Videos
|
International

ବିବାହ ପୂର୍ବରୁ ଝିଅଟି ପେଟରେ ଯାହା ହୋଇଥିଲା ତାର ସବୁ ସ୍ୱପ୍ନ ଭାଙ୍ଗିଗଲା

Rashmita Mishra
Browse all articles by Rashmita Mishra
·2 years ago·2 min read
ବିବାହ ପୂର୍ବରୁ ଝିଅଟି ପେଟରେ ଯାହା ହୋଇଥିଲା ତାର ସବୁ ସ୍ୱପ୍ନ ଭାଙ୍ଗିଗଲା

ଅର୍ଗସ ବ୍ୟୁରୋ: ସବୁ ପିଲା ମାନେ ଚାହାନ୍ତିକି ବାପା-ମାଆଙ୍କ ପାଖରେ ଖୁସିରେ ରହିବାକୁ । ଯଦି ସେସବୁ ଜଣେ ପାଇନଥାଏ ବହୁତ କଷ୍ଟର ରହିଥାଏ ।ପିତାମାତାମାନେ ୯ ବର୍ଷ ପର୍ଯ୍ୟନ୍ତ ସେମାନଙ୍କୁ ଅଣଦେଖା କରି ଚାଲିଥିଲେ, ତା’ପରେ ବିବାହ ପୂର୍ବରୁ ଝିଅଟିର ପେଟରେ ଯାହା ହୋଇଥିଲା ତାର ସମସ୍ତ ସ୍ୱପ୍ନ ଭାଙ୍ଗିଯାଇଥିଲା । 

ଏହି ଯୁବତୀଙ୍କ କାହାଣୀ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏବଂ ଅନେକ ଲୋକ ତାଙ୍କ ପ୍ରତି ସମବେଦନା ଜଣାଇଛନ୍ତି ଏବଂ ତାଙ୍କ ସାହସକୁ ପ୍ରଶଂସା ମଧ୍ୟ କରିଛନ୍ତି ।ଯେତେବେଳେ ଝିଅଟିର ୧୮ ବର୍ଷ ବୟଷ ହେଇଥିଲା ସେତେବେଳେ ମହିଳାଙ୍କ ପିତାମାତାଙ୍କୁ ଡାକ୍ତରମାନେ କହିଥିଲେକି କିଛି ଅସୁବିଧା ଅଛି କିନ୍ତୁ ସେତେବେଳେ ସେମାନେ ଏହାକୁ ଅଣଦେଖା କରିଥିଲେ।

ଏହି ଆଶ୍ଚର୍ଯ୍ୟଜନକ ଘଟଣାଟି ଘଟିଛି ଚାଇନାରେ ଜଣେ ୨୭ ବର୍ଷ ବୟସ୍କା ମହିଳା ବାହା ହେବାକୁ ସ୍ଵପ୍ନ ଦେଖୁଥିଲେ ଆଉ ବାହାଘର ମଧ୍ୟ ସ୍ତିର ହୋଇଥିଲା କିନ୍ତୁ ଭାଗ୍ୟର ଅନ୍ୟ କିଛି ଜିନିଷ ଥିଲା । ଠିକ ସେହି ସମୟରେ ସେ ଝିଅର ଦେହ ଖାରାପ ହୁଏ ସେ ଡାକ୍ତରଙ୍କ ପାଖକୁ ଯାଇ ଡାକ୍ତରୀ ଯାଞ୍ଚ କରାଇଥିଲେ। ଜଣାପଡିଲାକି ତାଙ୍କୁ ୧୮ ବର୍ଷ ବୟସରୁ ଏପରି ଏକ ରୋଗ ହୋଇଥିଲା ଯାହା ବହୁତ କ୍ଷତି କାରକ ହରମୋନ୍ ସ୍ତର ଚିହ୍ନଟ କରାଯାଇଥିଲା। ସେହି ସମୟରେ ଡାକ୍ତରମାନେ ମହିଳାଙ୍କ ପିତାମାତାଙ୍କୁ ସେମାନଙ୍କ ଝିଅର ପରୀକ୍ଷା କରିବାକୁ କହିଥିଲେ କିନ୍ତୁ ପରିବାର ଲୋକ ଏହି ପରାମର୍ଶକୁ ଅଣଦେଖା କରିଥିଲେ। 

ଡାକ୍ତରଙ୍କ କହିବାନୁସାରେ ସେ ମହିଳାଙ୍କ ପେଟରୁ ଅଣ୍ଡା କୋଷ ମିଳିଥିଲା ଏହା ହେବା ଦ୍ଵାରା ଆଡ୍ରେନାଲ୍ ହାଇପରପ୍ଲେସିୟା  ନାମକ ଏକ ବିରଳ ରୋଗ ଆରମ୍ଭ ହୋଇଥାଏ ।ଏହି ବିରଳ ରୋଗଟି ଜନ୍ମ ହୋଇଥିବା ୫୦,୦୦୦ନବଜାତ ଶିଶୁଙ୍କ ମଧ୍ୟରୁ କେବଳ ୧ଜଣଙ୍କ ପାଖରେ ଦେଖାଯାଇଥାଏ । ସାମାଜିକ ଭାବରେ ସେ ଜଣେ ମହିଳା କିନ୍ତୁ କ୍ରୋମୋଜୋମାଲି ଅନୁସାରେ ସେ ଜଣେ ପୁରୁଷ। ଅଣ୍ଡା କୋଷ ପ୍ରଜନନ ପ୍ରଣାଳୀର ଏକ ଅଂଶ ଯାହା ମାଧ୍ୟମରେ ଜଣେ ବ୍ୟକ୍ତି ଶିଶୁ ଜନ୍ମ ପାଇଁ ଶୁକ୍ରାଣୁ ଉତ୍ପାଦନ କରେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପରେ ଏହା ଅପରେସନ୍ ମାଧ୍ୟମରେ ଏହା ପେଟରୁ ବାହାର କରାଯାଇଥିଲ ଏପ୍ରିଲର ପ୍ରଥମ ସପ୍ତାହରେ ଅସ୍ତ୍ରୋପଚାର କରାଯାଇଥିଲା ଏବଂ ଅଣ୍ଡା କୋଷକୁ ପେଟରୁ ବାହାର କରାଯାଇଥିଲା । ସେ ବର୍ତ୍ତମାନ ନିୟମିତ ଡାକ୍ତର ପରାମର୍ଶ କରୁଛନ୍ତି  ।ଏହି ଯୁବତୀଙ୍କ କାହାଣୀ ବର୍ତ୍ତମାନ ଚାଇନାର ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଏବଂ ଅନେକ ଲୋକ ତାଙ୍କ ପ୍ରତି ସମବେଦନା ଜଣାଇଛନ୍ତି ଏବଂ ତାଙ୍କ ସାହସକୁ ପ୍ରଶଂସା କରିଛନ୍ତି ।