ସାମ୍ନାରେ ଚୀନର ଅସଲ ରୂପ ; ପୁଣି ଥରେ ଆତଙ୍କବାଦ ସମର୍ଥନରେ ଚୀନ
·1 year ago·1 min read

ପୁଣି ଥରେ ଆତଙ୍କବାଦ ସମର୍ଥନରେ ଚୀନ । ପାକିସ୍ତାନକୁ ଖୋଲାଖୋଲି ଚୀନର ସମର୍ଥନ । ପ୍ରଥମେ ପହଲଗାମ ଘଟଣାକୁ ନିନ୍ଦା କରିବା ପରେ ପାକିସ୍ତାନକୁ ପୁଣି ଥରେ ଲୁହା ଭଳି ବନ୍ଧୁ କହିଛି ଚୀନ୍ । ଯୁଦ୍ଧ ସ୍ଥିତି ବେଳେ ଚୁପ୍ ରହିଥିବା ଚୀନ ଏବେ ପୁଣି ଦେଖାଇଛି ତାର ଅସଲି ରୂପ । ସେପଟେ ଚୀନର ବୈଦେଶିକ ମନ୍ତ୍ରୀ ସହ କଥା ହେଲେ NSA ଅଜିତ ଡୋଭାଲ୍ । ଯୁଦ୍ଧ ଭାରତର CHOICE ନୁହଁ ବୋଲି କହିଛନ୍ତି NSA ଡୋଭାଲ ।
ସେପଟେ ଭାରତ-ପାକିସ୍ତାନ ପାଇଁ ଏବେ ଯୁଦ୍ଧ ବିରାମ ଥିବାବେଳେ ଆମେରିକୀୟ ସମ୍ବାଦପତ୍ର ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ହୋଇଛି ପିଏମ୍ ମୋଦିଙ୍କ ବଡ଼ ବୟାନ। ରିପୋର୍ଟ ଅନୁସାରେ ଆମେରିକା ଉପରାଷ୍ଟ୍ରପତି ଜେ.ଡି ଭାନ୍ସଙ୍କ ସହ ଆଲୋଚନାବେଳେ ଭାରତର ପ୍ରଧାନମନ୍ତ୍ରୀ ଦେଇଛନ୍ତି କଡ଼ା ବାର୍ତ୍ତା। ପାକିସ୍ତାନ ଆଉ କୌଣସି ହରକତ କଲେ ଭାରତର ଜବାବ ଭୟଙ୍କର ହେବ। ଏଥିପାଇଁ ଭାରତୀୟ ସେନାକୁ ଦିଆଯାଇଛି କଡ଼ା ନିର୍ଦ୍ଦେଶ। ସେପଟୁ ଗୁଳିଫୁଟିଲେ ଏପଟୁ ଗୋଳା ବର୍ଷିବ। ଅପରେସନ ସିନ୍ଦୁର ଶେଷ ହୋଇନାହିଁ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: