Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଆଜି ଶେଷ ଆକ୍ସମ୍-୪ ମିସନର ଅବଧି , ଫେରିବେ ଶୁଭାଂଶୁ ଏବଂ ସହକର୍ମୀ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଆଜି ଶେଷ ଆକ୍ସମ୍-୪ ମିସନର ଅବଧି , ଫେରିବେ ଶୁଭାଂଶୁ ଏବଂ ସହକର୍ମୀ

Key Points

ଆଜି ଶେଷ ହେବେ ଆକ୍ସମ୍-୪ ମିସନର ଅବଧି

ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରୁ ପୃଥିବୀକୁ ଫେରିବେ ଶୁଭାଂଶୁ ଶୁକ୍ଳା ଓ ତାଙ୍କ ସହକର୍ମୀ

ଜୁଲାଇ 10 ପରିବର୍ତ୍ତେ 14 ଯାଏଁ ବୃଦ୍ଧି ପାଇଥିଲା ମିଶନର ଅବଧି

ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯାଇଥିବା ଆକ୍ସମ୍-୪ ମିସନର ଅବଧି ଆଜି ଶେଷ ହେବ । ପ୍ରଥମେ ଜୁଲାଇ ୧୦ ତାରିଖରେ ଦଳ ପ୍ରତ୍ୟାବର୍ତ୍ତନ ଯାତ୍ରା ଆରମ୍ଭ କରିବାର ଥିଲା। କିନ୍ତୁ ଏହି ଅବଧିକୁ ୪ ଦିନ ବୃଦ୍ଧି କରାଯାଇଥିଲା। ଫଳରେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଓ ତାଙ୍କ ସହକର୍ମୀମାନେ ଆସନ୍ତା ମଙ୍ଗଳବାର ଦିନ ଅର୍ଥାତ୍ ଜୁଲାଇ ୧୫ ରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରୁ ଭୂପୃଷ୍ଠ ପ୍ରତ୍ୟାବର୍ତ୍ତନ କରିବେ । ପୂର୍ବରୁ ୟୁରୋପୀୟ ମହାକାଶ ଏଜେନ୍ସି ମହାକାଶଚାରୀମାନେ ଅତିକମ୍‌ରେ ଜୁଲାଇ ୧୪ ପର୍ଯ୍ୟନ୍ତ ଅଭିଯାନ ଜାରି ରଖିବେ ବୋଲି ସ୍ପଷ୍ଟ ସୂଚନା ଦେଇଥିଲା।


ଟେକ୍ସାସସ୍ଥିତ ମହାକାଶ କମ୍ପାନି ହ୍ୟୁଷ୍ଟନ୍ ସ୍ପେସ୍ ଦ୍ୱାରା ପରିଚାଳିତ ଏହି ଐତିହାସିକ ଅଭିଯାନରେ ଶୁକ୍ଳାଙ୍କ ସହ ଆମେରିକାର ବରିଷ୍ଠ ମହାକାଶଚାରୀ ପେଗି ହ୍ୱିଟ୍ସନ୍, ପୋଲାଣ୍ଡର ମିସନ ବିଶେଷଜ୍ଞ ସାଓସ୍‌ ଉଜନାସ୍କି ଓ ହଙ୍ଗେରୀର ଚତୁର୍ଥ ମିସନ ବିଶେଷଜ୍ଞ ଟିବୋର୍ କାପୁ ରହିଛନ୍ତି। ସ୍ୱାସ୍ଥ୍ୟ, ପଦାର୍ଥ ବିଜ୍ଞାନ ଓ ମହାକାଶ ପ୍ରଯୁକ୍ତି ବିଦ୍ୟା ସମେତ ବିଭିନ୍ନ କ୍ଷେତ୍ରରେ ବୈଜ୍ଞାନିକ ପରୀକ୍ଷଣ କରିବା ପାଇଁ ଏହି ୪ ମହାକାଶଚାରୀଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ୪ଟି ଦେଶର ସମ୍ପୃକ୍ତ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଏହି ଅଭିଯାନ ଜୁନ୍ ୨୬ରୁ ଆରମ୍ଭ ହୋଇଥିଲା। ଅଂଶଗ୍ରହଣକାରୀ ରାଷ୍ଟ୍ରଙ୍କ ବ୍ୟତୀତ ୩୧ଟି ଦେଶ ଆକ୍ସ-୪ ମିସନରେ ଯୋଗଦାନ ଦେଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Captain Subhanshu Shukla will return from space soon | Argus News