ଆମେରିକା ରାଷ୍ଟ୍ରପତିଙ୍କୁ କ୍ଷମା ମାଗିଲେ କାନାଡା ପ୍ରଧାନମନ୍ତ୍ରୀ। ଏଖବର ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପୂର୍ବତନ ଆମେରିକା ରାଷ୍ଟ୍ରପତି ରୋନାଲ୍ଡ ରେଗାନଙ୍କ ସ୍ବର ବ୍ୟବହାର କରିଥିବା ଏକ ବିବାଦୀୟ ବିଜ୍ଞାପନ ଯୋଗୁ ଏହି କ୍ଷମା ମାଗିଛନ୍ତି। କାର୍ନି କହିଛନ୍ତି, ରାଷ୍ଟ୍ରପତି ଟ୍ରମ୍ପ ବିରକ୍ତ ହେବାରୁ ମୁଁ ତାଙ୍କ ନିକଟରେ କ୍ଷମା ମାଗିଛି। ଯେତେବେଳେ ଆମେରିକା ପ୍ରସ୍ତୁତ ହେବ, ଆଲୋଚନା ପୁଣି ଆରମ୍ଭ ହେବ। ଅଣ୍ଟାରିଆ ପ୍ରିମିୟର ଡଗ ଫୋର୍ଡ ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ଏକ ରାଜନୈତିକ ବିଜ୍ଞାପନ ଶେୟାର କରିଥିଲେ। ବିଜ୍ଞାପନରେ ରୋନାଲ୍ଡ ରେଗାନଙ୍କ ଏକ ପୁରୁଣା ରେଡିଓ ଭାଷଣର ଏକ କ୍ଲିପ ଥିଲା।
ଏଥିରେ ସେ ଶୁଳ୍କର ବିପଦ ବିଷୟରେ କହିଥିଲେ। ରେଗାନଙ୍କ ସ୍ବରରେ କୁହାଯାଇଛି ଯେ, ଶୁଳ୍କ ପ୍ରଥମ ନଜରରେ ଦେଶପ୍ରେମୀ ମନେହୁଏ, କିନ୍ତୁ ଦୀର୍ଘକାଳୀନ ଭାବରେ ଏହା ପ୍ରତ୍ୟେକ ଆମେରିକୀୟ ଶ୍ରମିକ ଏବଂ ଗ୍ରାହକଙ୍କୁ କ୍ଷତି ପହଞ୍ଚାଏ। ଏକ କ୍ରିକେଟ ମ୍ୟାଚ ସମୟରେ ଫକ୍ସ ସ୍ପୋର୍ଟସରେ ପ୍ରସାରିତ ବିଜ୍ଞାପନକୁ ୯ ନିୟୁତରୁ ଅଧିକ ଲୋକ ଏହାକୁ ଦେଖିଥିଲେ।କାନାଡା ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଇଛି। କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଆମେରିକା ରାଷ୍ଟ୍ରପତିଙ୍କୁ କ୍ଷମା ମାଗିଛନ୍ତି। ଏହା କାର୍ନି ନିଜେ ସ୍ବୀକାର କରିଛନ୍ତି। ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ, ଟ୍ରୁଥ ସୋସିଆଲରେ ଲେଖିଛନ୍ତି ଯେ, କାନାଡା ରେଗାନଙ୍କୁ ଶୁଳ୍କ ବିରୋଧୀ ଭାବରେ ଚିତ୍ରଣ କରି ଏକ ନକଲି ବିଜ୍ଞାପନ ଚଲାଇଛି।
ଏଥିସହ ପଢ଼ନ୍ତୁ: ପରମାଣୁ ପରୀକ୍ଷଣ କରି ସାରା ବିଶ୍ୱକୁ ଡରାଇବାକୁ ଚେଷ୍ଟା କରୁଛନ୍ତି ଟ୍ରମ୍ପ !
ଏହା ଏକ ପ୍ରତାରଣାମୂଳକ ପଦକ୍ଷେପ। କାନାଡାର ଆଚରଣ ‘ଆମେରିକୀୟ ସ୍ବାର୍ଥ ଉପରେ ଆକ୍ରମଣ’ ଏବଂ ଏହା ଦୁଇ ଦେଶ ମଧ୍ୟରେ ବିଶ୍ୱାସକୁ ଗୁରୁତର ଭାବରେ କ୍ଷତି ପହଞ୍ଚାଇଛି।କାନାଡା ପ୍ରଧାନମନ୍ତ୍ରୀ କହିଛନ୍ତି, ତାଙ୍କ ସରକାରଙ୍କ ଉଦ୍ଦେଶ୍ୟ ଆମେରିକା ସହିତ ମୁକାବିଲା ନୁହେଁ, ବରଂ ଆଲୋଚନା ଏବଂ ସହଯୋଗ। ଆମେ ଆମେରିକା ସହିତ ଏକ ସ୍ଥାୟୀ ସମ୍ପର୍କ ଚାହୁଁଛୁ। ଯେତେବେଳେ ସେମାନେ ପ୍ରସ୍ତୁତ ହେବେ ଆମେ ଆଲୋଚନା ପାଇଁ ପ୍ରସ୍ତୁତ। କାନାଡା ନିରପେକ୍ଷ ବାଣିଜ୍ୟରେ ବିଶ୍ୱାସ କରେ ଏବଂ ଆମେରିକା ନୀତିକୁ ଚ୍ୟାଲେଞ୍ଜ କରିବାକୁ ଇଚ୍ଛୁକ ନୁହେଁ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରେଗାନ ପ୍ରେସିଡେନ୍ସିଆଲ ଫାଉଣ୍ଡେସନ ବିଜ୍ଞାପନ ପ୍ରତି ଅସନ୍ତୋଷ ପ୍ରକାଶ କରିଛି। ଫାଉଣ୍ଡେସନ କହିଛି ଯେ, କ୍ଲିପକୁ କାନାଡା କିମ୍ବା ଓଣ୍ଟାରିଆ ସରକାର ଅନୁମତି ଦେଇ ନ ଥିଲେ ଏବଂ ଏହାକୁ ଭୁଲ୍ ଉପାୟରେ ସମ୍ପାଦିତ କରାଯାଇଥିଲା। ଫାଉଣ୍ଡେସନ ଏବେ ଏହି ମାମଲାରେ ଆଇନଗତ ବିକଳ୍ପଗୁଡ଼ିକ ବିଚାର କରୁଛି। ବିବାଦ ବୃଦ୍ଧି ପାଇବା ପରେ, ହ୍ବାଇଟ ହାଉସ ଘୋଷଣା କରିଛି ଯେ, କାନାଡା ଉତ୍ପାଦ ଉପରେ ୧୦% ଅତିରିକ୍ତ ଶୁଳ୍କ ଲାଗୁ କରାଯିବ। ଏହି ଶୁଳ୍କ ବିଶେଷ ଭାବରେ ଆଲୁମିନିୟମ ଏବଂ କୃଷି ଉତ୍ପାଦ ଉପରେ ପ୍ରଯୁଜ୍ୟ ହେବ। ଯେପର୍ଯ୍ୟନ୍ତ କାନାଡା ଏହାର ଭୁଲ ସୂଚନା ନୀତି ବନ୍ଦ ନ କରେ ସେପର୍ଯ୍ୟନ୍ତ କୌଣସି ବାଣିଜ୍ୟ ସମ୍ବନ୍ଧୀୟ ଆଲୋଚନା ହେବ ନାହିଁ।
ଅଧିକ ପଢ଼ନ୍ତୁ ବିଦେଶ ଖବର:
ଅଧିକ ପଢ଼ନ୍ତୁ ବିଦେଶ ଖବର:
Related Topics
Explore more stories