Videos
|
International

ବାପା-ମା କରାଇଲେ ପିଲାଙ୍କର 'ଭୂତ ବିବାହ'

Banajyotshna Ray
Browse all articles by Banajyotshna Ray
·2 years ago·2 min read
ବାପା-ମା କରାଇଲେ ପିଲାଙ୍କର 'ଭୂତ ବିବାହ'

ଅର୍ଗସ ବ୍ୟୁରୋ: ବିବାହ ଏକ ସୁନ୍ଦର ଏବଂ ପବିତ୍ର ସମ୍ପର୍କ, ଏକ ନୂଆ ଆରମ୍ଭ। ଦୁଇ ମନକୁ ଏକାଠି କରିଥାଏ ବିବାହ। ଆପଣ ଅନେକ ବିବାହ ଦେଖିଥିବେ, କିନ୍ତୁ କେବେ ଶୁଣିଛନ୍ତି କି ଭୂତ ବିବାହ। କଥାଟା ଆଶ୍ଚର୍ଯ୍ୟ ଏବଂ ଭୟଭୀତ କରୁଥାଇପାରେ, କିନ୍ତୁ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଚାଇନାରେ। ବିଶ୍ୱର ବିଭିନ୍ନ ଦେଶରେ ବାହାଘର ବା ଅନ୍ୟାନ୍ୟ ଉତ୍ସବ ପାଇଁ ଭିନ୍ନ ଭିନ୍ନ ରୀତିନୀତି ରହିଥାଏ। ଏହି ଭିନ୍ନତା ଅନ୍ୟ ଦେଶରେ ରହୁଥିବା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ଯେମିତିକି ଚାଇନାରେ। ପ୍ରତ୍ୟେକ ବିବାହ ପରି, ଏଥିରେ କେବଳ ଅବିବାହିତ ପୁରୁଷ ଏବଂ ସ୍ତ୍ରୀ ବିବାହ କରନ୍ତି, କେବଳ ପାର୍ଥକ୍ୟ ହେଉଛି ଉଭୟଙ୍କ ମୃତ୍ୟୁ ପରେ ବିବାହ କରାଯାଇଥାଏ।

ନିକଟରେ ଏକ କାର୍‌ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ ମ୍ୟାଲେସିଆର ଦୁଇ ଯୋଡି । ସେମାନଙ୍କ ବାପା ମା ନିଜ ପିଲାମାନଙ୍କ ବିବାହର ଇଛାକୁ ପୂରଣ କରିବା ପାଇଁ ଭୂତ ବିବାହର ଆୟୋଜନ କରିଥିଲା।  ୩୧ ବର୍ଷୀୟ ୟାଙ୍ଗ ଜିଙ୍ଗସାନ ଏବଂ ୩୨ ବର୍ଷିୟ ଲି ଜୁଇଙ୍ଗ ୩ ବର୍ଷ ଧରି ଏକାଠି ରହୁଥିଲେ । ଏହାସହ ଆଗକୁ ବିବାହ କରିବାର ମଧ୍ୟ ଥିଲା। ହେଲେ ଏକ କାର ଦୁର୍ଘଟଣାରେ ଦୁହିଁଙ୍କର ମୃତ୍ୟୁ ହୋଇଗଲା।

ଜିଙ୍ଗସାନ ଜୁନ ୨ରେ ବ୍ୟାଙ୍କକକ୍‌ ରେ ନିଜର ଜନ୍ମ ଦିନ ଏବଂ ସେହିଠାରେ ନିଜ ପ୍ରେମିକାକୁ ପ୍ରପୋଜ କରିବାର ଯୋଜନା କରିଥିଲେ।  ୨୪ ମେ, ରେ ଦୁହେଁ ଯାଉଥିବା ଏକ କାର ଉତ୍ତର-ପଶ୍ଚିମ ମ୍ୟାଲେସିଆର ପେରାକଠାରେ ରାସ୍ତାରେ ଓଲଟି ପଡିଥିଲା। ସେହି ଦୁଘଟଣାରେ ଦୁହିଁଙ୍କର ମୃତ୍ୟୁ ହୋଇଥିଲା।ଦୁର୍ଘଟଣା ପରେ ସେମାନଙ୍କର ପରିବାର ମିଶିକି ଏକ ନିଷ୍ପତ୍ତି ନେଲେ। ଏକ ଭୁତ ବିବାହର ଆୟୋଜନ କଲେ ଏବଂ ସେମାନେ ପରଲୋକରେ ସ୍ୱାମୀ-ସ୍ତ୍ରୀ ରୂପରେ ଏକଜୁଟ ହେବେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କିଭଳି ହୁଏ ଭୂତ ବିବାହ:
ଏହି ବିବାହ ସାଧାରଣ ବିବାହ ପରି ଅତ୍ୟନ୍ତ ଧୁମଧାମରେ ଆୟୋଜିତ ହୋଇଥାଏ। କନ୍ୟାର ପରିବାର କନ୍ୟା ପାଇଁ ଟଙ୍କା ମାଗନ୍ତି ଏବଂ ଯୌତୁକ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ। ଯୌତୁକ ଭାବେ ଅଳଙ୍କାର, ଚାକର ଏବଂ ଘର ଦିଆଯାଏ। କିନ୍ତୁ ସେମାନେ ସବୁକିଛି କାଗଜରେ ଦିଅନ୍ତିୀ, ବାସ୍ତବରେ ନୁହେଁ। 

କେବେଠୁ 'ଭୂତ ବିବାହ' ପାଳିତ ହେଉଛି:
କୁହାଯାଉଛି, ଚାଇନାରେ ଭୂତ ବିବାହର ଇତିହାସ ୩୦୦୦ ବର୍ଷ ପୁରୁଣା। ଏହି ବିବାହ ଅନୁଯାୟୀ ଲୋକମାନେ ଦୁଇ ଅବିବାହିତ ମୃତ ବ୍ୟକ୍ତିଙ୍କ ବିବାହ କରନ୍ତି। କାରଣ ଏହା ରହିଛି କି, ସେମାନେ ଚାହାନ୍ତି, ଯଦି ସେମାନେ ଜୀବିତ ଥିବାବେଳେ ବିବାହର ସୁଖ ପାଇନାହାନ୍ତି, ତେବେ ସେମାନେ ମୃତ୍ୟୁ ପରେ ତାହା ପାଇପାରିବେ। ସେମାନଙ୍କର ପରବର୍ତ୍ତୀ ମୃତ୍ୟୁ ପର ଜୀବନ ସୁଖମୟ ହୋଇପାରିବ। 
ସେହିପରି ଏହି ଦୁଇ ଯୋଡିଙ୍କର 'ଭୁତ ବିବାହ'  ହୋଇଥିଲା । କହିବାକୁ ଗଲେ ଦୁଇ ଅବିବାହିତ ମୃତ ଆତ୍ମାକୁ ଶାନ୍ତି ମିଳିବା ପାଇଁ ଏଭଳି ବିବାହର ଆୟୋଜନ କରାଯାଇଥିଲା।

ଅଧିକ ପଢ଼ନ୍ତୁ ବିଦେଶ ଖବର:

China's ghost weddings | Argus News