Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆଫ୍ରିକୀୟ ରାଷ୍ଟ୍ର କଙ୍ଗୋରେ ଭୀଷଣ ଗୃହଯୁଦ୍ଧ ,୭୦୦ରୁ ଅଧିକ ମୃତ

International

ଆଫ୍ରିକୀୟ ରାଷ୍ଟ୍ର କଙ୍ଗୋରେ ଭୀଷଣ ଗୃହଯୁଦ୍ଧ ,୭୦୦ରୁ ଅଧିକ ମୃତ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଆଫ୍ରିକୀୟ ରାଷ୍ଟ୍ର କଙ୍ଗୋରେ ଭୀଷଣ ଗୃହଯୁଦ୍ଧ ,୭୦୦ରୁ ଅଧିକ ମୃତ

ଅର୍ଗସ ବ୍ୟୁରୋ : ଆଫ୍ରିକୀୟ ରାଷ୍ଟ୍ର କଙ୍ଗୋରେ ଭୀଷଣ ଗୃହଯୁଦ୍ଧ । ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋର କିନଶାସାରେ ଚାଲିଥିବା ହିଂସାକୁ ନେଇ ଭାରତୀୟ ଦୂତାବାସ ପକ୍ଷରୁ ଜାରି ହୋଇଛି ଆଡଭାଇଜରୀ । କିନଶାସାରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ବୁକାଭୁରେ ଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି । ଆଫ୍ରିକୀୟ ଦେଶରେ ଭାରତୀୟ ନାଗରିକଙ୍କ ସୁରକ୍ଷା ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି ବୈଦେଶିକ ମନ୍ତ୍ରଣାଳୟ । ହିଂସାକାଣ୍ଡରେ ବର୍ତ୍ତମାସ ସୁଦ୍ଧା 7 ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ।


ଦୂତାବାସ ରବିବାର ତିନିଟି ଆଡଭାଇଜରୀ ଜାରି କରି ଭାରତୀୟଙ୍କ ସତର୍କ କରିଛନ୍ତି । ଏମ-୨୩ ବିଦ୍ରୋହୀ ଗୋଷ୍ଠୀ ବୁକାଭୁରୁ ମାତ୍ର ୨୦-୨୫ କିଲୋମିଟର ଦୂରରେ ରହିଥିବାରୁ କୌଣସି ବି ସମୟରେ ସ୍ଥିତି ସଙ୍ଗୀନ ହେବା ଆଶଙ୍କା ରହିଛି । ଆବଶ୍ୟକୀୟ ପରିଚୟ ପତ୍ର ଏବଂ ଯାତ୍ରା ପାଇଁ ଜରୁରୀ କାଗଜପତ୍ର ପାଖରେ ରଖିବା ସହ ହିଂସାଗ୍ରସ୍ତ ଅଞ୍ଚଳକୁ ନଯିବାକୁ ଭାରତୀୟଙ୍କୁ ପରାମର୍ଶ ଦିଆଯାଇଛି । ଆଡଭାଇଜରୀ ଜାରି ହେବା ସହ ଜରୁରୀକାଳୀନ ପରିସ୍ଥିତିରେ ଯୋଗାଯୋଗ କରିବା ପାଇଁ ଭାରତୀୟ ନାଗରିକମାନଙ୍କ ପାଇଁ ଫୋନ ନମ୍ବର ଓ ଇମେଲ୍ ଆଇଡି ଦିଆଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
civil war in African nation of Congo, more than 700 dead | Argus News