ପଦାରେ ପଡ଼ିଲା ପାକିସ୍ତାନ ସେନା ଓ ପୋଲିସ କଳି

Key Points
ପାକିସ୍ତାନରେ ଘର ବୁଡି ପାଣି ଆଣ୍ଠୁଏ
ପଡୁନି ସେନା ଓ ପୋଲିସର ନିଜନିଜ ଭିତରେ
ହେଲେଣି ବାଡାପିଟା
କେମିତି କରିବେ ଭାରତର ସାମ୍ନା
ପହଲଗାମ ଆକ୍ରମଣକୁ ନେଇ ଯୁଦ୍ଧ ମୁହାଁ ହୋଇଛନ୍ତି ଭାରତ ପାକିସ୍ତାନ। ଦୁଇ ଦେଶର ସେନା ଆରମ୍ଭ କରିଛନ୍ତି ଯୁଦ୍ଧାଭ୍ୟାସ। ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ତିକ୍ତତା ଉପରେ ନଜର ରଖିଛି ସାରା ବିଶ୍ବ। ସେପଟେ କିନ୍ତୁ ପାକିସ୍ତାନରେ ଘର ବୁଡି ପାଣି ଆଣ୍ଠୁଏ। ପୋଲିସ ମାନୁନି ସେନାକୁ, ସେନା ମାନୁନି ପୋଲିସକୁ। ଏମାନେ ଭାରତ ସହ ଲଢିବେ ନା ନିଜନିଜ ଭିତରେ ବାଡାପିଟା ହୋଇ ମରିବେ ତାକୁ ନେଇ ସୃଷ୍ଟି ହୋଇଛି ଦ୍ବନ୍ଦ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ପାକିସ୍ତାନୀ ପୋଲିସ କର୍ମଚାରୀ ସେନା କର୍ମଚାରୀଙ୍କୁ କହୁଛନ୍ତି ତମେ ଏଠି କ'ଣ କରୁଛ, ଯାଅ କାଶ୍ମୀର ଯାଅ। ତମ ଜେନେରାଲ ଆସିଲେ ମଧ୍ୟ କିଛି କରି ପାରିବେ ନାହିଁ। "ଆପକେ ଜେନେରାଲ କୋ ଭି ହମ୍ ବୁଟ୍ କି ନୋକ୍ ପେ ରଖତେ ହେଁ । ୟାଦ୍ ରଖନା।" ଏମିତି କହି ସେନା କର୍ମଚାରୀଙ୍କୁ ଧମକ ଦେଉଛନ୍ତି ପାକିସ୍ତାନୀ ପୋଲିସ।
ଭାଇରାଲ ହେଉଥିବା ଏହି ଭିଡିଓଟି ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶର ବୋଲି ଜଣା ପଡ଼ିଛି। ଭିଡିଓରେ ପୋଲିସ ଏବଂ ପାକିସ୍ତାନ ସେନା ମଧ୍ୟରେ ବାକ୍ ଯୁଦ୍ଧ ଓ ଠେଲାପେଲା ହେଉଛି। ପୋଲିସ ଅଧିକାରୀ ଏକ ସେନା କାଫଲାକୁ ପୋଲିସ ଷ୍ଟେସନରେ ପ୍ରବେଶ କରିବାକୁ ବାଧା ଦେବାରୁ ଏଭଳି ପରିସ୍ଥିତି ଉପୁଜିଛି।
📱 Get Argus News App
✨ପାକିସ୍ତାନର ଆଞ୍ଚଳିକ ଗଣମାଧ୍ୟମର ଖବର ଅନୁସାରେ ଖାଇବର ପଖତୁନଖ୍ୱାରେ ଏକ ସ୍ଥାନୀୟ ଘଟଣାରେ ସେନା ହସ୍ତକ୍ଷେପ କରିଥିଲା। ଯାହାକୁ ନେଇ ଆରମ୍ଭ ହୋଇଥିଲା ବିବାଦ।
ସେପଟେ ପାକିସ୍ତାନର ଏହି ଭିଡିଓ ଏବେ ଭାରତରେ ଅଧିକ ଭାଇରାଲ ହେଉଛି। ଭାରତୀୟ ଲୋକ କହୁଛନ୍ତି ପାକିସ୍ତାନର ନିଜ ଘର ଠିକ୍ ନାହିଁ ଭାରତ କଥାରେ ମୁଣ୍ଡ ପୁରାଇ ଭାଣ୍ଡିଆ ହେଉଛି।