Female Staff Makeup Policy / ଲିପଷ୍ଟିକ୍, ଆଇଲାଇନର ଓ ନକଲି ପଲକ ଲଗାଇବା ବାଧ୍ୟତାମୂଳକ! ରେଷ୍ଟୁରାଣ୍ଟରେ ଅଜବ ନିୟମକୁ ନେଇ ତେଜିଲା ବିବାଦ
·32 mins ago·3 min read

Key Points
ଚାକିରି କରିବାକୁ ହେଲେ ମୁହଁରେ ଲିପଷ୍ଟିକ୍, ଆଖିରେ ଆଇଲାଇନର ଏବଂ ଲଗାଇବାକୁ ପଡ଼ିବ ନକଲି ପଲକ!
ଚାକିରି କରିବାକୁ ହେଲେ ମୁହଁରେ ଲିପଷ୍ଟିକ୍, ଆଖିରେ ଆଇଲାଇନର ଏବଂ ଲଗାଇବାକୁ ପଡ଼ିବ ନକଲି ପଲକ! ଏମିତି ଏକ ଅଜବ ନିୟମକୁ ନେଇ ଏବେ ଚର୍ଚ୍ଚାରେ ଚୀନ୍ର ଏକ ଲୋକପ୍ରିୟ ରେଷ୍ଟୁରାଣ୍ଟ ଚେନ୍। ମହିଳା କର୍ମଚାରୀଙ୍କ ପାଇଁ ମେକଅପ୍କୁ ବାଧ୍ୟତାମୂଳକ କରାଯାଇଥିବା ଖବର ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ କମ୍ପାନୀକୁ ନେଇ ତୀବ୍ର ସମାଲୋଚନା ଆରମ୍ଭ ହୋଇଛି। ରିପୋର୍ଟ ଅନୁସାରେ, ଚୀନ୍ର ଲୋକପ୍ରିୟ ହଟ୍ପଟ୍ ରେଷ୍ଟୁରାଣ୍ଟ ଚେନ୍ ‘ନିଉ ନିଉ ସୁକିୟାକି’ (Niu New Sukiyaki) ଏବେ ଏହି ନିୟମକୁ ନେଇ ବିବାଦରେ ରହିଛି। ଏହି ରେଷ୍ଟୁରାଣ୍ଟର କିଛି ଶାଖାରେ ମହିଳା କର୍ମଚାରୀଙ୍କୁ କାମକୁ ଆସିବା ପୂର୍ବରୁ ମେକଅପ୍ କରିବାକୁ ପଡ଼ୁଥିବା ଅଭିଯୋଗ ହୋଇଛି। କେବଳ ଗ୍ରାହକଙ୍କୁ ଖାଦ୍ୟ ପରିବେଷଣ କରୁଥିବା କର୍ମଚାରୀ ନୁହନ୍ତି, କିଛି ଶାଖାରେ ରୋଷେଇ ଘରେ କାମ କରୁଥିବା ଏବଂ ସଫେଇ କର୍ମଚାରୀଙ୍କ ପାଇଁ ମଧ୍ୟ ଏହି ନିୟମ ଲାଗୁ ହୋଇଥିବା କୁହାଯାଇଛି।
ମେକଅପ୍ ନାଁରେ କେବଳ ହାଲୁକା ଲିପଷ୍ଟିକ୍ ଲଗାଇବାକୁ କୁହାଯାଉନାହିଁ। କିଛି ମ୍ୟାନେଜର ମହିଳା କର୍ମଚାରୀଙ୍କୁ ଲିପଷ୍ଟିକ୍, ଆଇଶାଡୋ, ଆଇଲାଇନର ଏବଂ ନକଲି ପଲକ ବା ଫଲ୍ସ ଆଇଲାଶେସ୍ ଲଗାଇବାକୁ କହୁଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଏହା ସହ କେଶକୁ ଠିକ୍ ଭାବେ ସଜାଇ ଆସିବାକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି।
ସବୁଠାରୁ ବଡ଼ କଥା ହେଉଛି, ପୁରୁଷ କର୍ମଚାରୀଙ୍କ ପାଇଁ ଏଭଳି କୌଣସି ମେକଅପ୍ ନିୟମ ସାମ୍ନାକୁ ଆସିନାହିଁ। ସେମାନଙ୍କୁ କେବଳ ସଫାସୁତୁରା ଓ ଭଲ ପୋଷାକ ପିନ୍ଧି ଆସିବାକୁ କୁହାଯାଉଥିବା ଜଣାପଡ଼ିଛି। ଏହି ଭେଦଭାବକୁ ନେଇ ହିଁ ବିବାଦ ଆହୁରି ବଢ଼ିଛି।
ଏହି ନିୟମ ପାଳନ କରିବା ପାଇଁ କମ୍ପାନୀ ପକ୍ଷରୁ ଫୁଲ୍ ଟାଇମ୍ କର୍ମଚାରୀଙ୍କୁ ପ୍ରତି ମାସରେ ୧୦୦ ୟୁଆନ୍ ଅର୍ଥାତ୍ ଭାରତୀୟ ମୁଦ୍ରାରେ ପ୍ରାୟ ୧,୨୦୦ରୁ ୧,୩୦୦ ଟଙ୍କା ମେକଅପ୍ ଭତ୍ତା ଦିଆଯାଉଥିବା ରିପୋର୍ଟରେ କୁହାଯାଇଛି। ତେବେ କର୍ମଚାରୀଙ୍କ ମତରେ, ଏହି ଅଳ୍ପ ଭତ୍ତା ଦେଇ ମେକଅପ୍ କରିବାକୁ ବାଧ୍ୟ କରିବା ଠିକ୍ ନୁହେଁ। ମେକଅପ୍ କରିବା ପାଇଁ ସକାଳୁ ଶୀଘ୍ର ଉଠିବାକୁ ପଡ଼ୁଛି। ଏପରିକି କାମ ସରିବା ପରେ ମେକଅପ୍ ହଟାଇବାରେ ମଧ୍ୟ ସମୟ ନଷ୍ଟ ହେଉଛି। ଜଣେ ପୂର୍ବତନ କର୍ମଚାରୀଙ୍କ କହିବା ଅନୁସାରେ, ଏହି ନିୟମ ପାଇଁ ତାଙ୍କୁ ଅନେକ ଥର ସକାଳ ୫ଟାରେ ଉଠି ପ୍ରସ୍ତୁତ ହେବାକୁ ପଡ଼ୁଥିଲା।
- ଲିପଷ୍ଟିକ୍ଠାରୁ ନକଲି ପଲକ ପର୍ଯ୍ୟନ୍ତ ନିୟମ

- ମେକଅପ୍ ପାଇଁ ମିଳୁଛି ୧୦୦ ୟୁଆନ୍ ଭତ୍ତା
ଏହି ନିୟମ ପାଳନ କରିବା ପାଇଁ କମ୍ପାନୀ ପକ୍ଷରୁ ଫୁଲ୍ ଟାଇମ୍ କର୍ମଚାରୀଙ୍କୁ ପ୍ରତି ମାସରେ ୧୦୦ ୟୁଆନ୍ ଅର୍ଥାତ୍ ଭାରତୀୟ ମୁଦ୍ରାରେ ପ୍ରାୟ ୧,୨୦୦ରୁ ୧,୩୦୦ ଟଙ୍କା ମେକଅପ୍ ଭତ୍ତା ଦିଆଯାଉଥିବା ରିପୋର୍ଟରେ କୁହାଯାଇଛି। ତେବେ କର୍ମଚାରୀଙ୍କ ମତରେ, ଏହି ଅଳ୍ପ ଭତ୍ତା ଦେଇ ମେକଅପ୍ କରିବାକୁ ବାଧ୍ୟ କରିବା ଠିକ୍ ନୁହେଁ। ମେକଅପ୍ କରିବା ପାଇଁ ସକାଳୁ ଶୀଘ୍ର ଉଠିବାକୁ ପଡ଼ୁଛି। ଏପରିକି କାମ ସରିବା ପରେ ମେକଅପ୍ ହଟାଇବାରେ ମଧ୍ୟ ସମୟ ନଷ୍ଟ ହେଉଛି। ଜଣେ ପୂର୍ବତନ କର୍ମଚାରୀଙ୍କ କହିବା ଅନୁସାରେ, ଏହି ନିୟମ ପାଇଁ ତାଙ୍କୁ ଅନେକ ଥର ସକାଳ ୫ଟାରେ ଉଠି ପ୍ରସ୍ତୁତ ହେବାକୁ ପଡ଼ୁଥିଲା।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ମେକଅପ୍ ଜଣା ନଥିବାରୁ ମିଳିଲାନି ଚାକିରି!
ଏହି ମାମଲାରେ ଲିନଲିନ୍ ନାମକ ଜଣେ ମହିଳାଙ୍କ ଅନୁଭୂତି ମଧ୍ୟ ସାମ୍ନାକୁ ଆସିଛି। ସେ ଏହି ରେଷ୍ଟୁରାଣ୍ଟରେ ପାର୍ଟ ଟାଇମ୍ ଚାକିରି କରିବାକୁ ଚାହୁଁଥିଲେ। କିନ୍ତୁ ତାଙ୍କୁ ଚାକିରି ମିଳିନଥିଲା। ଏହାର କାରଣ ହେଉଛି ତାଙ୍କୁ ହେୟାର ସ୍ପ୍ରେ ବ୍ୟବହାର କରିବା ଏବଂ ଠିକ୍ ଭାବେ ମେକଅପ୍ କରିବା ଜଣା ନଥିଲା ଏହାକୁ ନେଇ ଏବେ ପ୍ରଶ୍ନ ଉଠୁଛି, ଜଣେ କର୍ମଚାରୀଙ୍କ ଦକ୍ଷତା ଓ କାମ କରିବାର ଅଭିଜ୍ଞତା ବଦଳରେ ତାଙ୍କ ମେକଅପ୍କୁ ଚାକିରିର ମାପଦଣ୍ଡ କରିବା କେତେ ଯୁକ୍ତିଯୁକ୍ତ?
ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା
ଏହି ନିୟମକୁ ନେଇ କେବଳ କର୍ମଚାରୀ ନୁହନ୍ତି, ଗ୍ରାହକମାନେ ମଧ୍ୟ ଆପତ୍ତି ଉଠାଇଛନ୍ତି। ସୋସିଆଲ ମିଡିଆରେ ଅନେକ ଲୋକ କହିଛନ୍ତି ଯେ, ସେମାନେ ରେଷ୍ଟୁରାଣ୍ଟକୁ ଭଲ ଖାଦ୍ୟ ଖାଇବା ଓ ଭଲ ସେବା ପାଇବା ପାଇଁ ଯାଆନ୍ତି, କର୍ମଚାରୀଙ୍କ ମେକଅପ୍ ଦେଖିବା ପାଇଁ ନୁହେଁ।
ଆଉ କିଛି ଲୋକ ପ୍ରଶ୍ନ କରିଛନ୍ତି, ଯେତେବେଳେ ମହିଳା ଓ ପୁରୁଷ କର୍ମଚାରୀ ସମାନ ସମୟ କାମ କରୁଛନ୍ତି, ସେତେବେଳେ ମହିଳାଙ୍କୁ ମେକଅପ୍ କରିବା ଓ ହଟାଇବା ପାଇଁ ଅତିରିକ୍ତ ସମୟ କାହିଁକି ଦେବାକୁ ପଡ଼ିବ? ଜଣେ କର୍ମଚାରୀଙ୍କ ପରିଚୟ ତାଙ୍କ ମେକଅପ୍ରେ ନୁହେଁ, ବରଂ ତାଙ୍କ ବ୍ୟବହାର, ପରିଶ୍ରମ ଓ କାମର ଦକ୍ଷତାରେ ରହିଛି ବୋଲି ମତ ଦେଇଛନ୍ତି ଅନେକ ୟୁଜର।
ପୂର୍ବରୁ ମଧ୍ୟ ବିବାଦରେ ଫସିଛି ଚୀନ୍ର ରେଷ୍ଟୁରାଣ୍ଟ
ଚୀନ୍ରେ ମହିଳା କର୍ମଚାରୀଙ୍କ ପାଇଁ ମେକଅପ୍ ବାଧ୍ୟତାମୂଳକ କରିବା ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ଫେବୃଆରୀ ମାସରେ ବୁଫେ ରେଷ୍ଟୁରାଣ୍ଟ ଚେନ୍ ‘ବିଗ୍ ପିଜା’ ମଧ୍ୟ ଏଭଳି ନିୟମକୁ ନେଇ ସମାଲୋଚନାର ଶିକାର ହୋଇଥିଲା। ସେଠାରେ ମହିଳା କର୍ମଚାରୀଙ୍କୁ ଚକଚକିଆ ଲିପଷ୍ଟିକ୍ ଲଗାଇବାକୁ କୁହାଯାଉଥିବା ଖବର ଆସିଥିଲା।
ସେହିପରି ୨୦୨୧ ମସିହାରେ ଚୀନ୍ର ଆଉ ଏକ ପ୍ରସିଦ୍ଧ ହଟ୍ପଟ୍ କମ୍ପାନୀ ‘ହାଇଡିଲାଓ’ ମଧ୍ୟ ମହିଳା କର୍ମଚାରୀଙ୍କ ପାଇଁ କଠୋର ମେକଅପ୍ ନିୟମକୁ ନେଇ ଚର୍ଚ୍ଚାକୁ ଆସିଥିଲା। ପରେ କମ୍ପାନୀ ଏହି ବାଧ୍ୟତାମୂଳକ ନିୟମ ହଟାଇ ଦେଇଥିଲା। ତେବେ ଚାକିରି କରିବା ପାଇଁ ମେକଅପ୍ କରିବା କ’ଣ ଜରୁରୀ? ଏହି ପ୍ରଶ୍ନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।
Related Topics
Explore more stories