Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଆତଙ୍କୀ ପ୍ରୋତ୍ସାହନକାରୀ ପାକିସ୍ତାନକୁ ଚୀନରୁ ବଡ଼ ସନ୍ଦେଶ

Ritu Das
Browse all articles by Ritu Das
·10 months ago·2 min read
ଆତଙ୍କୀ ପ୍ରୋତ୍ସାହନକାରୀ ପାକିସ୍ତାନକୁ ଚୀନରୁ ବଡ଼ ସନ୍ଦେଶ

Key Points

ବିଶ୍ୱ ରାଜନୀତିରେ ଆଲୋଡନ । ପିଏମ ମୋଦିଙ୍କୁ ଚୀନ ମାଟିରେ ଭବ୍ୟ ସ୍ବାଗତ । ଅପରେସନ ସିନ୍ଦୁରରେ ମିସାଇଲ ମାଡ଼ଠୁ ପାକିସ୍ତାନକୁ ଲାଗିଛି ବଡ଼ ଆଘାତ । ବଦଳୁଛି ଚୀନ ବଳରେ ନିଜକୁ ବଳୀୟାନ ମନେ କରୁଥିବା ସରିଫ ସରକାରର ସ୍ବର।

ବିଶ୍ୱ ରାଜନୀତିରେ ଆଲୋଡନ । ପିଏମ ମୋଦିଙ୍କୁ ଚୀନ ମାଟିରେ ଭବ୍ୟ ସ୍ବାଗତ । ଅପରେସନ ସିନ୍ଦୁରରେ ମିସାଇଲ ମାଡ଼ଠୁ ପାକିସ୍ତାନକୁ ଲାଗିଛି ବଡ଼ ଆଘାତ । ବଦଳୁଛି ଚୀନ ବଳରେ ନିଜକୁ ବଳୀୟାନ ମନେ କରୁଥିବା ସରିଫ ସରକାରର ସ୍ବର । ଦୀର୍ଘ ୭ ବର୍ଷ ପରେ ଚୀନ ମାଟିରେ ପହଞ୍ଚି ସମ୍ପର୍କରେ ନୂଆ ଅଧ୍ୟାୟ ଚରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆରମ୍ଭ ହେବାକୁ ଯାଉଛି ସାଂଘାଇ ସହଯୋଗ ସଂଗଠନର ଶିଖର ସମ୍ମିଳନୀ । ଏକାଠି ହେବେ ବିଶ୍ବର ଉଦୀୟମାନ ତ୍ରିଶକ୍ତି ମୋଦି, ଜିନପିଙ୍ଗ ଓ ପୁଟିନ । ବାଣିଜ୍ୟ ଟାରିଫକୁ ନେଇ ବିଶ୍ବରେ ହଲଚଲ୍ ଜାରି ରହିଥିବାବେଳେ ପ୍ରସ୍ତୁତ ହେବାକୁ ଯାଉଛି ନୂଆ ରଣନୀତି ।


ଋଷ ସହିତ ରଣନୈତିକ ସହଭାଗିତାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜିଦଖୋର ମନୋଭାବ ଏସିଆର ଦୁଇ ମହାଶକ୍ତିକୁ କରିଛି ଅଧିକ ଘନିଷ୍ଠ । ଫେଲ୍ ମାରିଛି ପାକିସ୍ତାନର ଚକ୍ରାନ୍ତ।ଜଟିଳ ସ୍ଥତିକୁ ସୁଯୋଗରେ ପରିଣତ କରି ପୁଣିଥରେ ବିଶ୍ବ ରାଜନୀତିକୁ ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆତଙ୍କବାଦୀଙ୍କୁ ମୁହଁତୋଡ ଜବାବ ସହ କୌଣସି ଦେଶର ଦାଦାଗିରିକୁ ବରଦାସ୍ତ କରିବନି ଭାରତ । ଆର୍ଥିକ ମହାଶକ୍ତି ଚୀନ, ଋଷିଆ ସହ ଭାରତର ସମ୍ପର୍କ ଦୃଢ଼ ହେଉଥିବାବେଳେ ପାକିସ୍ତାନ ମଥାରେ ବଢ଼ି ବଢ଼ି ଚାଲିଛି ଋଣଭାର । ପାଣ୍ଠି ଅଭାବରୁ ଅଟକିଛି ପେଶାୱର -କରାଚୀ ମଧ୍ୟରେ ରେଳ ପ୍ରକଳ୍ପ। ଚୀନ ସହାୟତାରେ ମେନଲାଇନ୍-୧ ପ୍ରକଳ୍ପ କରିବାକୁ ଆଶା ରଖିଥିବା ସରିଫ ସରକାରକୁ ଋଣ ଦେବାକୁ ମନା କରି ଶକ୍ତ ଝଟକା ଦେଇଛି ବେଜିଂ । ଫଳରେ ଏସୀୟ ବିକାଶ ବ୍ୟାଙ୍କର ଦ୍ବାରସ୍ଥ ହୋଇଛି ପାକିସ୍ତାନ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏସୀୟ ବିକାଶ ବ୍ୟାଙ୍କ- ADB ଓ ଏସୀୟ ଭିତ୍ତିଭୂମି ନିବେଶ ବ୍ୟାଙ୍କ-AIIBକୁ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ୭ ବିଲିୟନ ଆମେରିକୀୟ ଡଲାର ଋଣ ଦେବାକୁ ଅନୁରୋଧ କରିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବା ପରେ ବିଶ୍ୱ ରାଜନୀତିରେ ଏକ ନୂତନ ମେଣ୍ଟ ଗଠନ ସମ୍ଭାବନା ବୃଦ୍ଧି ପାଇଛି । ଏପଟେ ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳୀ ପାକିସ୍ତାନ ପାଇଁ ବଢୁଛି ସମସ୍ୟା । ଟ୍ରମ୍ପଙ୍କୁ ଖୁସି କରିବାକୁ ଦେଉଥିବା ବୟାନ ଏବେ ପାକିସ୍ତାନ ପାଇଁ ବୁମେରାଂ ହେବାକୁ ଯାଉଛି । ପୁଣିଥରେ ଭାରତକୁ ପାକିସ୍ତାନୀ ବୈଦେଶିକ ମନ୍ତ୍ରୀ ଇସାକ ଡାର ଦେଇଛନ୍ତି ଆଲୋଚନା ପ୍ରସ୍ତାବ । କିନ୍ତୁ ଆତଙ୍କବାଦ ଓ ପିଓକେ ବ୍ୟତୀତ ପାକିସ୍ତାନ ସହ ଭାରତ ଅନ୍ୟ ପ୍ରସଙ୍ଗରେ ଆଲୋଚନା କରିବ ନାହିଁ ବୋଲି ସ୍ପଷ୍ଟ ଜବାବ ଦେଇ ସରିଫ ସରକାରର ମୁହଁ ବନ୍ଦ କରିଛି ବୈଦେଶିକ ମନ୍ତ୍ରଣାଳୟ । ଚୀନ ଗସ୍ତ ପୂର୍ବରୁ ୨ ଦିନିଆ ଜାପାନ ଗସ୍ତ ସମୟରେ ବିକାଶର ୧୦ ବର୍ଷିଆ ରୋଡମ୍ୟାପ୍ ପ୍ରସ୍ତତ କରି କୁଟନୈତିକ ସହଭାଗିତାକୁ ନୂଆ ସ୍ତରରେ ପହଞ୍ଚିାଇଛନ୍ତି ପ୍ରଧାନମନ୍ତ୍ରୀ । ୧୫ତମ ଭାରତ-ଜାପାନ ଶିଖର ସମ୍ମିଳନୀରେ ଯୋଗଦାନ ସହ ଟୋକିଓରେ ମୋଦି ୧୬ଟି ପ୍ରଦେଶର ରାଜ୍ୟପାଳଙ୍କୁ ଭେଟିଥିଲେ ।

Sponsored
china Sends Strong Message to Terror-Sponsoring Pakistan | Argus News