Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

China military parade / ଛାନିଆ ଆମେରିକା;ଗୋଟିଏ ମଂଚରେ ଜିନପିଙ୍ଗ, ପୁଟିନ...କିମ ଜଙ୍ଗ ଉନ୍

Smruti Parija
Browse all articles by Smruti Parija
·10 months ago·2 min read
ଛାନିଆ ଆମେରିକା;ଗୋଟିଏ ମଂଚରେ ଜିନପିଙ୍ଗ, ପୁଟିନ...କିମ ଜଙ୍ଗ ଉନ୍

Key Points

ଏକାଠି ହେଲେ ପୁଟିନ-ଜିଙ୍ଗପିଙ୍ଗ ଓ କିମ ଜଙ୍ଗ ଉନ
ଭାୟଭୀତ ହେଲେ ଟ୍ରମ୍ପ !
କହିଲେ ଆମେରିକା ବିରୋଧରେ ଷଡ଼ଯନ୍ତ୍ର କରାଯାଉଛି

ଆମେରିକା ରାଷ୍ଟ୍ରପତି ଟ୍ରମ୍ଫ ଙ୍କୁ ଲାଗୁଛି ଗୋଟିଏ ପରେ ଗୋଟିଏ ଝଟକା । ଏସସିଓ ବୈଠକରେ ମୋଦି,ଜିନପିଙ୍ଗ୍ ପୁଟିନ୍ ଙ୍କ ମହାମିଳନ ଦେଖି ରାଗଜରଜର ହୋଇଥିବା ଟ୍ରମ୍ଫ ଏବେ ଚୀନ୍ ର ବିଜଯ ଦିବସରେ ଜିନପିଙ୍ଗ, ଭ୍ଲାଦିମିର ପୁଟିନ ଏବଂ କିମ ଜଙ୍ଗ ଉନଙ୍କୁ ଦେଖି ରାଗରେ ପୁଣି କମ୍ପିଛନ୍ତି । ଟ୍ରମ୍ପ ଚୀନ୍ ର ବିଜୟ ପରେଡ ପୂର୍ବରୁ ରାଷ୍ଟ୍ରପତି ସି ଜିନପିଙ୍ଗ, ଭ୍ଲାଦିମିର ପୁଟିନ ଏବଂ କିମ ଜଙ୍ଗ ଉନଙ୍କୁ କଟାକ୍ଷ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍‌ରେ ଏକ ପୋଷ୍ଟ ଶେୟାର କରି ତାଙ୍କ ଦେଶର ସ୍ବାଧୀନତା ପାଇଁ ଆମେରିକା ଚୀନ୍ ର ସ୍ବାଧୀନତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଏବଂ ଜିନପିଙ୍ଗ ଏହାକୁ ଭୁଲିଯିବା ଉଚିତ୍‌ ନୁହେଁ ବୋଲି କହି ଚୀନ୍ କୁ ପରୋକ୍ଷ ରେ ଧମକ ଦେଇଛନ୍ତି ଟ୍ରମ୍ଫ । ଏହା ସହିତ ରୁଷ ରାଷ୍ଟ୍ରପତି ପୁଟିନ ଏବଂ ଉତ୍ତର କୋରିଆର ସର୍ବୋଚ୍ଚ ନେତା କିମ ଜଙ୍ଗ ଉନଙ୍କ ସାକ୍ଷାତ ଦେଖି ଟ୍ରମ୍ପ ବିରକ୍ତ ହୋଇଛନ୍ତି ଏବଂ ଏହି ଦୁଇଜଣ ସେ ଆମେରିକା ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ମଧଯ ଅଭିଯୋଗ କରୁଛନ୍ତି ବୋଲି କହିବାକୁ ପଛାଇ ନାହାନ୍ତି ଟ୍ରମ୍ଫ ।


ଚୀନ୍ ର ବେଜିଂରେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜାପାନର ପରାଜୟର ୮୦ ବର୍ଷ ପୂରଣ ହେବା ଉପରେ ସେ ଏହି ପରେଡ ଆୟୋଜନ ହୋଇଛି । ବିଶ୍ୱର ଅନେକ ବଡ଼ ନେତା ବିଜୟ ପରେଡରେ ଅଂଶଗ୍ରହଣ କରିବା ପାଇଁ ଚୀନ୍ ରେ ପହଞ୍ଚିଛନ୍ତି।ହି ପରେଡ଼ କେବଳ ଚୀନ୍‌ର ସାମରିକ ଶକ୍ତିର ପ୍ରଦର୍ଶନ ନୁହେଁ, ବରଂ ଏକ କୂଟନୈତିକ ସଂକେତ ମଧ୍ୟ । ସି ଜିନପିଙ୍ଗ ଏହା ମାଧ୍ୟମରେ ଚୀନ୍‌ର ବିଶ୍ୱ ନେତୃତ୍ୱ ଓ ପଶ୍ଚିମୀ ଦେଶଗୁଡ଼ିକ ବିରୁଦ୍ଧରେ ଏକ ବିକଳ୍ପ ଶକ୍ତି ଗଢ଼ିବାର ଉଦ୍ଦେଶ୍ୟକୁ ସ୍ପଷ୍ଟ କରିଛନ୍ତି। ପୁଟିନ ଓ କିମଙ୍କ ଉପସ୍ଥିତି ଏହାକୁ ଆହୁରି ଗୁରୁତ୍ୱପୂର୍ଣ୍ଣ କରିଛି, କାରଣ ଏହି ତିନି ନେତାଙ୍କ ମିଳନ ପ୍ରଥମ ଥର ପାଇଁ ସାର୍ବଜନୀନ ଭାବେ ଦେଖାଯାଇଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପରେଡ଼ରେ ୨୬ ଜଣ ବିଶ୍ୱ ନେତା ଉପସ୍ଥିତ ଥିଲେ । ଚୀନ୍‌ ଏହି ପରେଡ଼ରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯଥା ହାଇପରସୋନିକ ମିସାଇଲ, ବାଲିଷ୍ଟିକ ମିସାଇଲ, ଜଳମଗ୍ନ ଡ୍ରୋନ ଓ ଫାଇଟର ଜେଟ ପ୍ରଦର୍ଶନ କରିଥିଲା, ଯାହା ତା’ର ସାମରିକ ଶକ୍ତିରୁ ବିଶ୍ୱକୁ ଏକ ସ୍ପଷ୍ଟ ସଂକେତ ଦେଇଛି । ବିଶେଷ ଭାବରେ ଶି ଜିନପିଙ୍ଗ, ପୁଟିନ ଓ କିମ ଜୋଙ୍ଗ ଉନଙ୍କ ମିଳନ ବିଶ୍ୱ ରାଜନୀତିରେ ଏକ ନୂତନ ମୋଡକୁ ସୂଚିତ କରିଛି ।


ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳ ଆରମ୍ଭ ହେବା ପରଠାରୁ ବିଭିନ୍ନ ଦେଶ ପ୍ରତି ତାଙ୍କର ଆଭିମୁଖ୍ୟ ଏବେ ଆମେରିକା ବିରୋଧରେ ରାଷ୍ଟ୍ରଙ୍କୁ ଏକଜୁଟ କରିଛି । ଟାରିଫ୍ ଚାପରେ ଚେପା ହୋଇଥିବା ରାଷ୍ଟ୍ର ଏବେ ଟ୍ରମ୍ପଙ୍କ ବିରୋଧରେ ମେଣ୍ଟ ଗଠନ କରୁଛନ୍ତି । ଆମେରିକା ବିରୋଧରେ ନିଜର ଶକ୍ତି ପ୍ରଦର୍ଶନ କରୁଛନ୍ତି । ପ୍ରଥମେ ଏସସିଓରେ ମୋଦି ପୁଟିନ୍ ଜିନପିଙ୍ଗଙ୍କ ବୈଠକ ପରେ ଏବେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବିଜୟକୁ ମନେ ପକାଇବା ପାଇଁ ଚୀନ୍ ଆୟୋଜିତ କରିଥିବା ପରେଡ୍, ଟ୍ରମ୍ପଙ୍କ ମନୋବଳକୁ ଭାଙ୍ଗି ଦେଇଛି । କାରଣ ପରେଡରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଉତ୍ତର କୋରିଆର ସର୍ବୋଚ୍ଚ ନେତା କିମ ଜୋଙ୍ଗ ଉନ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଇରାନ ରାଷ୍ଟ୍ରପତି ଡକ୍ଟର ମାସୁଦ ପେଜେଶକିୟାନ୍ ଭଳି ଆମେରିକାର ପ୍ରମୁଖ ଶତ୍ରୁ ଦେଶଙ୍କ ଶକ୍ତି ଦେଖିବାକୁ ମିଳିଥିଲା । ଚୀନର ଏହି ସାମରିକ ପରେଡକୁ ପଶ୍ଚିମ ଦେଶମାନଙ୍କ ବିରୁଦ୍ଧରେ ଏକତା ଏବଂ ପରମାଣୁ ଦେଶମାନଙ୍କର ଶକ୍ତି ପ୍ରଦର୍ଶନ କୁ ନେଇ ବିଚଳିତ ହେଲେଣି ଟ୍ରମ୍ଫ ।

Sponsored
China military parade | china-military-parade-xi-jinping-hosts-massive-military-parade-with-vladimir-putin-and-kim-jong-un | Argus News