Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

CBSE Exams / CBSE ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ

Rashmita Mishra
Browse all articles by Rashmita Mishra
·3 months ago·2 min read
CBSE ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ
CBSE Exams

Key Points

CBSE ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର
ମଧ୍ୟ ପୂର୍ବ କ୍ଷେତ୍ରରେ ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ
ନୋଟିଫିକେସନ ଜାରି କରିଛି CBSE

ଇରାନ-ଇସ୍ରାଏଲ-ଆମେରିକା ଯୁଦ୍ଧ ଯୋଗୁଁ ସାରା ବିଶ୍ୱରେ ପରିସ୍ଥିତି ଦ୍ରୁତ ଗତିରେ ବଦଳୁଛି । ଏହି ଯୁଦ୍ଧ ଏବେ ସାଧାରଣ ଲୋକଙ୍କ ଜୀବନକୁ ପ୍ରଭାବିତ କରୁଛି । ଯୁଦ୍ଧ ହେଉଥିବା ଅଞ୍ଚଳରେ ହଜାର ହଜାର ଲୋକ ଫସି ରହିଛନ୍ତି । ଏହି ସମୟରେ ପିଲାମାନଙ୍କ ଶିକ୍ଷା ମଧ୍ୟ ପ୍ରଭାବିତ ହେଉଛି । ସ୍କୁଲ ଏବଂ କଲେଜ ବର୍ତ୍ତମାନ ବନ୍ଦ ଅଛି ।

ଏହି ସମୟରେ, କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଏକ ବଡ଼ ନିଷ୍ପତ୍ତି ନେଇଛି । ଆମେରିକା-ଇରାନ ଯୁଦ୍ଧରୁ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି, ଏହା ମଧ୍ୟପ୍ରାଚ୍ୟ ଦେଶର ସମସ୍ତ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କରିବାକୁ ନିଷ୍ପତ୍ତି ନେଇଛି । ଅଉ ବର୍ତ୍ତମାନ ଯୁଦ୍ଧ ପରିସ୍ଥିତି ଭିତରେ CBSE ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର ଆସିଛି ।

ମଧ୍ୟ ପୂର୍ବ କ୍ଷେତ୍ରରେ ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ । ନୋଟିଫିକେସନ ଜାରି କରିଛି CBSE । ବହାରିନ, ଇରାନ, କୁଏତ, ଓମାନ, କତ୍ତାର, ସାଉଦି ଆରବିଆ ଏବଂ UAE ରେ ଯୁଦ୍ଧପରିସ୍ଥିତିକୁ ଦୃଷ୍ଟିରେ ରଖି ଦଶମ ବୋର୍ଡ ପରୀକ୍ଷାର୍ଥୀଙ୍କ କିଛି ବିଷୟର ପରୀକ୍ଷା ସ୍ଥଗିତ ରଖିଥିଲା CBSE ।

ଫେବ୍ରୁଆରୀ ୧୭ରୁ ଆରମ୍ଭ ହୋଇଥିବା ପରୀକ୍ଷା କେବଳ ଏହି ରିଜିଅନରେ ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ ହୋଇପାରିଥିଲା। ପରୀକ୍ଷା ରେଜଲ୍ଟକୁ ୫ ଟି ବିନ୍ଦୁରେ ବିଭକ୍ତ କରାଯାଇଛି । ସମସ୍ତ ବିଷୟରେ ପରୀକ୍ଷା ଦେଇଥିବା ଏବଂ ୨ ରୁ ୪ ଟି ବିଷୟରେ ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀଙ୍କ ରେଜଲ୍ଟ କିଛି ଏହିଭଳି ପ୍ରକାଶ ପାଇବ। ସମସ୍ତ ବିଷୟରେ ପରୀକ୍ଷା ଦେଇଥିବା ପରୀକ୍ଷା ର୍ଥୀ ନିଜ performance ଅନୁସାରେ ରେଜଲ୍ଟ ପାଇବେ ।

୪ଟି ବିଷୟରେ ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀ ଯେଉଁ ୩ ଟି ବିଷୟରେ ଭଲ ମାର୍କ ରଖିଥିବେ ସେହି ଅନୁସାରେ ସେମାନଙ୍କୁ ଯେଉଁ ବିଷୟରେ ପରୀକ୍ଷା ଦେଇପାରିନାହାନ୍ତି ସେହି ମାର୍କ ଗୁଡିକୁ ଆଭେରେଜ ବୋଲି କାଉଣ୍ଟ କରାଯିବ। ସେହିଭଳି ୩ ଟି ବିଷୟରେ ଦେଇଥିବା ପରୀକ୍ଷାର୍ଥୀ ଦୁଇଟି ବେଷ୍ଟ ରେଜଲ୍ଟକୁ ଅନ୍ୟ ବିଷୟ ଗୁଡିକର ଆଭରେଜ ମାର୍କିଂ କରାଯିବ ।

ମୋଟ ୬ଟି ବିଷୟରେ ପରୀକ୍ଷା ହୋଇପାରିଛି । ସେଥିରେ ଗଣିତ, ଇଂରାଜୀ, ବିଜ୍ଞାନ ପ୍ରମୁଖ ବିଷୟ ଗୁଡିକ ମଧ୍ୟ ସଫଳତାର ସହ ପରୀକ୍ଷା କରେଇଛି CBSE । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯଦି ପରୀକ୍ଷାର୍ଥୀ ୨ୟ ବୋର୍ଡ ଦେବାକୁ ଚାହାନ୍ତି ସେମାନେ ପରୀକ୍ଷା ମଧ୍ୟ ଦେଇପାରିବେ।

ଏଥିସହ ପଢ଼ନ୍ତୁ:  ଇରାନ-ଇସ୍ରାଏଲ-ଆମେରିକା ଯୁଦ୍ଧ ଯୋଗୁଁ ମଧ୍ୟପ୍ରାଚ୍ୟରେ CBSE ବୋର୍ଡ ପରୀକ୍ଷା ବାତିଲ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
CBSE Exams | CBSE Class 10 Results to Be Declared in New Format Amid Crisis | Argus News