Videos
|
International

Rocket Explodes in Sky / ଚୀନ୍‌ର ମହାକାଶ ମିଶନକୁ ଝଟ୍‌କା; ଆକାଶରେ ବାଣ ଭଳି ବିସ୍ଫୋରଣ ହେଲା ବାହୁବଳି ରକେଟ୍

Sushanta Sahoo
Browse all articles by Sushanta Sahoo
·31 mins ago·2 min read
ଚୀନ୍‌ର ମହାକାଶ ମିଶନକୁ ଝଟ୍‌କା; ଆକାଶରେ ବାଣ ଭଳି ବିସ୍ଫୋରଣ ହେଲା ବାହୁବଳି ରକେଟ୍
China's 'Bahubali' Rocket Explodes Mid-Air After Launch

Key Points

ଉତ୍‌କ୍ଷେପଣର କିଛି କ୍ଷଣ ପରେ ଆକାଶରେ ବିସ୍ଫୋରଣ ହୋଇ ଚୀନର ଲଙ୍ଗ୍ ମାର୍ଚ୍ଚ-7A ରକେଟ୍ ନଷ୍ଟ ହୋଇ ଯାଇଛି । ଏହି ରକେଟ୍‌ରେ ଏକ ଯୋଗାଯୋଗ ଉପଗ୍ରହକୁ ଅନ୍ତରୀକ୍ଷ ପଠା ଯାଉଥିଲା ।
ନୂଆଦିଲ୍ଲୀ: ଆକାଶକୁ ଉଡ଼ାଣର କିଛି ସେକେଣ୍ଡରେ ନିଆଁ ପିଣ୍ଡୁଳା ପାଲଟିଗଲା ଚୀନର ରକେଟ । ଅଗଷ୍ଟ ୧୦ ତାରିଖରେ ଉତ୍‌କ୍ଷେପଣର କିଛି କ୍ଷଣ ପରେ ଆକାଶରେ ବିସ୍ଫୋରଣ ହୋଇ ଚୀନର ଲଙ୍ଗ୍ ମାର୍ଚ୍ଚ-7A ରକେଟ୍ ନଷ୍ଟ ହୋଇ ଯାଇଛି । ଏହି ରକେଟ୍‌ରେ ଏକ ଯୋଗାଯୋଗ ଉପଗ୍ରହକୁ ଅନ୍ତରୀକ୍ଷ ପଠା ଯାଉଥିଲା ।

କିନ୍ତୁ ଉଡ଼ାଣର କିଛି ସମୟ ପରେ ହିଁ କିଛି ତ୍ରୁଟି ଦେଖା ଦେଇଥିଲା । ଫଳରେ ମିଶନ ବିଫଳ ହୋଇଛି । ନ୍ୟୁଜ୍ ଏଜେନ୍ସି ଏଏଫପି ରିପୋର୍ଟ ଅନୁସାରେ, ଚୀନର ସରକାରୀ ଗଣମାଧ୍ୟମ ଏହି ଉଡ଼ାଣରେ ହୋଇଥିବା ତ୍ରୁଟି ନେଇ ସୂଚନା ଦେଇଛି । ସୋସିଆଲ୍ ମିଡିଆରେ ଭାଇରାଲ୍ ଭିଡିଓରେ ଦେଖା ଯାଉଛି ରକେଟ୍‌ଟି କେମିତି ଆକାଶରେ ବିସ୍ଫୋରଣ ହେଉଛି ।

ଏଥିସହ ପଢ଼ନ୍ତୁ: ୭.୪ ତୀବ୍ରତାର ଭୂକମ୍ପରେ ଥରିଲା କଲମ୍ବିଆ, ୧୧୧ ମୃତ...ହଜାର ହଜାର ଘର କ୍ଷତିଗ୍ରସ୍ତ 

ସୂଚନାଯୋଗ୍ୟ, ବିଗତ କିଛିବର୍ଷ ହେଲା ଚୀନ ତାର ଅନ୍ତରୀକ୍ଷ କାର୍ଯ୍ୟକ୍ରମରେ ଅରବ ଡଲାର୍ ଖର୍ଚ୍ଚ କରୁଛି । ଚୀନର ଟାର୍ଗେଟ୍ ହେଲା ଆମେରିକାକୁ କିଭଳି ପଛରେ ପକାଇ ଅନ୍ତରୀକ୍ଷ କ୍ଷେତ୍ରରେ ବଡ଼ ଶକ୍ତି ହୋଇ ଉଭା ହେବ ।

ଉଡ଼ାଣ ବେଳେ ତ୍ରୁଟି

ସୋମବାର ଚୀନର ଦକ୍ଷିଣ ପ୍ରାନ୍ତରେ ଥିବା ହୈନାନରୁ ଏହି ଉତ୍‌କ୍ଷେପଣ କରାଯାଇଥିଲା । ବନଚାଙ୍ଗ ସ୍ପେସ୍ ଲଞ୍ଚ ସେଣ୍ଟରରୁ ରାତି ୮ଟା ୨ ମିନିଟ୍‌ରେ ଲଙ୍ଗ୍ ମାର୍ଚ୍ଚ-7A ରକେଟ୍‌କୁ ଉତ୍‌କ୍ଷେପଣ କରାଯାଇଥିଲା । ଯେଉଁଥିରେ ଝୋଙ୍ଗଶିଙ୍ଗ-4B ଯୋଗାଯୋଗ ଉପଗ୍ରହ ରହିଥିଲା । ଉଡ଼ାଣ ବେଳେ ରକେଟ୍‌ରେ ତ୍ରୁଟି ଦେଖା ଯାଇଥିଲା । ତେବେ କେଉଁଠି ତ୍ରୁଟି ରହିଲା ତାର ଯାଞ୍ଚ ଜାରି ରହିଛି ।


ସିଙ୍ଗାପୁରର ଚ୍ୟାନେଲ୍ ନ୍ୟୁଜଏସିଆ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ଦାବି କରିଛି ଯେ, ରକେଟ୍‌ ଆକାଶରେ ଫାଟି ଯାଇଛି । ଏଥିସହ ଚ୍ୟାନେଲ୍ ଘଟଣାସ୍ଥଳ ଭିଡିଓ ମଧ୍ୟ ସେୟାର୍ କରିଛି । ଯେଉଁଥିରେ ଶତାଧିକ ଲୋକ ଆକାଶକୁ ଚାହିଁ ରହିଥିବା ଦେଖା ଯାଉଛି । ଆକାଶରେ ବୃହତ୍ତ ନିଆଁ ପିଣ୍ଡୁଳା ଦେଖା ଯାଉଛି ।

ଏଥିସହ ପଢ଼ନ୍ତୁ: ନାହିଁ ବର୍ଷା: ଜୁଲାଇ ମାସ ଏହି ଦେଶର ସବୁଠାରୁ ଉତ୍ତପ୍ତ ମାସ, ତାପମାତ୍ରା 25 ଡିଗ୍ରୀ ଉପରେ 

ହୈନାନରୁ ରକେଟ୍ ଲଞ୍ଚର କିଛି ସମୟ ପରେ ସୋସିଆଲ୍ ମିଡିଆରେ ସେୟାର୍ ଅନ୍ୟ ଏକ ଭିଡିଓରେ ରକେଟ୍ ଉଡ଼ାଣର ପ୍ରାୟ ୮୫ ସେକେଣ୍ଡରେ ନିଆଁ ପିଣ୍ଡୁଳାରେ ପରିଣତ ହେଉଥିବା ଦେଖା ଯାଉଛି । ଯାହା ପରେ ଆକାଶ ନିଆଁ ଓ ଧୂଆରେ ପରିଣତ ହେବା ସହ ଜମିରେ ରକେଟ୍‌ର ଖଣ୍ଡ ନଜର ଆସୁଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: