Xi Jinping / ସାଂଘାତିକ ଷଡ୍ଯନ୍ତ୍ର, ନିଜ ଘରେ ଶତ୍ରୁକୁ ପାଳୁଛନ୍ତି ଚୀନ୍ ରାଷ୍ଟ୍ରପତି !
·2 months ago·3 min read

Key Points
ଚୀନ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ଗତକାଲି ନିଶ୍ଚିତ କରିଛି ଯେ ପିପୁଲ୍ସ ଲିବରେସନ ଆର୍ମିର ସବୁଠାରୁ ଶକ୍ତିଶାଳୀ ଜେନେରାଲଙ୍କ ମଧ୍ୟରୁ ଜଣେ ଝାଙ୍ଗ ୟୁକ୍ସିଆ ତଦନ୍ତ ପରିସରକୁ ଆସିଛନ୍ତି ।
ସାରା ବିଶ୍ୱରେ ଯୁଦ୍ଧ ପରିସ୍ଥିତି ଭିତରେ ଏବେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଚୀନ୍ର ସର୍ବେସର୍ବା ସି-ଜିନ୍ପିଙ୍ଗଙ୍କୁ ଜୀବନରୁ ମାରିଦେବାକୁ ହୋଇଛି ବଡ଼ ଷଡ୍ଯନ୍ତ୍ର । ଏନେଇ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । କୁହାଯାଉଛି ଚୀନ୍ ନିଜ ଶତ୍ରୁକୁ ଘରେ ପାଳି ପୋଶି ବଡ଼ କରୁଛି । ଅର୍ଥାତ୍ ଜିନ୍ପିଙ୍ଗଙ୍କ ବଡ଼ ଶତ୍ରୁ ତାଙ୍କରେ ବଢ଼ୁଛି । ତେବେ ପୂରା ଖବରକୁ ଶେଷ ଯାଏଁ ପଢ଼ନ୍ତୁ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ବିଶ୍ୱର ଟପ୍ ୫ ସୁପର ପାଓ୍ୱାର ତାଲିକାର ଦୁଇ ନମ୍ବର ସ୍ଥାନରେ ରହିଛି ଚୀନ୍ । ଏହା ଏକ ମାତ୍ର ଦେଶ ଯାହାକୁ କିଛି ବି କହିବା ପୂର୍ବରୁ ଆମେରିକା ୧୦୦ ଥର ଭାବିଥାଏ । ସିଧାସଳଖ ଚୀନ୍ ଉପରେ କହିବାକୁ ଆମେରିକା କେବେ ବି ଚେଷ୍ଟା କରେନାହିଁ । କାରଣ ଚୀନ୍ ପାଖରେ ବି ରହିଛି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର । ଆମେରିକାକୁ ଲହୁ ଲୁହାଣ କରିବା ପାଇଁ ଚୀନ ଯଥେଷ୍ଟ ସାମର୍ଥ୍ୟ ରଖୁଛି । ଚୀନ୍ ସୁପର ପାଓ୍ୱାର ହୋଇଥିବାରୁ ଅନ୍ୟ ଛୋଟ ଛୋଟ ଦେଶ ଉପରେ ମଧ୍ୟ ସେ ଚାପ ପକାଉଥାଏ । କିନ୍ତୁ ଏବେ ଯେଉଁ ଖବର ସାମ୍ନାକୁ ଆସିଛି ତାହା ଅତ୍ୟନ୍ତ ଚକିତ କରିଛି ।
ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ନିଜ ଦେଶରେ ହିଁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ହେଉଛି । ଏକଥା ଆମେ କହୁନୁ, ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟରେ ଏହା ପ୍ରକାଶ ପାଇଛି । ଚୀନ୍ ସେନା ପୁଣି ଥରେ ଅଶାନ୍ତ ହୋଇପଡ଼ିଛି । ଚୀନ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ଗତକାଲି ନିଶ୍ଚିତ କରିଛି ଯେ ପିପୁଲ୍ସ ଲିବରେସନ ଆର୍ମିର ସବୁଠାରୁ ଶକ୍ତିଶାଳୀ ଜେନେରାଲଙ୍କ ମଧ୍ୟରୁ ଜଣେ ଝାଙ୍ଗ ୟୁକ୍ସିଆ ତଦନ୍ତ ପରିସରକୁ ଆସିଛନ୍ତି । ଯିଏକି ଏହି ଷଡ୍ଯନ୍ତ୍ରରେ ସାମିଲ ଅଛନ୍ତି ।
ଝାଙ୍ଗ ୟୁକ୍ସିଆ କିଏ ?
ଝାଙ୍ଗ୍ ଚୀନର ସବୁଠାରୁ ଶକ୍ତିଶାଳୀ ସାମରିକ ସଂସ୍ଥା କେନ୍ଦ୍ରୀୟ ସାମରିକ କମିଶନର ଉପାଧ୍ୟକ୍ଷ ଏବଂ ସାମରିକ ବିଭାଗରେ ଏକ ଉଚ୍ଚ ପଦବୀରେ ଅଛନ୍ତି । ଝାଙ୍ଗ ୟୁକ୍ସିଆ ହେଉଛନ୍ତି ସେହି ଅଧିକାରୀ ଯିଏ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଅଧୀନରେ ସେନାର ପ୍ରତ୍ୟକ୍ଷ କମାଣ୍ଡରେ ରହିଆସିଛନ୍ତି । ତାଙ୍କୁ ୭୫ ବର୍ଷ ବୟସ ଏବଂ ୧୯୬୮ ମସିହାରେ ସେନାରେ ସେ ଯୋଗ ଦେଇଥିଲେ । ସ୍ଥଳସେନାର ସଦସ୍ୟ ଏହି ଜେନେରାଲଙ୍କୁ ଚୀନ୍ ସାମରିକ ବାହିନୀର ଜଣେ ଅଭିଜ୍ଞ ସୈନିକ ଭାବରେ ଜାଣନ୍ତି । କିନ୍ତୁ ବର୍ତ୍ତମାନ, ସେ ସି ଜିନପିଙ୍ଗଙ୍କୁ ହଟାଇବାକୁ ଚାହୁଁଥିବା ଅଭିଯୋଗରେ ଯାଞ୍ଚର ପରିସରକୁ ଆସିଛନ୍ତି ।
ଜିନପିଙ୍ଗଙ୍କ ବିରୋଧରେ ଷଡ଼ଯନ୍ତ୍ର ହୋଇଥିଲା କି ?
ଝାଙ୍ଗ ୟୁକ୍ସିଆ ଏବଂ ସାମରିକ ରଣନୀତି ମୁଖ୍ୟ ଲିଉ ଜେନଲିଙ୍କ ବିରୋଧରେ ହଠାତ୍ ତଦନ୍ତ ନିର୍ଦ୍ଦେଶ ହଇଚଇ ସୃଷ୍ଟି କରିଛି । ଏବେ ପ୍ରଶ୍ନ ଉଠୁଛି ସତରେ କଣ ସି ଜିନପିଙ୍ଗଙ୍କ ବିରୋଧରେ ବଡ଼ ଷଡ଼ଯନ୍ତ୍ର ରଚାଯାଇଥିଲା? ଚୀନ ବିଶେଷଜ୍ଞ ଏବଂ ମାନବାଧିକାର କର୍ମୀ ଜେନିଫର ଜେଙ୍ଗଙ୍କ ଦାବି, ଏହି ସମ୍ପୂର୍ଣ୍ଣ ଘଟଣାକୁ ଏକ ନୂତନ ରୂପ ଦେଉଛି । ସେ କହିଛନ୍ତି, ସି ଜିନପିଙ୍ଗଙ୍କୁ ହଟାଇବା ପାଇଁ ଆଭ୍ୟନ୍ତରୀଣ ପ୍ରୟାସ କରାଯାଇଥିଲା ଏବଂ ଝାଙ୍ଗ ୟୁକ୍ସିଆ ସେମାନଙ୍କ ମଧ୍ୟରେ ଥିଲେ ଯେଉଁମାନେ ପୁରୁଣା କମ୍ୟୁନିଷ୍ଟ ନେତାମାନଙ୍କ ସହିତ ମିଶି କ୍ଷମତା ପରିବର୍ତ୍ତନ କରିବାକୁ ଚାହୁଁଥିଲେ ।
ଜେଙ୍ଗଙ୍କ କହିବା ଅନୁସାରେ, ପୂର୍ବତନ ରାଷ୍ଟ୍ରପତି ହୁ ଜିନତାଓ, ପୂର୍ବତନ ପ୍ରଧାନମନ୍ତ୍ରୀ ୱେନ୍ ଜିଆବାଓ ଏବଂ ଝାଙ୍ଗ ୟୁକ୍ସିଆଙ୍କ ପରି ଅଭିଜ୍ଞମାନେ ସି ଜିନପିଙ୍ଗଙ୍କୁ ଗାଦିରୁ ହଟାଇ ତାଙ୍କର ଶକ୍ତି ହ୍ରାସ କରିବାକୁ ଚାହୁଁଥିଲେ । ସେମାନଙ୍କର ସ୍ୱପ୍ନ ଥିଲା ଚୀନକୁ ଡେଙ୍ଗ ଜିଆଓପିଙ୍ଗ ଯୁଗକୁ ଫେରାଇ ଆଣିବା, କିନ୍ତୁ ସେମାନେ ଭୁଲ ସମୟରେ ଭୁଲ ପଦକ୍ଷେପ ନେଇଥିଲେ ଏବଂ ଏହା ସେମାନଙ୍କର ସବୁଠାରୁ ବଡ଼ ଭୁଲ ହୋଇଗଲା । ଜେଙ୍ଗ କହିଛନ୍ତି, ଗତ ସପ୍ତାହରେ ସି ଜିନପିଙ୍ଗଙ୍କ ଅସୁସ୍ଥତା ଏବଂ ହସ୍ପିଟାଲରେ ଭର୍ତ୍ତି ହେବାର ରିପୋର୍ଟ ପ୍ରକୃତରେ ବିରୋଧୀମାନଙ୍କୁ ଭ୍ରମିତ କରିବାର ଏକ ରଣନୀତି ଥିଲା ।
ଏହି ସମୟରେ, ଝାଙ୍ଗ ୟୁକ୍ସିଆ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ପହଞ୍ଚିଥିଲେ, ତାଙ୍କ ସହିତ କେବଳ ଚାରି ଜଣ ସୁରକ୍ଷା କର୍ମୀ ଥିଲେ । ତାଙ୍କୁ ପୂର୍ବରୁ ଉପସ୍ଥିତ ଶହେରୁ ଅଧିକ ଲୋକ ଘେରି ରହିଥିଲେ ଏବଂ ତାଙ୍କୁ ହେପାଜତକୁ ନିଆଯାଇଥିଲା । କିଛି ରିପୋର୍ଟରେ ଏପରି ମଧ୍ୟ କୁହାଯାଇଛି ଯେ ଝାଙ୍ଗ ୟୁକ୍ସିଆ ପ୍ରକୃତରେ ସି ଜିନପିଙ୍ଗଙ୍କୁ ହଟାଇବା ପାଇଁ ଷଡ଼ଯନ୍ତ୍ର କରୁଥିଲେ, କିନ୍ତୁ କେହି ଜଣେ ତାଙ୍କୁ ସୂଚନା ଦେଇଥିଲେ। ଏହାର ଅର୍ଥ ହେଉଛି ସି ଜିନପିଙ୍ଗ ଆଭ୍ୟନ୍ତରୀଣ ଷଡ଼ଯନ୍ତ୍ରକୁ ପ୍ରତିଆକ୍ରମଣରେ ପରିଣତ କରିଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories