Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

କ୍ୟାମେରାକୁ ଚାହିଁ ଖତେଇ ହେଲେ କାନାଡାର ବିଦାୟୀ ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ

Ritu Das
Browse all articles by Ritu Das
·1 year ago·1 min read
କ୍ୟାମେରାକୁ ଚାହିଁ ଖତେଇ ହେଲେ କାନାଡାର ବିଦାୟୀ ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ

ଖୁସି ଖୁସିରେ ସଂସଦରୁ ବିଦାୟ ନେଲେ କାନାଡାର ବିଦାୟୀ ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ । ଟ୍ରୁଡୋ ବେଶ୍ ମଜାଳିଆ ଢଙ୍ଗରେ ସଂସଦରୁ ବାହାରକୁ ଯାଇଛନ୍ତି । ଯାହାର ଫଟୋ ଓ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହୋଇଥିବା ଫଟୋ ଅନୁସାରେ, ଟ୍ରୁଡୋ ସଂସଦରୁ ଏକ ଚେୟାର ଟେକି ନେଇଯାଉଥିବାର ଦେଖିବାକୁ ମିଳିଛି । ଏଥିସହ ସେ ପାର୍ଲାମେଣ୍ଟରେ ଲାଗିଥିବା କ୍ୟାମେରାକୁ ଚାହିଁ ଖତେଇ ହେଉଥିବାର ମଧ୍ୟ ଦେଖିବାକୁ ମିଳିଛି। କାନାଡାର ସାଂସଦୀୟ ପରମ୍ପରା ଅନୁଯାୟୀ, ଯେତେବେଳେ କୌଣସି ସାଂସଦ ପାର୍ଲାମେଣ୍ଟରୁ ବିଦା ହୁଅନ୍ତି, ସେ ନିଜ ଚେୟାର ନେବାର ପରମ୍ପରା ରହିଛି ।


ଟ୍ରୁଡୋଙ୍କ ଏ ପ୍ରକାର ବ୍ୟବହାରକୁ ଦେଖି ଟୋରୋଣ୍ଟର ରାଜନୈତିକ ସ୍ତମ୍ଭକାର ବ୍ରାୟଲ ଲିଲି କହିଛନ୍ତି ଯେ, ଟ୍ରୁଡୋଙ୍କ ବ୍ୟବହାର ଅଜବ ଲାଗିଲେ ସୁଦ୍ଧା ଆଗାମୀ ନିର୍ବାଚନକୁ ନେଇ ସେ ବଡ଼ ସଙ୍କେତ ଦେବାକୁ ଚେଷ୍ଟା କରିଥିବା କହିଛନ୍ତି । ଦେଶରେ ବଢ଼ୁଥିବା ଦରଦାମ୍ ଓ ଆବାସ ସଙ୍କଟ ପାଇଁ ଟ୍ରୁଡୋ ଜାନୁଆରୀ ୬ରେ ପ୍ରଧାନ ମନ୍ତ୍ରୀ ଓ ଲିବରାଲ ପାର୍ଟି ନେତା ପଦରୁ ଇସ୍ତଫା ଦେଇଥିଲେ । ଟ୍ରୁଡୋଙ୍କ ପରେ ରବିବାର ମାର୍କ କାର୍ନୀଙ୍କୁ ଲିବରାଲ ପାର୍ଟିର ନୂଆ ନେତା ଭାବେ ବଛା ଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
canadian-x-prime-minister-justin-trudeau-looks-at-the-camera-and-frowns | Argus News