Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଚୀନ୍‌ର କାଉଣ୍ଟର ଆଟାକ୍, ଆମେରିକା ଉପରେ ଲଗାଇଲା ୮୪% ଟାରିଫ୍‌

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଚୀନ୍‌ର କାଉଣ୍ଟର ଆଟାକ୍, ଆମେରିକା ଉପରେ ଲଗାଇଲା ୮୪% ଟାରିଫ୍‌

ତୀବ୍ର ହେଲା ଚୀନ-ଆମେରିକା ଟ୍ରେଡ୍ ୱାର୍ । ବିଶ୍ବରେ ବାଣିଜ୍ୟ ଯୁଦ୍ଧର ବିଗୁଲ୍ । ଚୀନ୍ ଉପରେ ଆମେରିକା ୧୦୪ ପ୍ରତିଶତ ଟାରିଫ୍ ଲଗାଇବା ପରେ ଚୀନର କାଉଣ୍ଟର ଆଟାକ୍, ଲଗାଇଲା ୮୪ ପ୍ରତିଶତ ଟାରିଫ୍ । ଚେତାବନୀର ଦିନକ ପରେ ନୂଆ ଟାରିଫ୍ ଲଗାଇଲେ ଟ୍ରମ୍ପ୍ । ଆମେରିକାକୁ ୭ ଦୁର୍ଲଭ ଧାତୁର ରପ୍ତାନୀ ବନ୍ଦ କଲା ଚୀନ୍ । ବିଶେଷଜ୍ଞଙ୍କ ମତ, ଭାରତୀୟ ଅର୍ଥନୀତି ଉପରେ ପଡିବନି ପ୍ରଭାବ ।

ଆମେରିକାର ଟାରିଫ୍ ଆଟାକରେ ଘାଇଲା ହୋଇଛି ଡ୍ରାଗନ । ଚୀନ୍ ଉପରେ ଆମେରିକା ୧୦୪% ଶୁଳ୍କ ଲାଗୁ କରିବା ପରେ ତୀବ୍ର ହୋଇଛି ଆମେରିକା-ଚୀନ ଶୁଳ୍କ ଯୁଦ୍ଧ। ଆମେରିକା ଉପରେ ୮୪% ଟାରିଫ୍‌ ଲଗାଇ ଚୀନ କରିଛି କାଉଣ୍ଟର ଆଟାକ୍ । ଆସନ୍ତା ୧୦ ତାରିଖରୁ ନୂଆ ଟାରିଫ୍‌ ଲାଗୁ କରିବାକୁ ଘୋଷଣା କରିଛି ବେଜିଂ । ଚୀନ ୩୪% ଶୁଳ୍କ ପ୍ରତ୍ୟାହାର ନ କରିବାରୁ ଆମେରିକା ଅତିରିକ୍ତ ୫୦% ଶୁଳ୍କ ଲଗାଇଥିଲା ।

ଟ୍ରମ୍ପଙ୍କ ଟାରିଫ ଆଟାକ୍ ଚୀନ୍‌ର ବାଣିଜ୍ୟ ନୀତିକୁ ଗଭୀର ଭାବେ ପ୍ରଭାବିତ କରିଥିବା ବେଳେ କଡ଼ା କାଉଣ୍ଟର କରି ଆମେରିକାକୁ ୭ ଦୁର୍ଲଭ ଧାତୁର ରପ୍ତାନୀ ବନ୍ଦ କରିଦେଇଛି ଚୀନ୍। ଆମେରିକାର ଏଭଳି ପଦକ୍ଷେପକୁ ବ୍ଲାକମେଲିଂ କହିବା ସହ ଏହାର କଡ଼ା ନିନ୍ଦା କରିଛି ଚୀନ୍ । ଟ୍ରମ୍ପ ପ୍ରଶାସନ ଦ୍ବାରା ଆରମ୍ଭ ହୋଇଥିବା ଏହି ବାଣିଜ୍ୟ ଯୁଦ୍ଧରେ ଶେଷ ପର୍ଯ୍ୟନ୍ତ ଲଢିବାକୁ ଚୀନ୍ ଘୋଷଣା କରିଛି ।

ଆମେରିକା-ଚୀନ୍ ଟାରିଫ ଯୁଦ୍ଧ ମଧ୍ୟରେ ବଜାର ବିଶେଷଜ୍ଞଙ୍କ ଆକଳନ ଭାରତ ପାଇଁ ଆଶ୍ବସ୍ତି ଆଣିଛି । ଭାରତୀୟ ଅର୍ଥନୀତି ଉପରେ ଏହାର ବିଶେଷ ପ୍ରଭାବ ପଡ଼ିବନି ବୋଲି ମତ ରଖିଛନ୍ତି ବିଶେଷଜ୍ଞ। ସୋମବାର ସେୟାର ମାର୍କେଟରେ ଜବରଦସ୍ତ ଝଟକା ଲାଗିବା ପରେ ମଙ୍ଗଳବାରଠାରୁ ଉଭୟ ସେନସେକ୍ସ ଓ ନିଫଟିରେ ସୁଧାର ଆସିଛି ଯାହା ନିବେଶକଙ୍କ ଚିନ୍ତା କମାଇଛି ।

ଏପ୍ରିଲ ୨ରେ ଭାରତ ସମେତ ବିଶ୍ବର ୧୧୮ଟି ଦେଶ ଉପରେ ରେସିପ୍ରୋକାଲ ଟାରିଫ୍ ଲାଗୁ କରି ସାରା ବିଶ୍ବରେ ଚହଳ ପକାଇଥିଲେ ଡୋନାଲ୍ଡ ଟ୍ରମ୍ପ୍। ଭାରତ ଉପରେ ୨୬%, ଚୀନ ଉପରେ ୩୪% ଟାରିଫ୍‌ ଲାଗୁ କରିଥିଲେ। ଚୀନ ବି ଆମେରିକା ଉପରେ ପାଲଟା ୩୪% ଶୁଳ୍କ ଲାଗୁ କରିଥିଲା । ଚେତାବନୀ ସତ୍ତ୍ବେ ଟାରିଫ ପ୍ରତ୍ୟାହାର ନକରିବାରୁ ଟ୍ରମ୍ପ ଚୀନ୍ ଉପରେ ଆଉ ୫୦% ଟାରିଫ ଲଗାଇଥିଲେ ।

ଟ୍ରମ୍ପଙ୍କ ଟାରିଫକୁ ନେଇ ବିଶ୍ବ ଅର୍ଥବ୍ୟବସ୍ଥାରେ ବଡ଼ ହଲଚଲ ଦେଖିବାକୁ ମିଳିଛି । ପାରସ୍ପରିକ ଆମଦାନୀ ଶୁଳ୍କକୁ ଏକତରଫା ଓ ଆର୍ଥିକ ଚାପର ଉଦାହରଣ ବୋଲି ଦାବି କରିଛି ବେଜିଂ । ଖୋଦ ଆମେରିକାରେ ମଧ୍ୟ ଟ୍ରମ୍ପଙ୍କ ବାଣିଜ୍ୟ ନୀତିକୁ ଦୋରଦାର ପ୍ରତିବାଦର ସାମ୍ନା କରିବାକୁ ପଡ଼ିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
China-US tussle continues as Beijing raises its retaliatory tariff on America to 84% | Argus News