Videos
|
International

GoldMineCollapse / ସୁନା ଖଣିରେ ଭୟଙ୍କର ଦୁର୍ଘଟଣା…ପାହାଡ଼ ଧସି ୧୦୦ ଶ୍ରମିକ ମୃତ, ଅନେକ ଫସିଛନ୍ତି

Ritu Das
Browse all articles by Ritu Das
·2 weeks ago·2 min read
ସୁନା ଖଣିରେ ଭୟଙ୍କର ଦୁର୍ଘଟଣା…ପାହାଡ଼ ଧସି ୧୦୦ ଶ୍ରମିକ ମୃତ, ଅନେକ ଫସିଛନ୍ତି
India

Key Points

କେନ୍ଦ୍ରୀୟ ଆଫ୍ରିକୀୟ ଗଣରାଜ୍ୟରେ ଘଟିଯାଇଛି ଏକ ବଡ ଦୁର୍ଘଟଣା
ଏଠାରେ ସୁନା ଖୋଜିବା ବେଳେ ଅଚାନକ ଏକ ପାହାଡ଼ ଧସି ଯାଇଥିଲା
କେନ୍ଦ୍ରୀୟ ଆଫ୍ରିକୀୟ ଗଣରାଜ୍ୟରେ ଘଟିଯାଇଛି ଏକ ବଡ ଦୁର୍ଘଟଣା। ଏଠାରେ ସୁନା ଖୋଜିବା ବେଳେ ଅଚାନକ ଏକ ପାହାଡ଼ ଧସି ଯାଇଥିଲା। ଏହି ଘଟଣାରେ ଏପର୍ଯ୍ୟନ୍ତ ୧୦୦ ଜଣ ଖଣି ଶ୍ରମିକଙ୍କ ମୃତ୍ୟୁ ହୋଇଛି। ସେହିପରି ଆହୁରି ଅନେକ ଶ୍ରମିକ ସେହି ଖଣି ଭିତରେ ଫସି ରହିଛନ୍ତି। ଖବର ଅନୁଯାୟୀ ଅଧିକାରୀ ଏବଂ ସ୍ଥାନୀୟ ଲୋକ ଏହି ଘଟଣା ଘଟିବା ସମ୍ପର୍କରେ ଜଣାଇଛନ୍ତି। ଦୁର୍ଘଟଣାରୁ ବଞ୍ଚିଥିବା ଜଣେ ଖଣି ଶ୍ରମିକ ଫ୍ଲୋରିଆନ୍ ଗାଗୁଏଣ୍ଡେ କହିଛନ୍ତି ଯେ ମଙ୍ଗଳବାର ସକାଳେ ନାନା-ମାମ୍ବେରେ ପ୍ରଦେଶର ଆବା ଅଞ୍ଚଳରେ ରହିଥିବା ଏକ ପରୁଣା ଖଣି ଭୁଶୁଡ଼ି ଯାଇଥିଲା। ସେ କହିଛନ୍ତି ଯେ ଉଦ୍ଧାରକାରୀ ଦଳ ଖଣି ଭିତରେ ଫସି ରହିଥିବା ଅନ୍ୟ ଶ୍ରମିକଙ୍କୁ ଖୋଜି ବାହର କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ହେଲେ ସେମାନେ ଜୀବିତ ରହିଥିବାର ଆଶା ବହୁତ କମ୍ ରହିଛି।

ଏଠାକାର ଡେପୁଟି ମେୟର ସୁଲେମାନ କହିଛନ୍ତି ଯେ ଉଦ୍ଧାରକାରୀ ଦଳ ଏବଂ ସ୍ଥାନୀୟ ଲୋକଙ୍କ କିଛି ଘଣ୍ଟାର ପ୍ରୟାସ ପରେ ଧସି ଯାଇଥିବା ଖଣିରୁ ୧୦୦ ଜଣ ଶ୍ରମିକଙ୍କ ମୃତଦେହକୁ ଉଦ୍ଧା କରାଯାଇଛି। ଏହି ଦୁର୍ଘଟଣାରେ ଆହତ ହୋଇଥିବା ଖଣି ଶ୍ରମିକଙ୍କୁ ଚିକିତ୍ସା ଜାରି ରହିଛି। ଏହି ଘଟଣା ବହୁତ ଭୟାନକ। ଆମେ ବିଭିନ୍ନ ସଙ୍ଗଠନ ଏବଂ ଯେଉଁମାନେ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ ସହଯୋଗ କରିପାରିବେ ସେମାନଙ୍କୁ ଆମେ ନିବେଦନ କରୁଛୁ। ଯାହା ଦ୍ୱାରା ଖଣିରେ ଫସି ରହିଥିବା ଅନ୍ୟ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ପାରିବ।

ନାନା-ମାମ୍ବେରେ ଅଞ୍ଚଳର ଆବା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ଅଧିକାରୀ ଏବଂ ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ଏବେ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଅଧିକାରୀ ଏବଂ ସ୍ଥାନୀୟ ଲୋକଙ୍କ ଅନୁଯାୟୀ, ଖଣିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମାଟି ତଳେ ପୋତି ହୋଇ ରହିଥିବା ଲୋକଙ୍କ ବଞ୍ଚିବା ସମ୍ଭାବନା ବହୁତ କମ୍ ବୋଲି କୁହାଯାଉଛି । ସମୟ ବିତିବା ସହିତ ସେମାନଙ୍କୁ ଜୀବିତ ପାଇବାର ସମ୍ଭାବନା କ୍ଷୀଣ ହେବାରେ ଲାଗିଛି । ଆବା ଉପ-ପ୍ରାନ୍ତର ଡେପୁଟି ମେୟର ସୁଲେମାନ ବି କହିଛନ୍ତି ଯେ, ସ୍ଥାନୀୟ ବାସିନ୍ଦା ଏବଂ ଉଦ୍ଧାରକାରୀ ଦଳ ଧସିଯାଇଥିବା ଖଣିରୁ ୧୦୦ ଜଣଙ୍କ ମୃତଦେହ ବାହାର କରିଛନ୍ତି । ଦୁର୍ଘଟଣାରେ ଆହତ ହୋଇଥିବା କିଛି ଖଣି ଶ୍ରମିକଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

କେନ୍ଦ୍ରୀୟ ଆଫ୍ରିକୀୟ ଗଣରାଜ୍ୟର ଛୋଟ ସୁନା ଖଣି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଭଗ୍ନାବଶେଷରୁ ଲୋକଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି । ଅଘଟଣକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଜଣେ ସରକାରୀ ଅଧିକାରୀ । ଭଗ୍ନାବଶେଷ ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ଏବଂ ଆହତମାନଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇବା ପାଇଁ ପ୍ରୟାସ ଜାରି ରହିଥିବା କହିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ବାରମ୍ବାର ଘଟୁଛି ଏଭଳି ଘଟଣା

ମଧ୍ୟ ଆଫ୍ରିକୀୟ ଗଣରାଜ୍ୟରେ ଏପରି ଛୋଟ ଏବଂ ସ୍ଥାନୀୟ ଭାବରେ ପରିଚାଳିତ ସୁନା ଖଣି ଭୁଶୁଡ଼ି ପଡ଼ିବା ସାଧାରଣ ଘଟଣା। ହଜାର ହଜାର ଲୋକ ଏହି ଛୋଟ ଖଣିରେ କାମ କରିଥାନ୍ତି। ସେମାନେ ସୁନା ଏବଂ ଅନ୍ୟାନ୍ୟ ସାମଗ୍ରୀ ବାହାର କରିବା କାମ କରିଥାନ୍ତି। ଏହି କାମ ଅତ୍ୟନ୍ତ ବିପଜ୍ଜନକ, କାରଣ ଖଣିରେ କାମ କରୁଥିବା ଶ୍ରମିକଙ୍କ ପାଖରେ ପ୍ରାୟତଃ ପର୍ଯ୍ୟାପ୍ତ ପରିମାଣର ସୁରକ୍ଷା ଉପକରଣର ଅଭାବ ଥାଏ। ଏହି କାରଣରୁ ଏଠାରେ ଘଟୁଥିବା ଦୁର୍ଘଟଣା ପ୍ରାୟତଃ ମାରାତ୍ମକ ପ୍ରମାଣିତ ହୋଇଥାଏ।

Gold Mine Collapse Kills 100 Workers, Many Still Trapped Underground | Argus News