Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଚୀନର ଅର୍ଥନୀତି ପାଇଁ ବିଶ୍ୱ ଚିନ୍ତିତ ? ଗରିବ ହେଉଛି ଦେଶ, ଡାକ୍ତର କରୁଛନ୍ତି ଫୁଡ୍‌ ଡେଲିଭରୀ

International

China Economic Slowdown / ଚୀନର ଅର୍ଥନୀତି ପାଇଁ ବିଶ୍ୱ ଚିନ୍ତିତ ? ଗରିବ ହେଉଛି ଦେଶ, ଡାକ୍ତର କରୁଛନ୍ତି ଫୁଡ୍‌ ଡେଲିଭରୀ

Banajyotshna Ray
Browse all articles by Banajyotshna Ray
·1 hour ago·2 min read
ଚୀନର ଅର୍ଥନୀତି ପାଇଁ ବିଶ୍ୱ ଚିନ୍ତିତ ? ଗରିବ ହେଉଛି ଦେଶ, ଡାକ୍ତର କରୁଛନ୍ତି ଫୁଡ୍‌ ଡେଲିଭରୀ
China Economic Slowdown

Key Points

ଡିଗ୍ରୀଧାରୀ ଉଠାଉଛନ୍ତି ଅଳିଆ
ଚୀନର ଅର୍ଥନୀତି ପାଇଁ ବିଶ୍ୱ ଚିନ୍ତିତ ?

ବଦଳୁଛି ପରିସ୍ଥିତି ବଦଳୁଛି ଜୀବନ। ଡିଗ୍ରୀଧାରୀ ଉଠାଉଛନ୍ତି ଅଳିଆ, ଡାକ୍ତର କରୁଛନ୍ତି ଫୁଡ୍‌ ଡେଲିଭରୀ। ଗରିବ ହେଉଛି ଚୀନ। ଏଭଳି କିଛି ଖବର ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଚୀନର ଆର୍ଥିକ ସ୍ୱପ୍ନ ଏବେ ଦୁଃସ୍ୱପ୍ନରେ ରୂପାନ୍ତରିତ ହେଉଥିବା ଦେଖାଯାଉଛି । ୱାଲ୍ ଷ୍ଟ୍ରିଟ୍ ଜର୍ନାଲ (ଡବ୍ଲ୍ୟୁଏସ୍ଜେ) ପୂର୍ବରୁ ‘ହ୍ୱାଇଟ୍ କଲର୍’ ଚାକିରି ଉପରେ ବିପଦର ଚେତାବନୀ ଦେଇଥିଲା । ଏବେ ଚୀନର କମ୍ୟୁନିଷ୍ଟ ପାର୍ଟିର ଏକ ବଡ଼ ନିଷ୍ପତ୍ତି ଏହାକୁ ନିଶ୍ଚିତ କରିଛି । ଚୀନର ଶୀର୍ଷ ନେତୃତ୍ୱର ଭୟ ଯେ ଯଦି ଏମାନଙ୍କୁ ସୁରକ୍ଷା ଦିଆନଯାଏ, ତେବେ ଦେଶରେ ବଡ଼ ସାମାଜିକ ବିଦ୍ରୋହ ହୋଇପାରେ ।

ବିଶେଷଜ୍ଞ ଆଶଙ୍କା କରୁଛନ୍ତି, ଚୀନ୍ର ଏହି ସ୍ଥିତି ବୈଶ୍ୱିକ ‘ହ୍ୱାଇଟ୍ କଲର୍’ ଚାକିରିର ଅନ୍ତର ଆରମ୍ଭ ହୋଇପାରେ । ଭାରତ ଭଳି ଦେଶମାନଙ୍କ ପାଇଁ ଏହା ବଡ଼ ଚେତାବନୀ । କୌଶଳକୁ ସମୟ ଥାଉ ଥାଉ ନ ବଦଳାଇଲେ, ଡିଗ୍ରୀ ଖଣ୍ଡେ କାଗଜ ହୋଇ ରହିଯିବ ।ଯେଉଁ ‘ହ୍ୱାଇଟ୍ କଲର୍’ ଚାକିରି ଦିନେ ଚୀନର ଆର୍ଥିକ ଶକ୍ତି ଥିଲା, ଏବେ ସେଠାରେ ବୋନସର ବିଳମ୍ବ ଓ ଦରମା କାଟ ସାଧାରଣ କଥା ହୋଇଛି । ଚୀନର ସହରୀ କର୍ମଶକ୍ତିର ପ୍ରାୟ ୪୦ ପ୍ରତିଶତ (୨୦ କୋଟିରୁ ଅଧିକ ଲୋକ) ଏବେ ଫୁଡ୍ ଡେଲିଭରୀ ଓ ରାଇଡ୍-ହେଲିଙ୍ଗ୍ ଭଳି ଅସ୍ଥାୟୀ କାମ କରୁଛନ୍ତି ।

ସଦ୍ୟ ରିପୋର୍ଟ ଅନୁସାରେ, ଚୀନ୍ ସରକାର ନିକଟରେ ୨୦ କୋଟି ‘ଗିଗ୍ କର୍ମଚାରୀ’ଙ୍କ ପାଇଁ ନୂଆ ଶ୍ରମ ନିୟମ ଜାରି କରିଛନ୍ତି । ଏଥିରୁ ସ୍ପଷ୍ଟ ହୋଇଛି, ସେଠାରେ ପାରମ୍ପରିକ ଚାକିରି ଏବେ ଇତିହାସ ହେବାରେ ଲାଗିଛି । ଚୀନର ସବୁଠୁ ବଡ଼ ପ୍ଲାଟଫର୍ମ ସିୟାନ୍ୟୁରେ ଏକ ଆଶ୍ଚର୍ଯ୍ୟଚକିତ ଟ୍ରେଣ୍ଡ ଦେଖିବାକୁ ମିଳୁଛି । ଏହାକୁ ‘ଡୁ ଏନିଥିଙ୍ଗ’ (କିଛି ବି କର) ଅର୍ଥନୀତି କୁହାଯାଉଛି ।ସାଉଥ୍ ଚାଇନା ମର୍ନିଂ ପୋଷ୍ଟ୍ ଓ ସୋସିଆଲ ମିଡିଆ ରିପୋର୍ଟ ଅନୁସାରେ, ଚୀନ୍ର ସମ୍ମାନିତ ଡାକ୍ତର ଓ ପେସାଦାର ବ୍ୟକ୍ତିଙ୍କ ଆୟରେ ୩୦-୪୦ ପ୍ରତିଶତ ହ୍ରାସ ହୋଇଛି । ଘର ଋଣ କିସ୍ତି ଦେବାକୁ ଏବଂ ପରିବାର ପ୍ରତିପାଳନ ନିମନ୍ତେ ଡାକ୍ତରମାନେ ଏବେ ନିଜର ଡ୍ୟୁଟି ପରେ ଫୁଡ୍ ଡେଲିଭରୀ କରିବାକୁ ବାଧ୍ୟ ହେଉଛନ୍ତି ।

ଏଥିସହ ପଢ଼ନ୍ତୁ: ‘ମୁଁ ଆଉ ଏକା ରହିପାରୁନି, ମତେ ଏ କାରାଗାରରୁ ବାହାର କର: ଇମ୍ରାନ ଖାନ୍‌

ଏଠାରେ ଯୁବା ନିଜ ଡିଗ୍ରୀରେ ଡୋରି ବାନ୍ଧି ଏମିତି କାମ କରୁଛନ୍ତି, ଯାହା କଳ୍ପନା କରିବା ବି ମୁସ୍କିଲ । ଉଦାହରଣ ସ୍ୱରୂପ, ବିଳମ୍ବିତ ରାତି ଯାଏ ଲୋକଙ୍କ ସହ ଫୋନରେ କଥା ହେବା, ଯାହା ଦ୍ୱାରା ଧୋକା ଦେଉଥିବା ସେମାନଙ୍କ ସାଥୀକୁ ଧରିହେବ । ଅନ୍ୟର କୁକୁରକୁ ବୁଲାଇ ନେବା ଓ ଘରର ଆବର୍ଜନାକୁ ବାହାରେ ଫିଙ୍ଗିବା । ପିଲାଙ୍କୁ ସ୍କୁଲରୁ ଆଣିବା ଏବଂ ଲୋକଙ୍କ ଅଧ୍ୟୟନ ଅଭ୍ୟାସ ଉପରେ ନଜର ରଖିବା । ଏହି ସଙ୍କଟ ଏବେ କେବଳ ଯୁବାଙ୍କ ମଧ୍ୟରେ ସୀମିତ ନାହିଁ ।

ଅଧିକ ପଢ଼ନ୍ତୁ ବିଦେଶ ଖବର:
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
China Economic Slowdown | As of April 2026, China is implementing strict new labor guidelines to protect over 200 million gig workers | Argus News