Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆଶ୍ଚର୍ଯ୍ୟ ! ଗର୍ଭବତୀ ଥିଲେ ଚାକିରି ମିଳିବନି ?

International

ଆଶ୍ଚର୍ଯ୍ୟ ! ଗର୍ଭବତୀ ଥିଲେ ଚାକିରି ମିଳିବନି ?

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଆଶ୍ଚର୍ଯ୍ୟ ! ଗର୍ଭବତୀ ଥିଲେ ଚାକିରି ମିଳିବନି ?

Key Points

  • ଆଶ୍ଚର୍ଯ୍ୟ !
  • ଚାକିରି ପୂର୍ବରୁ ପ୍ରେଗନେନ୍ସି ଟେଷ୍ଟ

ଅର୍ଗସ ବ୍ୟୁରୋ : ପ୍ରେଗନେନ୍ସି ଥିଲେ ଚାକିରି ମିଳିବନି ? ଏ କଥା ଶୁଣିବା ପରେ ଆଶ୍ଚର୍ଯ୍ୟ ଲାଗୁଥିବ । ଭାବୁଥିବେ, ଇଏ କେମିତିକା ନିୟମ ? ପ୍ରେଗନେନ୍ସି ପାଇଁ ସରକାର ଛୁଟି ଦେଉଛନ୍ତି । ହେଲେ ଏବେ ଚାକିରି ମିଳିବନି ବୋଲି କେମିତି ନିୟମ ହେଲା ? କିଏ କଲା ? କିଛି ଏମିତି ପ୍ରଶ୍ନ ମନରେ ଉଙ୍କି ମାରୁଥିବ । କିନ୍ତୁ ଏମିତି ନିୟମକୁ ନେଇ ଏବେ ଚର୍ଚ୍ଚା ହେଉଛି । କଥା ହେଲା, ଏମିତି ନିୟମ ଭାରତରେ ନୁହେଁ ବରଂ ପଡୋଶୀ ଚାଇନାରେ ହୋଇଛି । 

ଚୀନ୍‌ରେ ମହିଳାଙ୍କ ପ୍ରତି ଭେଦଭାବ ମାମଲା ପୁଣି ଥରେ ସାମ୍ନାକୁ ଆସିଛି । ଚୀନ୍‌ରେ ଚାକିରି ପୂର୍ବରୁ ଗର୍ଭଧାରଣ ପରୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଥିବା ୧୬ କମ୍ପାନି ବିରୁଦ୍ଧରେ ପୋଲିସ ପକ୍ଷରୁ ମାମଲା ରୁଜୁ ହୋଇଛି । କାରଣ ଏହି କମ୍ପାନିଗୁଡିକ ମହିଳାଙ୍କୁ ନିଯୁକ୍ତି ଦେବା ପୂର୍ବରୁ ଗର୍ଭଧାରଣ ପରୀକ୍ଷା କରିବା ଆବଶ୍ୟକ ବୋଲି ନିର୍ଦ୍ଦେଶନାମା ଜାରି କରିଥିଲେ । ଚୀନର ଜିଆଙ୍ଗସୁ ପ୍ରଦେଶର ନାନଟୋଙ୍ଗର ଟୋଙ୍ଗଜୋ ଜିଲ୍ଲା ଆଇନଜୀବୀ ଚଳିତ ବର୍ଷ ଆରମ୍ଭରେ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଯେଉଁଥି ଲାଗି ଥାନାରେ ଏନେଇ ମାମଲା ବି ରୁଜୁ ହୋଇଛି । ହେଲେ ସଂପୃକ୍ତ କମ୍ପାନୀ ଗୁଡ଼ିକ ବିରୋଧରେ କେତେ ଟଙ୍କାର ଜୋରିମାନା ହୋଇଛି ତାହା କିନ୍ତୁ ସ୍ପଷ୍ଟ ହୋଇନି ।

ଚାକିରି କରିବା ପୂର୍ବରୁ ପ୍ରେଗନେନ୍ସି ଟେଷ୍ଟ କରିବା ଆଇନତଃ ଅପରାଧ ।  ତେଣୁ ଏନେଇ ଦୁଇଟି ଡାକ୍ତରଖାନା ଏବଂ ଏକ ଶାରୀରିକ ପରୀକ୍ଷା କେନ୍ଦ୍ର ଉପରେ ଚଢ଼ାଉ କରାଯାଇଥିଲା । ଯେଉଁଥିରେ ଜଣାପଡିଛି କି, ୧୬ ଟି କମ୍ପାନି ପକ୍ଷରୁ ଚାକିରି ଆବେଦନକାରୀଙ୍କ ଉପରେ ୧୬୮ ଗର୍ଭଧାରଣ ପରୀକ୍ଷା କରାଯାଇଥିଲା । ଗୁରୁତ୍ଵପୂର୍ଣ୍ଣ କଥା ହେଲା, ଏ ନିର୍ଦ୍ଦେଶନାମା କିନ୍ତୁ ଲିଖିତ ଆକାରରେ ନୁହେଁ ବରଂ ମୌଖିକ ଆକାରରେ ଦିଆଯାଇଥିଲା । ଏ କଥା ମଧ୍ୟ ଜଣାପଡ଼ିଛି କି, ଯେଉଁମାନେ ଗର୍ଭବତୀ ଥିଲେ ସେମାନଙ୍କୁ ଚାକିରି ମିଳିନାହିଁ । ହେଲେ ଘଟଣା ଜଣାପଡ଼ିବା ପରେ ସଂପୃକ୍ତ ମହିଳାଙ୍କୁ କ୍ଷତିପୂରଣ ଦିଆଯାଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ପୁରା ଘଟଣାରେ ଆଇନଜୀବୀ କହିଛନ୍ତି, ଆମେ ଏହି ପ୍ରମାଣରୁ ଅନୁମାନ କରିପାରିବା ଯେ ଏହି କମ୍ପାନିଗୁଡିକ ଗର୍ଭଧାରଣ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସମାନ ନିଯୁକ୍ତି ସୁଯୋଗ ପାଇବା ପାଇଁ ମହିଳାଙ୍କ ଅଧିକାରକୁ ଉଲ୍ଲଂଘନ କରିଛନ୍ତି । ଦେଶର ନିୟମ ସ୍ପଷ୍ଟ ଭାବରେ ସଂସ୍ଥାଗୁଡ଼ିକୁ ଗର୍ଭଧାରଣ ପରୀକ୍ଷଣକୁ ନିଯୁକ୍ତିର ଏକ ଅଂଶ ଭାବରେ ବାରଣ କରିଛି, କିନ୍ତୁ ଅନେକ ନିଯୁକ୍ତିଦାତା ମାତୃତ୍ୱ ସୁବିଧା ପାଇଁ ଚିନ୍ତା କରୁଛନ୍ତି । ହେଲେ ଚାଇନାରେ ଗର୍ଭବତୀ ହେବା ପରେ ମା’ମାନେ ଛଅ ମାସ ପର୍ଯ୍ୟନ୍ତ ମାତୃତ୍ୱ ଛୁଟି ପାଇବାକୁ ହକଦାର । ତେବେ ମୋଟ୍‌ ଉପରେ ଏମିତି ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ।
 

Sponsored
illegal pregnancy | Argus News