Canadian Father / ଝିଅକୁ ବଞ୍ଚାଇବାକୁ ସମୁଦ୍ର ମଝିକୁ ଡେଇଁଲେ ବାପା, ଚାଲିଗଲା ଜୀବନ...
·10 months ago·2 min read

Key Points
ଝିଅକୁ ଟାଣିନେଲା ୧୫ ଫୁଟର ଲହଡି
ଉଦ୍ଧାର କରିବାକୁ ସମୁଦ୍ର ମଝିକୁ ଡେଇଁ ପଡିଲା ବାପା

'ବାପା' ଶବ୍ଦଟିକୁ ଉଚ୍ଚାରଣ କଲା ମାତ୍ରେ ମନରେ ସାହାସ ଓ ଖୁସିର ଜୁଆର ଉଠେ । ପେଟ ପୁରିଯାଏ ବାପା ଡାକରେ । ଏହା କେବଳ 2ଟି ଶବ୍ଦ ନୁହେଁ । ଏହାର ଅର୍ଥ ନା କେହି ବୁଝାଇ ପାରିବେ, ନା କେହି ବାଖ୍ୟା କରିପାରିବେ । ଈଶ୍ବରଙ୍କ ସଂରଚନାରେ 'ବାପା' ନାମକ ଶବ୍ଦକୁ ସ୍ନେହ, ଆଦର, ପ୍ରେମ, ସହିଷ୍ଣୁତା, ତ୍ୟାଗରେ ଅଦ୍ଭୁତ ଭାବେ ଗଢାଯାଇଛି । ବାପାର କର୍ତ୍ତବ୍ୟକୁ ପାଳନ କରିବାକୁ ଯାଇ ମଝି ସମୁଦ୍ରକୁ ଡେଇଁ ପଡ଼ିଲେ। ଆଉ ଶେଷରେ ନିଜର ଜୀବନ ହାରିଲେ।କାଲିଫର୍ନିଆର ପ୍ରଳୟଙ୍କରୀ ବନ୍ୟାରେ ସମୁଦ୍ରରେ ଭାସିଯାଇଥିବା ତାଙ୍କ 5 ବର୍ଷର ଝିଅକୁ ବଞ୍ଚାଇବାକୁ ଯାଇ ଜଣେ ସାହସୀ କାନାଡିଆନ୍ ପିତାଙ୍କ ମୃତ୍ୟୁ ଘଟିଛି। ଝିଅଟିର ମାଆ ମଧ୍ୟ ଝିଅକୁ ବଞ୍ଚାଇବା ପାଇଁ ପାଣିରେ ପଶିଯାଇଥିଲେ, କିନ୍ତୁ ସେ କୂଳକୁ ଫେରିଆସିଥିଲେ।
ଝିଅକୁ ରକ୍ଷା କରିବା ପାଇଁ ସମୁଦ୍ରକୁ ଡେଉଁ ପଡିଲେ ବାପା । କିନ୍ତୁ ହାର ମାନିଲା ପ୍ରୟାସ । ବିଧିର ବିଧାନ ଥିଲା କିଛି ଅଲଗା । ଶେଷରେ ଉଦ୍ଧାର କରିବା ବଦଳରେ ନିଜେ ଶବ ହୋଇଗଲେ ବାପା । ଆଖପାଖରେ ଯେଉଁ ଲୋକେ ଏହା ଦେଖୁଥିଲେ ସେମାନଙ୍କ ଆଖିରେ ଆସି ଯାଇଥିଲା ଲୁହ । ସମସ୍ତଙ୍କ ଆଗରେ ଚାଲିଗଲା ଗୋଟିଏ ବାପାର ଜୀବନ । ଏଘଟଣାଟି ଯେତିକି ଭୟଭୀତ କରିଛି ସେତିକି ଦୁଃଖ ଦେଇଛି। ଏମିତି କଷ୍ଟ କେଉଁ ପରିବାରକୁ ନଦିଅନ୍ତୁ ଭଗବାନ। ତେବେ ୫ ବର୍ଷୀୟ ଝିଅକୁ ଉଦ୍ଧାର କରିବା ପାଇଁ ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି । ସେପଟେ ସ୍ଥାନୀୟ କୋଷ୍ଟ ଗାର୍ଡମାନେ ସମୁଦ୍ରରେ ଗାଧୋଇବା ବେଳେ ସାବଧାନ ରହିବା ଦରକାର ବୋଲି କହିଛନ୍ତି ।
ନ୍ୟୁୟର୍କ ପୋଷ୍ଟ ଅନୁସାରେ, କାନାଡାର ଜଣେ ୩୯ ବର୍ଷୀୟ ବ୍ୟକ୍ତି ନିଜ ପତ୍ନୀ ଦୁଇ.ଝିଅଙ୍କୁ ଧରି କାଲିଫର୍ଣ୍ଣିଆ ବୁଲି ଆସିଥିଲେ । ସେମାନେ ସମୁଦ୍ରରେ ଗାଧୋଉଥିବା ବେଳେ ୧୫ରୁ ୨୦ ଫୁଟର ଏକ ଲହଡି ଆସିଥିଲେ । ଏହା ଛୋଟ ଝିଅକୁ ପାଣି ମଧ୍ୟକୁ ଟାଣି ନେଇଥିଲା । ଝିଅର ମା ଉଦ୍ଧାର ପାଇଁ ପ୍ରାୟସ କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ଶେଷରେ ବାପା ସମୁଦ୍ର ଭିତରକୁ ଉଦ୍ଧାର କରିବାକୁ ଯାଇଥିଲେ । କିନ୍ତୁ ଆଉ ଉଚ୍ଚ ଲହ଼ଡିର ସାମ୍ନା କରିପାରିନଥିଲେ । ସେମାନଙ୍କ ସାନ ଝିଅ କୂଳରେ ଥିବା ବେଳେ ଅଳ୍ପକେ ଅଘଟଣରୁ ବର୍ତ୍ତି ଯାଇଥିବା ଜଣାପଡିଛି ।
ସେଠାରେ ଉପସ୍ଥିତ ଥିବା ଲାଇଫ୍ ଗାର୍ଡ ବ୍ୟକ୍ତିଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ । ହେଲେ ସେତେବେଳକୁ ବିଳମ୍ବ ହୋଇଯାଇଥିଲା । ବ୍ୟକ୍ତିଜଣଙ୍କ ପ୍ରାଣ ହରାଇ ସାରିଥିଲେ । ଉଭୟ ପତି ପତ୍ନୀଙ୍କୁ ହସ୍ପିଟାଲ ନିଆଯାଇଥିଲା । ଡାକ୍ତର ପତିଙ୍କୁ ମୃତ ଘୋଷଣା କରିଥିବା ବେଳେ ଝିଅର ମାଆଙ୍କ ଚିକିତ୍ସା ହୋଇଥିଲା । କିଛି ଘଣ୍ଟା ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ବିଦେଶ ଖବର:
Related Topics
Explore more stories