Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଚନ୍ଦ୍ରରୁ ଆସିଲା ୨୫ ଲକ୍ଷ ବର୍ଷ ପୁରୁଣା ପଥର ଓ ମାଟି

Rashmita Mishra
Browse all articles by Rashmita Mishra
·2 years ago·1 min read
ଚନ୍ଦ୍ରରୁ ଆସିଲା ୨୫ ଲକ୍ଷ ବର୍ଷ ପୁରୁଣା ପଥର ଓ ମାଟି


ବେଜିଂ: ଚାଇନାର ଚାଙ୍ଗ ଇ ୬ ମହାକାଶଯାନ ପ୍ରଥମ ଥର ପାଇଁ ଚନ୍ଦ୍ରରୁ ପଥର ଏବଂ ମାଟି ନମୁନା ସଂଗ୍ରହ କରିବା ପରେ ମଙ୍ଗଳବାର ପୃଥିବୀକୁ ଫେରିଛି। ଏହି ମହାକାଶଯାନ ମଙ୍ଗଳବାର ଅପରାହ୍ନରେ ଉତ୍ତର ଚାଇନାରେ ଅବତରଣ କରିଛି। ଚାଇନାର ବୈଜ୍ଞାନିକମାନେ ଆକଳନ କରିଛନ୍ତି ଯେ ପୃଥିବୀକୁ ଅଣାଯାଇଥିବା ନମୁନାଗୁଡ଼ିକରେ ଆଗ୍ନେୟଗିରି ପଥର ଏବଂ ଏହା ୨୫ ଲକ୍ଷ ବର୍ଷ ପୁରୁଣା ସାମଗ୍ରୀ । ବୈଜ୍ଞାନିକମାନେ ଆଶା କରୁଛନ୍ତି ଯେ ଏହା ଚନ୍ଦ୍ରର ଉଭୟ ପାର୍ଶ୍ୱରେ ଥିବା ଭୌଗୋଳିକ ପାର୍ଥକ୍ୟ ବିଷୟରେ ସୂଚନା ଦେବ 

ମେ ୩ ରେ ଚୀନ୍ ଚାଙ୍ଗ ଇ ୬ ମିଶନ୍ ଆରମ୍ଭ କରିଥିଲା। ନ୍ୟୁୟର୍କ ଟାଇମ୍ସ ଅନୁଯାୟୀ । ଚୀନ୍ ୨୦୩୦ ସୁଦ୍ଧା ମଣିଷକୁ ଚନ୍ଦ୍ରକୁ ପଠାଇବା ଲକ୍ଷ୍ୟ ରଖିଛି। ଏହି ମିଶନ୍ ମଧ୍ୟ ସମାନ ଲକ୍ଷ୍ୟର ଏକ ଅଂଶ । ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ କହିଛନ୍ତି ଯେ ଏହି ମିଶନର ସଫଳତା ଚୀନ୍‌ର ସ୍ୱପ୍ନକୁ ସାକାର କରିବାରେ ଏକ ମାଇଲଖୁଣ୍ଟ ହେବ। ଏହା ମାଧ୍ୟମରେ ଚୀନ୍ ଏକ ମହାକାଶ ଶକ୍ତି ହେବାକୁ ନିକଟତର ହୋଇଛି। ମଣିଷ ପଠାଇବା ବ୍ୟତୀତ ଚୀନ୍ ୨୦୩୦ ସୁଦ୍ଧା ଚନ୍ଦ୍ରର ଦକ୍ଷିଣ ପୋଲ ଉପରେ ଏକ ଗବେଷଣା ଆଧାର ନିର୍ମାଣ କରିବାକୁ ଚାହୁଁଛି।

ଅଧିକ ପଢ଼ନ୍ତୁ ବିଦେଶ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
china-becomes-first-country-to-retrieve-rock-and-sand-from-the-moon | Argus News